ବାଇବେଲ ବିକି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି
ଓ୍ବାଶିଂଟନ,୧୮।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ସବୁଠାରୁ ଧନୀ ନେତାଙ୍କ ମଧ୍ୟରେ ଜଣେ ଭାବେ ଗଣାଯାଆନ୍ତି। ଫୋର୍ବସ ଅନୁଯାୟୀ ଟ୍ରମ୍ପଙ୍କ ନେଟଓ୍ବର୍ଥ ହେଉଛି ୪.୫ ବିଲିୟନ ଡଲାର। ଏଥର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ ପ୍ରାର୍ଥୀ କମଲା ହାରିସଙ୍କୁ କଡ଼ା ପ୍ରତିଯୋଗିତା ଦେଉଥିବା ଟ୍ରମ୍ପ ଅନେକ ଉତ୍ସରୁ ଅନେକ ରୋଜଗାର କରୁଛନ୍ତି ବୋଲି କୁହାଯାଉଛି। ଡୋନାଲ୍ଡ ଟ୍ରମ୍ପଙ୍କ ଲେଟେଷ୍ଟ ଫାଇନାନସିୟାଲ ଡିସକ୍ଲୋଜରରୁ ଜଣାପଡିଛି ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି କେବଳ ବାଇବେଲ ବିକ୍ରୟ କରି […] The post ବାଇବେଲ ବିକି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି appeared first on Dharitri Odia News.
ଓ୍ବାଶିଂଟନ,୧୮।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ସବୁଠାରୁ ଧନୀ ନେତାଙ୍କ ମଧ୍ୟରେ ଜଣେ ଭାବେ ଗଣାଯାଆନ୍ତି। ଫୋର୍ବସ ଅନୁଯାୟୀ ଟ୍ରମ୍ପଙ୍କ ନେଟଓ୍ବର୍ଥ ହେଉଛି ୪.୫ ବିଲିୟନ ଡଲାର। ଏଥର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ ପ୍ରାର୍ଥୀ କମଲା ହାରିସଙ୍କୁ କଡ଼ା ପ୍ରତିଯୋଗିତା ଦେଉଥିବା ଟ୍ରମ୍ପ ଅନେକ ଉତ୍ସରୁ ଅନେକ ରୋଜଗାର କରୁଛନ୍ତି ବୋଲି କୁହାଯାଉଛି। ଡୋନାଲ୍ଡ ଟ୍ରମ୍ପଙ୍କ ଲେଟେଷ୍ଟ ଫାଇନାନସିୟାଲ ଡିସକ୍ଲୋଜରରୁ ଜଣାପଡିଛି ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି କେବଳ ବାଇବେଲ ବିକ୍ରୟ କରି ପ୍ରତିବର୍ଷ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ସେ ସିଙ୍ଗର ଲି ଗ୍ରୀନଉଡଙ୍କ ସହ ମିଶି ବାଇବେଲର ଏକ ବିଶେଷ ସଂସ୍କରଣ ‘ଗ୍ରୀନଉଡ ବାଇବେଲ’ ବିକ୍ରି କରୁଛନ୍ତି। ବାଇବେଲ ବିକ୍ରୟରୁ ଟ୍ରମ୍ପ ଏକ ବର୍ଷରେ ୩୦୦,୦୦୦ ଡଲାର (ପ୍ରାୟ ୨.୫ କୋଟି ଟଙ୍କା) ରୋଜଗାର କରିଛନ୍ତି।
ଗ୍ରୀନଉଡ ବାଇବେଲ ବ୍ୟତୀତ ଡୋନାଲ୍ଡ ଟ୍ରମ୍ପଙ୍କ ପୁସ୍ତକ ‘ଲେଟର୍ସ ଟୁ ଟ୍ରମ୍ପ’ରୁ ୪.୪ମିଲିୟନ ଡଲାର ରୟାଲ୍ଟି ପାଇଥିଲେ। ସେ ‘ଏ ମେଗା ଜର୍ନିଂ’ ପୁସ୍ତକରୁ ୫୦୦,୦୦୦ଡଲାର୍ ରୋଜଗାର କରିଥିବାବେଳେ ‘ଦି ଆର୍ଟ ଅଫ ଦ ଡିଲ’ ପରି ଅନ୍ୟ ପୁସ୍ତକଗୁଡ଼ିକ ତାଙ୍କୁ ଗତ ବର୍ଷରେ ୫୦,୦୦୦ ରୁ ୧୦୦,୦୦୦ଡଲାର୍ ରୋଜଗାର କରିଛନ୍ତି। ରିଅଲ ଇଷ୍ଟେଟ, କ୍ରିପ୍ଟୋକରେନ୍ସି ଏବଂ ସୁନା ହେଉଛି ଡୋନାଲ୍ଡ ଟ୍ରମ୍ପଙ୍କ ଆୟର ମୁଖ୍ୟ ଉତ୍ସ।
The post ବାଇବେଲ ବିକି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି appeared first on Dharitri Odia News.