ନିମାପଡ଼ା ଏନ୍ଏସି: ଭୋଟ ନାକଚକୁ ନେଇ ରାଜନୀତି
ନିମାପଡ଼ା,୨୨।୮(ରଞ୍ଜନ ପଟ୍ଟନାୟକ): କିଏ କଲା ନିଜ ଭୋଟକୁ ନାକଚ? ନିମାପଡ଼ା ଏନ୍ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇବା ପରେ ଏଠାକାର ରାଜନୀତି ରୋଚକ ମୋଡ଼ ନେଇଛି। ପ୍ରକୃତରେ କିଏ ସେହି କାଉନସିଲର ଯିଏ ନିଜ ଭୋଟକୁ ନାକଚ କରିଛନ୍ତି, ତାକୁ ନେଇ ଭାଜପା ଶିବିରରେ ଚାଲିଛି ତନାଘନା। ସୂଚନାଯୋଗ୍ୟ, ନିମାପଡ଼ା ଏନ୍ଏସିରେ ୧୧ ଜଣ ନିର୍ବାଚିତ କାଉନସିଲର ରହିଛନ୍ତି। ୭ ଜଣ ବିଜେଡି କାଉନସିଲର ଥିଲେ। ପୂର୍ବତନ ମନ୍ତ୍ରୀ ସମୀର ଦାଶ ବିଜେଡିରେ […] The post ନିମାପଡ଼ା ଏନ୍ଏସି: ଭୋଟ ନାକଚକୁ ନେଇ ରାଜନୀତି appeared first on Dharitri Odia News.
ନିମାପଡ଼ା,୨୨।୮(ରଞ୍ଜନ ପଟ୍ଟନାୟକ): କିଏ କଲା ନିଜ ଭୋଟକୁ ନାକଚ? ନିମାପଡ଼ା ଏନ୍ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇବା ପରେ ଏଠାକାର ରାଜନୀତି ରୋଚକ ମୋଡ଼ ନେଇଛି। ପ୍ରକୃତରେ କିଏ ସେହି କାଉନସିଲର ଯିଏ ନିଜ ଭୋଟକୁ ନାକଚ କରିଛନ୍ତି, ତାକୁ ନେଇ ଭାଜପା ଶିବିରରେ ଚାଲିଛି ତନାଘନା। ସୂଚନାଯୋଗ୍ୟ, ନିମାପଡ଼ା ଏନ୍ଏସିରେ ୧୧ ଜଣ ନିର୍ବାଚିତ କାଉନସିଲର ରହିଛନ୍ତି। ୭ ଜଣ ବିଜେଡି କାଉନସିଲର ଥିଲେ। ପୂର୍ବତନ ମନ୍ତ୍ରୀ ସମୀର ଦାଶ ବିଜେଡିରେ ଥିବାବେଳେ ଯେଉଁ ୭ ଜଣ ଦଳୀୟ କାଉନସିଲର ରହିଥିଲେ ସେମାନଙ୍କ ମଧ୍ୟରୁ ୬ ଜଣ ତାଙ୍କ ଖାସ ଲୋକ ବୋଲି କୁହାଯାଉଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଟିକେଟରୁ ବଞ୍ଚିତ ହେବା ପରେ ସମୀର ସମର୍ଥକଙ୍କ ସହ ଭାଜପାରେ ଯୋଗଦେଇଥିଲେ। ତାଙ୍କ ସମର୍ଥକ କାଉନସିଲରମାନେ ମଧ୍ୟ ଭାଜପାରେ ଯୋଗଦେଇଥିଲେ। ରାଜ୍ୟରେ ଭାଜପା କ୍ଷମତାକୁ ଆସିବା ପରେ ଏନ୍ଏସି କ୍ଷମତାରେ ଥିବା ବିଜେଡି ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ଅନାସ୍ଥା ଅଣାଯାଇଥିଲା। ସମୀରଙ୍କ ୬ ଜଣ ଅନୁଗତଙ୍କ ସହ ଭାଜପାର ୨ ଜଣକୁ ମିଶାଇଲେ ଅନାସ୍ଥା ସପକ୍ଷରେ ୮ ଜଣ ଭୋଟ ଦେବେ ବୋଲି ଆକଳନ କରାଯାଉଥିଲା। ଅନାସ୍ଥା ଭୋଟବେଳେ ୮ ଜଣଙ୍କ ମଧ୍ୟରୁ ଜଣେ ତାଙ୍କ ଭୋଟ ନାକଚ କରିଦେଇଥିଲେ। ଏହା ସିକ୍ରେଟ ବ୍ୟାଲଟ ଭୋଟିଂ ହୋଇଥିବାରୁ କିଏ ନାକଚ କରିଛି ତାହା ଜାଣିବା ସମ୍ଭବ ନୁହେଁ। ଭାଜପା ସମର୍ଥିତ ଯେଉଁ ୮ଜଣ କାଉନସିଲର ଭୋଟ ଦେବାକୁ ଯାଇଥିଲେ, ସମସ୍ତଙ୍କୁ ଗୋପ ବ୍ଲକର ପ୍ରସିଦ୍ଧ ମହାଦେବ ମନ୍ଦିରକୁ ଡାକି ସେଠାରେ ଠାକୁରଙ୍କ ନିୟମ କରାଇ କିଏ ନାକଚ କରିଛି ବୋଲି ପଚରା ଉଚରା କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଅନାସ୍ଥା ଭୋଟର ୪ ଦିନ ପୂର୍ବରୁ ଏହି କାଉନସିଲରଙ୍କୁ ଅଜ୍ଞାତବାସରେ ରଖାଯାଇଥିଲା। କେତେଜଣଙ୍କୁ ଅଧ୍ୟକ୍ଷାଙ୍କ ବିରୋଧରେ ଭୋଟ ଦେବାକୁ ଅର୍ଥ ଲୋଭ ସହିତ ଧମକ ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି। ଅନାସ୍ଥା କାଏମ ରଖିବା ନିମନ୍ତେ ଆବଶ୍ୟକ ୮ ଜଣଙ୍କ ସମର୍ଥନ ମିଳିପାରି ନ ପାରିବାରୁ ଏହା କାଟ ଖାଇଯାଇଥିଲା। ଏହାକୁ ନେଇ ଏଠାକାର ରାଜନୀତି ସରଗରମ ହୋଇଛି।
The post ନିମାପଡ଼ା ଏନ୍ଏସି: ଭୋଟ ନାକଚକୁ ନେଇ ରାଜନୀତି appeared first on Dharitri Odia News.