ନୀଳଗିରି ବିଜେଡିର କର୍ମୀ ସମ୍ମିଳନୀ, ଶକ୍ତି ପ୍ରଦର୍ଶନ କଲେ ସନ୍ତୋଷ ଖଟୁଆ

ନୀଳଗିରି ୩୧।୦୩ : ବିଜେଡି ନେତା ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ଫାର୍ମ ହାଉସରେ ବାଲେଶ୍ଵର ଜିଲ୍ଲା ନୀଳଗିରି ବିଜେଡିର କର୍ମୀ ସମ୍ମିଳନୀ ଆୟୋଜିତ ହୋଇଛି । ଏପିରିକି ହଜାର ହଜାର କର୍ମୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରି ସେ ବିଧାୟକ ଟିକେଟ ପାଇବା ନିଶ୍ଚିତ ବୋଲି ତାଙ୍କ ସମର୍ଥକଙ୍କୁ କହିଛନ୍ତି । ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ବିଜେପି ଛାଡ଼ି ଯିବା ପରେ ରବିବାର ଦିନ  ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କ ମିଶ୍ରଣ ସନ୍ତୋଷ ଖଟୁଆ ଓ ତାଙ୍କ କର୍ମୀଙ୍କୁ ଅଡ଼ୁଆରେ ପକାଇଛି । ସୁକାନ୍ତ କାଳେ ଟିକେଟ ପାଇବେ ଏନେଇ ରବିବାର ସନ୍ତୋଷ ଖଟୁଆ ତାଙ୍କ କର୍ମୀମାନଙ୍କୁ ବିବ୍ରତ ନ ହେବାକୁ ପରାମର୍ଶ ଦେଇଛନ୍ତି । ସେ ଅନ୍ୟ ଦଳକୁ ଯିବେ ନାହିଁ ବୋଲି ସ୍ପଷ୍ଟ ସୂଚନା ଦେଇଥିବା ବେଳେ ତାଙ୍କର ଟିକେଟ ନିଶ୍ଚିତ ପାଇବେ ବୋଲି ଶୁଭେଚ୍ଛୁଙ୍କୁ ଆଶ୍ୱସନା ଦେବା ସହ ସୁପ୍ରିମୋଙ୍କ ଉପରେ ଆସ୍ଥା ରଖିଛନ୍ତି । ସେପଟେ ସୁକାନ୍ତ କ୍ଷମତା ପାଇଁ ସର୍ବଦା ଦଳ ବଦଳ କରନ୍ତି ବୋଲି ସେ କହିଛନ୍ତି । ସୁପ୍ରିମୋଙ୍କ ଉପରେ ଆସ୍ଥା ରହିଛି ବୋଲି ସନ୍ତୋଷ ଖଟୁଆ ଓ ତାଙ୍କ କର୍ମୀମାନେ କହିଛନ୍ତି ।

ନୀଳଗିରି ବିଜେଡିର କର୍ମୀ ସମ୍ମିଳନୀ, ଶକ୍ତି ପ୍ରଦର୍ଶନ କଲେ ସନ୍ତୋଷ ଖଟୁଆ

ନୀଳଗିରି ୩୧।୦୩ : ବିଜେଡି ନେତା ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ଫାର୍ମ ହାଉସରେ ବାଲେଶ୍ଵର ଜିଲ୍ଲା ନୀଳଗିରି ବିଜେଡିର କର୍ମୀ ସମ୍ମିଳନୀ ଆୟୋଜିତ ହୋଇଛି । ଏପିରିକି ହଜାର ହଜାର କର୍ମୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରି ସେ ବିଧାୟକ ଟିକେଟ ପାଇବା ନିଶ୍ଚିତ ବୋଲି ତାଙ୍କ ସମର୍ଥକଙ୍କୁ କହିଛନ୍ତି । 

ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ବିଜେପି ଛାଡ଼ି ଯିବା ପରେ ରବିବାର ଦିନ  ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କ ମିଶ୍ରଣ ସନ୍ତୋଷ ଖଟୁଆ ଓ ତାଙ୍କ କର୍ମୀଙ୍କୁ ଅଡ଼ୁଆରେ ପକାଇଛି । ସୁକାନ୍ତ କାଳେ ଟିକେଟ ପାଇବେ ଏନେଇ ରବିବାର ସନ୍ତୋଷ ଖଟୁଆ ତାଙ୍କ କର୍ମୀମାନଙ୍କୁ ବିବ୍ରତ ନ ହେବାକୁ ପରାମର୍ଶ ଦେଇଛନ୍ତି । ସେ ଅନ୍ୟ ଦଳକୁ ଯିବେ ନାହିଁ ବୋଲି ସ୍ପଷ୍ଟ ସୂଚନା ଦେଇଥିବା ବେଳେ ତାଙ୍କର ଟିକେଟ ନିଶ୍ଚିତ ପାଇବେ ବୋଲି ଶୁଭେଚ୍ଛୁଙ୍କୁ ଆଶ୍ୱସନା ଦେବା ସହ ସୁପ୍ରିମୋଙ୍କ ଉପରେ ଆସ୍ଥା ରଖିଛନ୍ତି । ସେପଟେ ସୁକାନ୍ତ କ୍ଷମତା ପାଇଁ ସର୍ବଦା ଦଳ ବଦଳ କରନ୍ତି ବୋଲି ସେ କହିଛନ୍ତି । ସୁପ୍ରିମୋଙ୍କ ଉପରେ ଆସ୍ଥା ରହିଛି ବୋଲି ସନ୍ତୋଷ ଖଟୁଆ ଓ ତାଙ୍କ କର୍ମୀମାନେ କହିଛନ୍ତି ।