ଲୋକସଭା ନିର୍ବାଚନ ୨୦୨୪ ଲଢ଼ିବେ ନାହିଁ ପୂର୍ବତନ କ୍ରିକେଟର ଯୁବରାଜ ସିଂହ; ମିଡିଆ ରିପୋର୍ଟକୁ ଖଣ୍ଡନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଲଢ଼ିବେ ନାହିଁ ପୂର୍ବତନ କ୍ରିକେଟର ଯୁବରାଜ ସିଂହ। ଏନେଇ ସେ ନିଜେ ସ୍ପଷ୍ଟୀକରଣ ଦେଇଛନ୍ତି। ଯୁବରାଜ ବିଜେପି ଟିକେଟରୁ ପଞ୍ଜାବର ଗୁରୁଦାସପୁରରୁ ନିର୍ବାଚନ ଲଢ଼ିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ମିଡିଆ ରିପୋର୍ଟକୁ ଖଣ୍ଡନ କରିଛନ୍ତି ଯୁବରାଜ। ସୋସିଆଲ୍ ମିଡିଆରେ ପୋଷ୍ଟରେ ଯୁବରାଜ କହିଛନ୍ତି ଯେ ତାଙ୍କର ରାଜନୀତିରେ ପ୍ରବେଶ କରିବାରେ କୌଣସି ଇଚ୍ଛା ନାହିଁ। ସେ ତାଙ୍କ ସ୍ୱେଚ୍ଛଆସେବୀ ସଂଗଠନ ‘ୟୁ ୱି କେନ୍’ ଜରିଆରେ ଲୋକଙ୍କ ସବେ ଜାରି ରଖିବେ। ଏକ୍ସରେ ପୋଷ୍ଟ କରି ଯୁବରାଜ ଲେଖିଛନ୍ତି “ ମିଡିଆ ରିପୋର୍ଟର ସମ୍ପୂର୍ଣ୍ଣ ବିପରୀତ କଥା ହେଲା ମୁଁ ଗୁରୁଦାସପୁରରୁ ନିର୍ବାଚନ ଲଢ଼ୁ ନାହିଁ। ମୋର ସମର୍ଥ ଅନୁସାରେ ଲୋକଙ୍କୁ ବିଭିନ୍ନ ସହଯୋଗ କରିବା ମୋର ଇଚ୍ଛା। ମୁଁ ମୋ ସଂଗଠନ ୟୁ ୱି କେନ୍ ଜରିଆରେ ମୁଁ ଏଭଳି କରିପାରିବି। ଆସନ୍ତୁ ନିଜର ସମସ୍ତ କ୍ଷମତା ସହ ଆମେ ସମାଜର ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବା।” ପଢନ୍ତୁ-Lok Sabha Election: ବିଜେପିରୁ ନିର୍ବାଚନ ଲଢିବେ ଯୁବରାଜ ସିଂ, ଅକ୍ଷୟ କୁମାର ଓ ଜୟା ପ୍ରଦା ! ଏହି ଆସନରୁ ମିଳିପାରେ ଟିକେଟ୍ ଗତକାଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ବିଜେପି ବର୍ତ୍ତମାନ ସାଂସଦ ଥିବା ସନ୍ନି ଦେଓଲଙ୍କୁ ହଟାଇ ଗୁରୁଦାସପୁରରୁ ଯୁବରାଜ ସିଂହଙ୍କୁ ପ୍ରାର୍ଥୀ କରିବ। ନୀତିନ ଗଡ଼କାରିଙ୍କ ସହ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଲଢ଼ିବେ ନାହିଁ ପୂର୍ବତନ କ୍ରିକେଟର ଯୁବରାଜ ସିଂହ। ଏନେଇ ସେ ନିଜେ ସ୍ପଷ୍ଟୀକରଣ ଦେଇଛନ୍ତି। ଯୁବରାଜ ବିଜେପି ଟିକେଟରୁ ପଞ୍ଜାବର ଗୁରୁଦାସପୁରରୁ ନିର୍ବାଚନ ଲଢ଼ିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ମିଡିଆ ରିପୋର୍ଟକୁ ଖଣ୍ଡନ କରିଛନ୍ତି ଯୁବରାଜ।
ସୋସିଆଲ୍ ମିଡିଆରେ ପୋଷ୍ଟରେ ଯୁବରାଜ କହିଛନ୍ତି ଯେ ତାଙ୍କର ରାଜନୀତିରେ ପ୍ରବେଶ କରିବାରେ କୌଣସି ଇଚ୍ଛା ନାହିଁ। ସେ ତାଙ୍କ ସ୍ୱେଚ୍ଛଆସେବୀ ସଂଗଠନ ‘ୟୁ ୱି କେନ୍’ ଜରିଆରେ ଲୋକଙ୍କ ସବେ ଜାରି ରଖିବେ।
ଏକ୍ସରେ ପୋଷ୍ଟ କରି ଯୁବରାଜ ଲେଖିଛନ୍ତି “ ମିଡିଆ ରିପୋର୍ଟର ସମ୍ପୂର୍ଣ୍ଣ ବିପରୀତ କଥା ହେଲା ମୁଁ ଗୁରୁଦାସପୁରରୁ ନିର୍ବାଚନ ଲଢ଼ୁ ନାହିଁ। ମୋର ସମର୍ଥ ଅନୁସାରେ ଲୋକଙ୍କୁ ବିଭିନ୍ନ ସହଯୋଗ କରିବା ମୋର ଇଚ୍ଛା। ମୁଁ ମୋ ସଂଗଠନ ୟୁ ୱି କେନ୍ ଜରିଆରେ ମୁଁ ଏଭଳି କରିପାରିବି। ଆସନ୍ତୁ ନିଜର ସମସ୍ତ କ୍ଷମତା ସହ ଆମେ ସମାଜର ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବା।”
ଗତକାଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ବିଜେପି ବର୍ତ୍ତମାନ ସାଂସଦ ଥିବା ସନ୍ନି ଦେଓଲଙ୍କୁ ହଟାଇ ଗୁରୁଦାସପୁରରୁ ଯୁବରାଜ ସିଂହଙ୍କୁ ପ୍ରାର୍ଥୀ କରିବ। ନୀତିନ ଗଡ଼କାରିଙ୍କ ସହ ଯୁବରାଜଙ୍କ ବୈଠଖ ପରେ ମିଡିଆରେ ଏହି ଖବର ଆସିଥିଲା। ହେଲେ ଶୁକ୍ରବାର ଯୁବରାଜ ଏହା ଟ୍ୱିଟ୍ କରି ଖବର ସତ୍ୟାସତ୍ୟକୁ ଖଣ୍ଡନ କରିଛନ୍ତି।
The post ଲୋକସଭା ନିର୍ବାଚନ ୨୦୨୪ ଲଢ଼ିବେ ନାହିଁ ପୂର୍ବତନ କ୍ରିକେଟର ଯୁବରାଜ ସିଂହ; ମିଡିଆ ରିପୋର୍ଟକୁ ଖଣ୍ଡନ appeared first on Prameya News7.