ଅଲୋଡ଼ା ହେଲା ଶିଶୁକନ୍ୟା: ପୋଖରୀ କୂଳରେ ବ୍ୟାଗ୍‌ ଭିତରେ ପୂରାଇ ଛାଡ଼ି ଚାଲିଗଲେ…

ପାଟଣା,୨୮ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଶିଶୁ ବିଦ୍ୟାମନ୍ଦିର ପଛ ପଟରେ ଥିବା ଏକ ପୋଖରୀ କୂଳରେ ବ୍ୟାଗ୍‌ ଭିତରୁ ସୋମବାର ସକାଳୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁକୁ ଅତି ନିର୍ମମ ଭାବରେ କେହି ବ୍ୟାଗ୍‌ ଭିତରେ ପୂରାଇ ବ୍ୟାଗ୍‌ର ଚେନ୍‌ ଲଗାଇ ସେଠାରେ ଛାଡ଼ି ଚାଲିଯାଇଥିଲେ। ଗ୍ରାମର ଡାଳିମ୍ବ ମୁଣ୍ଡା ପୋଖରୀକୁ ଯାଉଥିବା ସମୟରେ ଛୁଆର କ୍ରନ୍ଦନ ଶୁଣି ବ୍ୟାଗ୍‌ ଖୋଲିବା ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ […] The post ଅଲୋଡ଼ା ହେଲା ଶିଶୁକନ୍ୟା: ପୋଖରୀ କୂଳରେ ବ୍ୟାଗ୍‌ ଭିତରେ ପୂରାଇ ଛାଡ଼ି ଚାଲିଗଲେ… appeared first on Dharitri Odia News.

ଅଲୋଡ଼ା ହେଲା ଶିଶୁକନ୍ୟା: ପୋଖରୀ କୂଳରେ ବ୍ୟାଗ୍‌ ଭିତରେ ପୂରାଇ ଛାଡ଼ି ଚାଲିଗଲେ…

ପାଟଣା,୨୮ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଶିଶୁ ବିଦ୍ୟାମନ୍ଦିର ପଛ ପଟରେ ଥିବା ଏକ ପୋଖରୀ କୂଳରେ ବ୍ୟାଗ୍‌ ଭିତରୁ ସୋମବାର ସକାଳୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଶିଶୁକୁ ଅତି ନିର୍ମମ ଭାବରେ କେହି ବ୍ୟାଗ୍‌ ଭିତରେ ପୂରାଇ ବ୍ୟାଗ୍‌ର ଚେନ୍‌ ଲଗାଇ ସେଠାରେ ଛାଡ଼ି ଚାଲିଯାଇଥିଲେ। ଗ୍ରାମର ଡାଳିମ୍ବ ମୁଣ୍ଡା ପୋଖରୀକୁ ଯାଉଥିବା ସମୟରେ ଛୁଆର କ୍ରନ୍ଦନ ଶୁଣି ବ୍ୟାଗ୍‌ ଖୋଲିବା ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି। ଶିଶୁକନ୍ୟାଟି ୪ରୁ୫ ଦିନର ହୋଇଥିବା ସୂଚନା ମିଳିଥିବା ବେଳେ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତର ଓ ପୋଲିସ କହିଛନ୍ତି। ଶିଶୁକନ୍ୟାଟିର ମା’ ବାପା କିଏ ଜଣା ପଡ଼ି ନ ଥିବାବେଳେ ଏନେଇ ସ୍ଥାନୀୟ ଅଞ୍ଚଳରେ ନାନା ଚର୍ଚ୍ଚା ହେଉଛି। କେହି କୁମାରୀ ମାତୃତ୍ୱକୁ ଲୁଚାଇବାକୁ ଏଭଳି ଉଦ୍ୟମ କରିଥିବା କହୁଥିବା ବେଳେ କୌଣସି ଦମ୍ପତିଙ୍କର ବାରମ୍ବାର କନ୍ୟା ସନ୍ତାନ ଜନ୍ମ ହେବାରୁ ଏଭଳି କରିଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିନାହିଁ।

The post ଅଲୋଡ଼ା ହେଲା ଶିଶୁକନ୍ୟା: ପୋଖରୀ କୂଳରେ ବ୍ୟାଗ୍‌ ଭିତରେ ପୂରାଇ ଛାଡ଼ି ଚାଲିଗଲେ… appeared first on Dharitri Odia News.