ଭାରତର ବୃହତ୍ତ କୂଟନୈତିକ ବିଜୟ, ଅପରେସନ ସିନ୍ଦୂରକୁ ନେଇ ବୟାନ ପ୍ରତ୍ୟାହାର କଲା କଲମ୍ବିୟା

ନୂଆଦିଲ୍ଲୀ ୩୧।୫: ଭାରତର ଏକ ବଡ଼ କୂଟନୈତିକ ବିଜୟ  ହୋଇଛି। ଅପରେସନ ସିନ୍ଦୂର କାଳରେ ପାକିସ୍ତାନର ହୋଇଥିବା ଧନଜୀବନ ହାନୀ ନେଇ କଲମ୍ବିୟା ଜାରି କରିଥିବା ସମ୍ବେଦନାକୁ ଔପଚାରିକ ରୂପେ ପ୍ରତ୍ୟାହାର କରିଛି। ଏହି ପଦକ୍ଷେପ ଶଶି ଥରୁରଙ୍କ ନେତୃତ୍ୱରେ ଅଲପାର୍ଟି ଡେଲିଗେସନଙ୍କ ଅସହମତି ପରେ ଆସିଛି। ତେବେ କଲମ୍ବିୟାର ପ୍ରାରମ୍ଭିକ ନିଷ୍ପତ୍ତିରେ ଭାରତ ନିରାଶା ବ୍ୟକ୍ତ କରିଥିଲା। କଲମ୍ବିୟା ଉପ ବୈଦେଶିକ ମନ୍ତ୍ରୀ ରୋସା ୟୋଲାଣ୍ଡା ୱିଲାୱିସେନିୟୋ ଭାରତର ତଥ୍ୟ ଓ ସ୍ପଷ୍ଟିକରଣକୁ ସ୍ୱୀକାର କରି ବୟାନ ପ୍ରତ୍ୟାହାର ପୁଷ୍ଟି କରିଛନ୍ତି।କଲମ୍ବିୟା ଉପ ବୈଦେଶିକ ମନ୍ତ୍ରୀଙ୍କ ପଦକ୍ଷେପକୁ ଭାରତ ଏକ ସନ୍ତୁଳିତ ଓ ସକରାତ୍ମକ ପଦକ୍ଷେପ ବୋଲି କହିଛି। ବିଦେଶମନ୍ତ୍ରୀ ରୋସା ୟୋଲାଣ୍ଡା କହିଛନ୍ତି ଯେ ‘ଆମକୁ ପୂରା ବିଶ୍ୱସ ହୋଇଛି ଯେ ଆଜି ଆମକୁ ଯେଉଁ ସ୍ପଷ୍ଟିକରଣ ମିଳିଛି   ଓ ବାସ୍ତବିକ ସ୍ଥିତି, ସଂଘର୍ଷ ଓ କାଶ୍ମୀରରେ ଯାହା କିଛି ବି ହୋଇଛି ଏବେ ସେ ସମ୍ପର୍କରେ ଆମ ପାଖରେ ବିସ୍ତୃତ ସୂଚନା ଅଛି’। ଉପ ବିଦେଶମନ୍ତ୍ରୀଙ୍କ ବୟାନ କାଳରେ ତାଙ୍କ ସହ  ଥିବା ସାଂସଦ ଶଶି ଥରୁର କହିଛନ୍ତି ଯେ ଭାରତ ତାଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରୁଛି। Delightful lunch discussion with thought leaders at the Colombia Council for International Relations today. Engaging exchange of ideas on global geopolitics, In

ଭାରତର ବୃହତ୍ତ କୂଟନୈତିକ ବିଜୟ, ଅପରେସନ ସିନ୍ଦୂରକୁ ନେଇ ବୟାନ ପ୍ରତ୍ୟାହାର କଲା କଲମ୍ବିୟା

ନୂଆଦିଲ୍ଲୀ ୩୧।୫: ଭାରତର ଏକ ବଡ଼ କୂଟନୈତିକ ବିଜୟ  ହୋଇଛି। ଅପରେସନ ସିନ୍ଦୂର କାଳରେ ପାକିସ୍ତାନର ହୋଇଥିବା ଧନଜୀବନ ହାନୀ ନେଇ କଲମ୍ବିୟା ଜାରି କରିଥିବା ସମ୍ବେଦନାକୁ ଔପଚାରିକ ରୂପେ ପ୍ରତ୍ୟାହାର କରିଛି। ଏହି ପଦକ୍ଷେପ ଶଶି ଥରୁରଙ୍କ ନେତୃତ୍ୱରେ ଅଲପାର୍ଟି ଡେଲିଗେସନଙ୍କ ଅସହମତି ପରେ ଆସିଛି। ତେବେ କଲମ୍ବିୟାର ପ୍ରାରମ୍ଭିକ ନିଷ୍ପତ୍ତିରେ ଭାରତ ନିରାଶା ବ୍ୟକ୍ତ କରିଥିଲା। କଲମ୍ବିୟା ଉପ ବୈଦେଶିକ ମନ୍ତ୍ରୀ ରୋସା ୟୋଲାଣ୍ଡା ୱିଲାୱିସେନିୟୋ ଭାରତର ତଥ୍ୟ ଓ ସ୍ପଷ୍ଟିକରଣକୁ ସ୍ୱୀକାର କରି ବୟାନ ପ୍ରତ୍ୟାହାର ପୁଷ୍ଟି କରିଛନ୍ତି।

କଲମ୍ବିୟା ଉପ ବୈଦେଶିକ ମନ୍ତ୍ରୀଙ୍କ ପଦକ୍ଷେପକୁ ଭାରତ ଏକ ସନ୍ତୁଳିତ ଓ ସକରାତ୍ମକ ପଦକ୍ଷେପ ବୋଲି କହିଛି। ବିଦେଶମନ୍ତ୍ରୀ ରୋସା ୟୋଲାଣ୍ଡା କହିଛନ୍ତି ଯେ ‘ଆମକୁ ପୂରା ବିଶ୍ୱସ ହୋଇଛି ଯେ ଆଜି ଆମକୁ ଯେଉଁ ସ୍ପଷ୍ଟିକରଣ ମିଳିଛି   ଓ ବାସ୍ତବିକ ସ୍ଥିତି, ସଂଘର୍ଷ ଓ କାଶ୍ମୀରରେ ଯାହା କିଛି ବି ହୋଇଛି ଏବେ ସେ ସମ୍ପର୍କରେ ଆମ ପାଖରେ ବିସ୍ତୃତ ସୂଚନା ଅଛି’। ଉପ ବିଦେଶମନ୍ତ୍ରୀଙ୍କ ବୟାନ କାଳରେ ତାଙ୍କ ସହ  ଥିବା ସାଂସଦ ଶଶି ଥରୁର କହିଛନ୍ତି ଯେ ଭାରତ ତାଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରୁଛି। 


ପ୍ରତିନିଧି ସଭାର ଦ୍ୱିତୀୟ ଆୟୋଗ ଅଧ୍ୟକ୍ଷ ସାଂସଦ ଏଲେଜାନ୍ଦ୍ରୋ ଟୋରୋଙ୍କୁ ଭେଟିବା ପରେ ଥରୁର ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ପ୍ରକାରର ସମାନତା  ହୋଇ ନପାରେ ବୋଲି ଦୋହରାଇଥିଲେ। ତେବେ କଲମ୍ବିୟା ସହିତ ନିରାଶା ଏଥି ପାଇଁ ଥିଲା ଯେ ସେମାନେ ଏହି ଅନ୍ତରକୁ ଅଣଦେଖା କରିଥିଲେ। ଥରୁର କହିଛନ୍ତି ଯେ ଗୋଟିଏ ପଟେ ଆତଙ୍କବାଦୀ ଓ ଅନ୍ୟପଟେ ନିର୍ଦ୍ଦୋଷ ଲୋକଙ୍କ ମଧ୍ୟରେ କୌଣସି ପ୍ରକାରର ସମାନତା ଆଶା କରାଯାଇ ନପାରେ। ତେବେ କଲମ୍ବିୟାର ବୟାନ ପ୍ରତ୍ୟାହାର ଘୋଷଣା ଆମକୁ ସନ୍ତୁଷ୍ଟ କରିଛି। 


ଥରୁର କହିଛନ୍ତି ଯେ ଆମେ ଜାଣି ଖୁସି ହେଲୁ ଯେ ଆପଣ କଲମ୍ବିୟା ଲୋକଙ୍କ ପ୍ରତିନିଧି ରୂପେ ଆମର ସାର୍ବଭୌମତ୍ୱ, ବିଶ୍ୱରେ ଶାନ୍ତି, ଭାରତୀୟ ଉପମହାଦ୍ୱୀପରେ ଶାନ୍ତି ଲାଗି ଆମ ସହିତ ଦୃଢତାର ସହ ଛିଡା ହେବାକୁ ଆଗ୍ରହୀ। ଆପଣ ଏଥି ପାଇଁ ମଧ୍ୟ ବହୁତ ଖୁସିଯେ ଆମର ଲୋକେ ଓ ପ୍ରତିନିଧିଙ୍କ ମଧ୍ୟରେ ଏପରି ଆଲୋଚନା ଜାରି ରଖିବାକୁ ଚାହାଁନ୍ତି।