ବାହାଘର ହେଉ ନ ଥିବାରୁ ରିକ୍ସାବାଲା କଲେ ଏମିତି: ଏବେ ଲାଗୁଛି ଯୁବତୀଙ୍କ ଲମ୍ବା ଲାଇନ୍
ଭାରତରେ ବିବାହର ବିଶେଷ ଗୁରୁତ୍ୱ ରହିଛି। ପ୍ରତ୍ୟେକ ଝିଅ ଏବଂ ପୁଅ ବିବାହ କରିବାକୁ ଚାହାଁନ୍ତି। ଉଭୟଙ୍କ ବିବାହ ପାଇଁ ଏକ ବୟସ ମଧ୍ୟ ସ୍ଥିର କରାଯାଇଛି। ଯଦି କେହି ବିବାହ ନ କରନ୍ତି, ପଡ଼ୋଶୀ ତଥା ସମ୍ପର୍କୀୟମାନେ ଥଟ୍ଟା କରିବା ଆରମ୍ଭ କରନ୍ତି। ମଧ୍ୟପ୍ରଦେଶର ଦାମୋହରେ ରହୁଥିବା ତିରିଶ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସହ ସମାନ ଘଟଣା ଘଟିଥିଲା। ଏହି ତିରିଶ ବର୍ଷ ବୟସ୍କଙ୍କ ନାମ ଦୀପେନ୍ଦ୍ର ରାଠୋର। ସେ ଇ-ରିକ୍ସା ଡ୍ରାଇଭ କରନ୍ତି। ସେ […] The post ବାହାଘର ହେଉ ନ ଥିବାରୁ ରିକ୍ସାବାଲା କଲେ ଏମିତି: ଏବେ ଲାଗୁଛି ଯୁବତୀଙ୍କ ଲମ୍ବା ଲାଇନ୍ appeared first on Dharitri Odia News.
ଭାରତରେ ବିବାହର ବିଶେଷ ଗୁରୁତ୍ୱ ରହିଛି। ପ୍ରତ୍ୟେକ ଝିଅ ଏବଂ ପୁଅ ବିବାହ କରିବାକୁ ଚାହାଁନ୍ତି। ଉଭୟଙ୍କ ବିବାହ ପାଇଁ ଏକ ବୟସ ମଧ୍ୟ ସ୍ଥିର କରାଯାଇଛି। ଯଦି କେହି ବିବାହ ନ କରନ୍ତି, ପଡ଼ୋଶୀ ତଥା ସମ୍ପର୍କୀୟମାନେ ଥଟ୍ଟା କରିବା ଆରମ୍ଭ କରନ୍ତି। ମଧ୍ୟପ୍ରଦେଶର ଦାମୋହରେ ରହୁଥିବା ତିରିଶ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସହ ସମାନ ଘଟଣା ଘଟିଥିଲା।
ଏହି ତିରିଶ ବର୍ଷ ବୟସ୍କଙ୍କ ନାମ ଦୀପେନ୍ଦ୍ର ରାଠୋର। ସେ ଇ-ରିକ୍ସା ଡ୍ରାଇଭ କରନ୍ତି। ସେ ବିବାହ କରି ନ ଥିବା ଯୋଗୁ ଏକ ନିଆରା ପଦ୍ଧତି ଗ୍ରହଣ କରିଥିଲେ। ଦୀପେନ୍ଦ୍ର ତାଙ୍କ ଇ-ରିକ୍ସାରେ ଏକ ବଡ଼ ହୋର୍ଡିଂ ରଖିଛନ୍ତି। ଏଥିରେ ସେ ତାଙ୍କର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି। ଏହି ହୋର୍ଡିଂରେ ସେ ଶିକ୍ଷା, ଉଚ୍ଚତା, ବ୍ଲଡ୍ ଗ୍ରୁପ୍ ଇତ୍ୟାଦି ଲେଖିଛନ୍ତି। ସେ ଏକ ଇ-ରିକ୍ସାରେ ସହରରେ ବୁଲୁଛନ୍ତି।
ସେ କହିଛନ୍ତି ଯେ, ତାଙ୍କୁ ୩୦ ବର୍ଷ ବୟସ ହେଲାଣି, କିନ୍ତୁ ଯୁବତୀ ମିଳୁନାହିଁ। ସେ ବିବାହ କରିବାକୁ ଚାହୁଁଛନ୍ତି। ତେଣୁ ସେ ଏପରି କରିବାକୁ ବାଧ୍ୟ ହେଉଛନ୍ତି। ସେ ହୋର୍ଡିଂ ଉପରେ ଏକ ବିଶେଷ ଜିନିଷ ଲେଖିଛନ୍ତି। ବିବାହରେ ଜାତି ଓ ଧର୍ମ ଉପରେ କୌଣସି ପ୍ରତିବନ୍ଧକ ନାହିଁ। ସେ ଏହା ଲେଖି ବୁଲିବା ଦ୍ୱାରା ଏବେ ତାଙ୍କ ପାଖକୁ ଅନେକ ପ୍ରସ୍ତାବ ଆସୁଛି।
The post ବାହାଘର ହେଉ ନ ଥିବାରୁ ରିକ୍ସାବାଲା କଲେ ଏମିତି: ଏବେ ଲାଗୁଛି ଯୁବତୀଙ୍କ ଲମ୍ବା ଲାଇନ୍ appeared first on Dharitri Odia News.