ଅନିଶ୍ଚିତତାରେ ବିଜେଡି-ବିଜେପି ମେଣ୍ଟ, ରାଜ୍ୟରେ ଦେଖିବାକୁ ମିଳିନି ରାଜନୈତିକ ହଲଚଲ
ଭୁବନେଶ୍ୱର ୧୮।୦୩ : ଓଡ଼ିଶା ରାଜନୈତିକ ହଲଚଲ ଦେଖିବାକୁ ମିଳିନି । କୌଣସି ବଡ଼ ନେତା ନଜରକୁ ଆସୁନାହାନ୍ତି । ନା କିଛି ତତଲା ବୟାନ ଆସିଛି ନା କୌଣସି ଚର୍ଚ୍ଚିତ ଟୁଇଟ୍ । ନିର୍ବାଚନ ତାରିଖ ଘୋଷଣାର ପରେ ବି ଓଡ଼ିଶା ରାଜନୀତି ଚଳଚଞ୍ଚଳ ହୋଇପାରିନି । ସମ୍ଭାବ୍ୟ ମେଣ୍ଟ ସସପେନ୍ସ ଭିତରେ ସବୁ ଶିବିର ଥମି ଯାଇଛନ୍ତି । ଏଚର୍ଚ୍ଚାର ପରିଧିକୁ ଡେଇଁ ନା ବିଜେପି ହୁଙ୍କାର ଛାଡ଼ି ପାରୁଛି ନା ବିଜେଡ଼ି ଆତ୍ମବିଶ୍ବାସର ସହ ଆଗକୁ ମାଡ଼ି ପାରୁଛି । ଯଦିଓ ନିର୍ବାଚନୀ ଇସ୍ତାହାର ଧରି କଂଗ୍ରେସ ମଇଦାନକୁ ଓହ୍ଲାଇଛି, ତଥାପି ଦଳ ରାଜ୍ୟ ତମାମ ସେବଳି ତରଙ୍ଗ ଖେଳାଇ ପାରୁନି ।ତେବେ କଂଗ୍ରେସ ଆଶା ବାନ୍ଧି ବସିଛି, ମେଣ୍ଟ ହେଲେ ବିଜେଡ଼ି ବିଜେପିରୁ ଅସନ୍ତୁଷ୍ଟ ଟିକେଟ୍ ନପାଇ କଂଗ୍ରେସ ଭବନ ମୁହାଁ ହେବେ । ଟିକ ଆଶାୟୀଙ୍କ ଅପେକ୍ଷା ଆହୁରି ଲମ୍ବିପାରେ । ଏଥର ଓଡ଼ିଶାରେ ନିର୍ବାଚନ ବିଳମ୍ବିତ ପର୍ଯ୍ୟାୟରେ ରହିଛି । ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଏପ୍ରିଲ ୧୮ରୁ ୨୫ ଯାଏଁ ଚାଲିବ । ମେଣ୍ଟ ଯଦି ନହେଲା ଓଡ଼ିଶାକୁ ଫୋକସ୍ କରିବ କି ବିଜେପି । ପ୍ରଧାନମନ୍ତ୍ରୀ ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡିଶାକୁ ଘନ ଘନ ଆସିବେ କି । କିଏ କେଉଁଠୁ ଟିକେଟ ପାଇବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି । ଆଶାୟୀ ମାନେ ଆଶା ଆଶଙ୍କାରେ ଥିବା ବେଳେ ବିଭିନ୍ନ ସ୍ତରରେ ଲବି ମଧ୍ୟ ଆରମ୍ଭ ହୋଇଗଲାଣି । ଦଳୀୟ ଟିକେଟ ଆଶା ନେଇ ହାଇକମାଣ୍ଡଙ୍କ
ଭୁବନେଶ୍ୱର ୧୮।୦୩ : ଓଡ଼ିଶା ରାଜନୈତିକ ହଲଚଲ ଦେଖିବାକୁ ମିଳିନି । କୌଣସି ବଡ଼ ନେତା ନଜରକୁ ଆସୁନାହାନ୍ତି । ନା କିଛି ତତଲା ବୟାନ ଆସିଛି ନା କୌଣସି ଚର୍ଚ୍ଚିତ ଟୁଇଟ୍ । ନିର୍ବାଚନ ତାରିଖ ଘୋଷଣାର ପରେ ବି ଓଡ଼ିଶା ରାଜନୀତି ଚଳଚଞ୍ଚଳ ହୋଇପାରିନି । ସମ୍ଭାବ୍ୟ ମେଣ୍ଟ ସସପେନ୍ସ ଭିତରେ ସବୁ ଶିବିର ଥମି ଯାଇଛନ୍ତି । ଏଚର୍ଚ୍ଚାର ପରିଧିକୁ ଡେଇଁ ନା ବିଜେପି ହୁଙ୍କାର ଛାଡ଼ି ପାରୁଛି ନା ବିଜେଡ଼ି ଆତ୍ମବିଶ୍ବାସର ସହ ଆଗକୁ ମାଡ଼ି ପାରୁଛି । ଯଦିଓ ନିର୍ବାଚନୀ ଇସ୍ତାହାର ଧରି କଂଗ୍ରେସ ମଇଦାନକୁ ଓହ୍ଲାଇଛି, ତଥାପି ଦଳ ରାଜ୍ୟ ତମାମ ସେବଳି ତରଙ୍ଗ ଖେଳାଇ ପାରୁନି ।
ତେବେ କଂଗ୍ରେସ ଆଶା ବାନ୍ଧି ବସିଛି, ମେଣ୍ଟ ହେଲେ ବିଜେଡ଼ି ବିଜେପିରୁ ଅସନ୍ତୁଷ୍ଟ ଟିକେଟ୍ ନପାଇ କଂଗ୍ରେସ ଭବନ ମୁହାଁ ହେବେ । ଟିକ ଆଶାୟୀଙ୍କ ଅପେକ୍ଷା ଆହୁରି ଲମ୍ବିପାରେ । ଏଥର ଓଡ଼ିଶାରେ ନିର୍ବାଚନ ବିଳମ୍ବିତ ପର୍ଯ୍ୟାୟରେ ରହିଛି । ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଏପ୍ରିଲ ୧୮ରୁ ୨୫ ଯାଏଁ ଚାଲିବ । ମେଣ୍ଟ ଯଦି ନହେଲା ଓଡ଼ିଶାକୁ ଫୋକସ୍ କରିବ କି ବିଜେପି । ପ୍ରଧାନମନ୍ତ୍ରୀ ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡିଶାକୁ ଘନ ଘନ ଆସିବେ କି । କିଏ କେଉଁଠୁ ଟିକେଟ ପାଇବ ତାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି । ଆଶାୟୀ ମାନେ ଆଶା ଆଶଙ୍କାରେ ଥିବା ବେଳେ ବିଭିନ୍ନ ସ୍ତରରେ ଲବି ମଧ୍ୟ ଆରମ୍ଭ ହୋଇଗଲାଣି । ଦଳୀୟ ଟିକେଟ ଆଶା ନେଇ ହାଇକମାଣ୍ଡଙ୍କ ପାଖରେ ପ୍ରସ୍ତାବ ବି ରଖୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ଶହେଟି ଆସନ ପାଇଁ ପାର୍ଥି ଘୋଷଣା କରିପାରେ ବିଜେଡି।
ସେପଟେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିଥିବା ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ବୈଠକରେ ମାନସମନ୍ଥନ ହୋଇଛି । ରାଜ୍ୟ ବିଜେପି ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି । ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ସର୍ଟ ଲିଷ୍ଟ କରାଯାଇଛି । ଆଉ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ କେନ୍ଦ୍ରୀୟ ନେତା ମୋହର ମାରିବେ ପଦାଧିକାରୀ । ସେହିପରି ୧୯ ତାରିଖରେ ଦିଲ୍ଲୀରେ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ବସିବ । ପ୍ରଥମ ପର୍ଯ୍ୟାୟରେ ୩୨ ବିଧାନସଭା ଏବଂ ୧୦ ଲୋକସଭା ପାର୍ଥିଙ୍କ ନାମ ସିଇସିକୁ କଂଗ୍ରେସ ପଠାଇବ ବୋଲି ଜଣା ପଡ଼ିଛି ।