ଅଭାବନୀୟ ! ଘରେ ନିଆଁ ଲାଗି ପୋଡ଼ିଗଲେ ବୃଦ୍ଧ

ଛତ୍ରପୁର: ଅଗ୍ନିକାଣ୍ଡରେ ଜଳିଗଲେ ବୃଦ୍ଧ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗରରେ । ମୃତ ବୃଦ୍ଧ ହେଉଛନ୍ତି ରଙ୍କନିଧି ସାହୁ। ସୂଚନା ଅନୁଯାୟୀ, ରଙ୍କନିଧି ଶୁକ୍ରବାର ସନ୍ଧ୍ୟାରେ ଘରେ ଥିବାବେଳେ କୌଣସି କାରଣରୁ ଘରେ ଅଗ୍ନିକାଣ୍ଡ ହୋଇଥିଲା। ଆଉ ଏହି ନିଆଁରେ ପୋଡ଼ି ହୋଇଯାଇଥିଲେ ରଙ୍କନିଧି। ତେବେ ନିଆଁ ଲାଗିବାର ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଛତ୍ରପୁର ଆସିଷ୍ଟାଣ୍ଟ ଫାୟାର ଅଫିସର ଧନଞ୍ଜୟ ମଲ୍ଲିକ ଏବଂ ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିବା ସହ ରଙ୍କନିଧିଙ୍କ ଅର୍ଦ୍ଧ ଦଗ୍ଧ ମୃତ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ, ଛତ୍ରପୁର ଏସଡିପିଓ ଗୌର ହରି ସାହୁ, ଛତ୍ରପୁର ଥାନା ସବ ଇନ୍ସପେକ୍ଟର ବିଶ୍ୱଜିତ ନାହାକ ଓ ପୋଲିସ କର୍ମଚାରୀମାନେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। 

ଅଭାବନୀୟ ! ଘରେ ନିଆଁ ଲାଗି ପୋଡ଼ିଗଲେ ବୃଦ୍ଧ

ଛତ୍ରପୁର: ଅଗ୍ନିକାଣ୍ଡରେ ଜଳିଗଲେ ବୃଦ୍ଧ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗରରେ । ମୃତ ବୃଦ୍ଧ ହେଉଛନ୍ତି ରଙ୍କନିଧି ସାହୁ। ସୂଚନା ଅନୁଯାୟୀ, ରଙ୍କନିଧି ଶୁକ୍ରବାର ସନ୍ଧ୍ୟାରେ ଘରେ ଥିବାବେଳେ କୌଣସି କାରଣରୁ ଘରେ ଅଗ୍ନିକାଣ୍ଡ ହୋଇଥିଲା। ଆଉ ଏହି ନିଆଁରେ ପୋଡ଼ି ହୋଇଯାଇଥିଲେ ରଙ୍କନିଧି। 

ତେବେ ନିଆଁ ଲାଗିବାର ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଛତ୍ରପୁର ଆସିଷ୍ଟାଣ୍ଟ ଫାୟାର ଅଫିସର ଧନଞ୍ଜୟ ମଲ୍ଲିକ ଏବଂ ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିବା ସହ ରଙ୍କନିଧିଙ୍କ ଅର୍ଦ୍ଧ ଦଗ୍ଧ ମୃତ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ। 

ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ, ଛତ୍ରପୁର ଏସଡିପିଓ ଗୌର ହରି ସାହୁ, ଛତ୍ରପୁର ଥାନା ସବ ଇନ୍ସପେକ୍ଟର ବିଶ୍ୱଜିତ ନାହାକ ଓ ପୋଲିସ କର୍ମଚାରୀମାନେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।