ପିଲାଙ୍କୁ ପତ୍ନୀଙ୍କ ଫଟୋ ଦେଖାଇଲେ ଖାନ୍‌ ସାର୍‌ , କଲେ ନାଁର ଖୁଲାସା ...ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ : ପାଟନାର ଚର୍ଚ୍ଚିତ ଶିକ୍ଷକ ଓ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପସନ୍ଦର ଖାନ ସାର୍ ସମ୍ପ୍ରତି କହିଛନ୍ତି, ତାଙ୍କର ବିବାହ ହୋଇ ଯାଇଛି। ଏହି ଖବର ସେ ନିଜର ଛାତ୍ରଛାତ୍ରୀଙ୍କୁ ସର୍ବ ପ୍ରଥମେ ଦେଇଛନ୍ତି ଏବଂ କହିଛନ୍ତି , ତୁମେ ସମସ୍ତେ ମୋ ଜୀବନର ଅଂଶ। ଏଥିପାଇଁ ସର୍ବପ୍ରଥମେ ତୁମଙ୍କୁ କହିବା ଜରୁରୀ ଭାବିଲି। ସେ କହିଛନ୍ତି ଯେ, ବିବାହର ତାରିଖ ପୂର୍ବରୁ ସ୍ଥିର ଥିଲା, କିନ୍ତୁ ଏହି ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢି ଯାଇ ଥିଲା। ଏହି ସ୍ଥିତିରେ ସେ ବିବାହ କାର୍ଯ୍ୟକୁ ସାଧାରଣ ଭାବେ ସଂପନ୍ନ କରିଥିଲେ। ସେ କହିଛନ୍ତି , ମୋ ସାନ ଭାଇ ଓ ଅମ୍ମି ବିବାହ କରାଇ ଦେଲେ। ଅମ୍ମିଙ୍କୁ ମନା କରି ପାରିଲି ନାହିଁ। ହେଲେ ବାହାଘର ଖୁବ୍‌ ସାଧାରଣ ଢଙ୍ଗରେ ହୋଇଛି, କିନ୍ତୁ ଏବେ ଏକ ସୁନ୍ଦର ରିସେପ୍ସନର ଆୟୋଜନ ୨ଜୁନରେ ପାଟନାର ଦାନାପୁରରେ ହେବାକୁ ଯାଉଛି। ଡିଜିଟାଲ ଇନଭିଟେସନ ପୂର୍ବରୁ ପଠାଇ ଦିଆ ଯାଇଛି। ଏହା ବ୍ୟତୀତ ସେ ୬ଜୁନରେ ନିଜର ଷ୍ଟୁଡେଣ୍ଟଙ୍କ ପାଇଁ ବିଶେଷ ଭୋଜି ଘୋଷଣା କରିଛନ୍ତି।  ଛାତ୍ରଛାତ୍ରୀମାନେ ଯେତେବେଳେ ତାଙ୍କୁ ତାଙ୍କର ପତ୍ନୀଙ୍କ ଫଟୋ ଦେଖାଇବାକୁ ଜିଦି କଲେ, ତ ଖାନ ସାର୍ ନିଜ ଅନ୍ଦାଜରେ ଜବାବ ଦେଇ ସ୍ମାର୍ଟବୋର୍ଡରେ କୁଞ୍ଚୁକୁଞ୍ଚିଆ କେଶ ଥିବା ଜଣେ ଯୁବତୀଙ୍କ ସ୍କେଚ୍‌ ତିଆରି କଲେ। ସେ ହସି ହସି କହିଥିଲେ , ବାସ୍‌ ଏମିତି ହିଁ ଦେଖିବାକୁ । ମୁଁ କଣ ଭୁଲ ସ୍କେଚ୍‌ କରୁଛି ? ଖାଲି ଏ

ପିଲାଙ୍କୁ ପତ୍ନୀଙ୍କ ଫଟୋ ଦେଖାଇଲେ ଖାନ୍‌ ସାର୍‌ , କଲେ ନାଁର ଖୁଲାସା ...ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ : ପାଟନାର ଚର୍ଚ୍ଚିତ ଶିକ୍ଷକ ଓ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପସନ୍ଦର ଖାନ ସାର୍ ସମ୍ପ୍ରତି କହିଛନ୍ତି, ତାଙ୍କର ବିବାହ ହୋଇ ଯାଇଛି। ଏହି ଖବର ସେ ନିଜର ଛାତ୍ରଛାତ୍ରୀଙ୍କୁ ସର୍ବ ପ୍ରଥମେ ଦେଇଛନ୍ତି ଏବଂ କହିଛନ୍ତି , ତୁମେ ସମସ୍ତେ ମୋ ଜୀବନର ଅଂଶ। ଏଥିପାଇଁ ସର୍ବପ୍ରଥମେ ତୁମଙ୍କୁ କହିବା ଜରୁରୀ ଭାବିଲି। ସେ କହିଛନ୍ତି ଯେ, ବିବାହର ତାରିଖ ପୂର୍ବରୁ ସ୍ଥିର ଥିଲା, କିନ୍ତୁ ଏହି ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢି ଯାଇ ଥିଲା। ଏହି ସ୍ଥିତିରେ ସେ ବିବାହ କାର୍ଯ୍ୟକୁ ସାଧାରଣ ଭାବେ ସଂପନ୍ନ କରିଥିଲେ। ସେ କହିଛନ୍ତି , ମୋ ସାନ ଭାଇ ଓ ଅମ୍ମି ବିବାହ କରାଇ ଦେଲେ। ଅମ୍ମିଙ୍କୁ ମନା କରି ପାରିଲି ନାହିଁ। 

ହେଲେ ବାହାଘର ଖୁବ୍‌ ସାଧାରଣ ଢଙ୍ଗରେ ହୋଇଛି, କିନ୍ତୁ ଏବେ ଏକ ସୁନ୍ଦର ରିସେପ୍ସନର ଆୟୋଜନ ୨ଜୁନରେ ପାଟନାର ଦାନାପୁରରେ ହେବାକୁ ଯାଉଛି। ଡିଜିଟାଲ ଇନଭିଟେସନ ପୂର୍ବରୁ ପଠାଇ ଦିଆ ଯାଇଛି। ଏହା ବ୍ୟତୀତ ସେ ୬ଜୁନରେ ନିଜର ଷ୍ଟୁଡେଣ୍ଟଙ୍କ ପାଇଁ ବିଶେଷ ଭୋଜି ଘୋଷଣା କରିଛନ୍ତି।  

ଛାତ୍ରଛାତ୍ରୀମାନେ ଯେତେବେଳେ ତାଙ୍କୁ ତାଙ୍କର ପତ୍ନୀଙ୍କ ଫଟୋ ଦେଖାଇବାକୁ ଜିଦି କଲେ, ତ ଖାନ ସାର୍ ନିଜ ଅନ୍ଦାଜରେ ଜବାବ ଦେଇ ସ୍ମାର୍ଟବୋର୍ଡରେ କୁଞ୍ଚୁକୁଞ୍ଚିଆ କେଶ ଥିବା ଜଣେ ଯୁବତୀଙ୍କ ସ୍କେଚ୍‌ ତିଆରି କଲେ। ସେ ହସି ହସି କହିଥିଲେ , ବାସ୍‌ ଏମିତି ହିଁ ଦେଖିବାକୁ । ମୁଁ କଣ ଭୁଲ ସ୍କେଚ୍‌ କରୁଛି ? ଖାଲି ଏତିକି ନୁହେଁ , ସେ ନିଜର ପତ୍ନୀଙ୍କର ନାଁ ଏ.ଏସ.ଖାନ୍‌ କହିଛନ୍ତି।

ଏହି ଖୁଲାସା ପରେ ସୋସିଆଲ ମିଡ଼ିଆରେ ମିମ୍ସ ଓ ରିଆକ୍ସନର ବନ୍ୟା ଛୁଟିଛି। ଜଣେ ୟୁଜର ଲେଖିଛନ୍ତି , ଖାନ ସାର୍‌ ତ ନିଜ ବିବିଙ୍କର ମଧ୍ୟ ରୋଷ୍ଟିଂ କରୁଛନ୍ତି, ମଜା ଆସିଗଲା।  ଆଉ ଜଣେ କହିଛନ୍ତି – ଯେବେସୁଦ୍ଧା ବିବାହର ଭିଡ଼ିଓ ନଦେଖିଛନ୍ତି , ବିଶ୍ୱାସ କରିବା ମୁସ୍କିଲ ହେବ।