ଜୟନାରାୟଣଙ୍କ ବଡ଼ ବୟାନ: ଆଉ ଏକ ନିର୍ବାଚନ ହେଉ ବୋଲି ଆମେ ଚାହୁଁ ନାହୁଁ, ଏଣୁ…
ଭୁବନେଶ୍ୱର,୧୧।୬: ଓଡ଼ିଶାରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ସରକାର ଗଢ଼ିବାକୁ ଯାଉଛି ଭାଜପା। ହେଲେ ଦଳର ନେତା କିଏ ହେବେ ସେ ନେଇ ସ୍ପଷ୍ଟ ହୋଇପାରୁନାହିଁ। ନାନାଦି ଚର୍ଚ୍ଚା ଗଣମାଧ୍ୟମରେ ଚାଲି ଆସୁଥିଲେ ହେଁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବଡ଼ ମନ୍ତବ୍ୟ ଦେଇଛନ୍ତି। ମଙ୍ଗଳବାର ଅନୁଷ୍ଠିତ ହେଉଥିବା ବିଧାୟକ ଦଳ ବୈଠକ ପୂର୍ବରୁ ଜୟନାରାୟଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ନେଇ କାହାର ନାଁ ଚର୍ଚ୍ଚାରେ ନାହିଁ। ଆଉ ଏକ ନିର୍ବାଚନ ହେଉ ବୋଲି ଆମେ ଚାହୁଁନାହିୁଁ। ଯେଉଁମାନେ […] The post ଜୟନାରାୟଣଙ୍କ ବଡ଼ ବୟାନ: ଆଉ ଏକ ନିର୍ବାଚନ ହେଉ ବୋଲି ଆମେ ଚାହୁଁ ନାହୁଁ, ଏଣୁ… appeared first on Dharitri Odia News.
ଭୁବନେଶ୍ୱର,୧୧।୬: ଓଡ଼ିଶାରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ସରକାର ଗଢ଼ିବାକୁ ଯାଉଛି ଭାଜପା। ହେଲେ ଦଳର ନେତା କିଏ ହେବେ ସେ ନେଇ ସ୍ପଷ୍ଟ ହୋଇପାରୁନାହିଁ। ନାନାଦି ଚର୍ଚ୍ଚା ଗଣମାଧ୍ୟମରେ ଚାଲି ଆସୁଥିଲେ ହେଁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବଡ଼ ମନ୍ତବ୍ୟ ଦେଇଛନ୍ତି।
ମଙ୍ଗଳବାର ଅନୁଷ୍ଠିତ ହେଉଥିବା ବିଧାୟକ ଦଳ ବୈଠକ ପୂର୍ବରୁ ଜୟନାରାୟଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ନେଇ କାହାର ନାଁ ଚର୍ଚ୍ଚାରେ ନାହିଁ। ଆଉ ଏକ ନିର୍ବାଚନ ହେଉ ବୋଲି ଆମେ ଚାହୁଁନାହିୁଁ। ଯେଉଁମାନେ ନିର୍ବାଚିତ ପ୍ରତିନିଧି, ସେମାନଙ୍କ ମଧ୍ୟରୁ ଜଣେ ହୁଅନ୍ତୁ। ଓଡ଼ିଶା ଭବିଷ୍ୟତ ଦୃଷ୍ଟିରୁ ଆଜିର ଦିନର ଗୁରୁତ୍ୱ ଅଧିକ। ଆମେ ଆଗାମୀ ଦିନରେ ଉଦାହରଣ ସୃଷ୍ଟି କରିବୁ ବୋଲି ଆଶା କରୁଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଆଗୁଆ କୌଣସି ନାଁ ଚର୍ଚ୍ଚାରେ ନାହିଁ। ବିଧାୟକମାନେ ଯାହା ନିଷ୍ପତ୍ତି ନେବେ ଏବଂ କେନ୍ଦ୍ରୀୟ କମିଟି ଯାହାଙ୍କୁ ଅନୁମୋଦନ କରିବେ ତାହା ଚୂଡ଼ାନ୍ତ ହେବ।
The post ଜୟନାରାୟଣଙ୍କ ବଡ଼ ବୟାନ: ଆଉ ଏକ ନିର୍ବାଚନ ହେଉ ବୋଲି ଆମେ ଚାହୁଁ ନାହୁଁ, ଏଣୁ… appeared first on Dharitri Odia News.