ମଧ୍ୟବିତ୍ତ ପରିବାରକୁ ମିଳିବ ଆଶ୍ୱସ୍ତି! ବଡ଼ ସଙ୍କେତ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧୮।୧୧: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ର ବଜେଟ ବର୍ତ୍ତମାନ ଅଢେଇ ମାସରୁ କମ ସମୟ ବାକି ଅଛି। ଫେବୃଆରୀ ୧, ୨୦୨୫ରେ ବଜେଟ ଆଗତ ହେବ। ଏହାପୂର୍ବରୁ ମଧ୍ୟବିତ୍ତ ଲୋକଙ୍କୁ ଆଶ୍ୱସ୍ତି ଯୋଗାଇବା ନେଇ ଅର୍ଥମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଜଣେ ୟୁଜର୍ସଙ୍କ ପୋଷ୍ଟକୁ ଦେଇଥିବା ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି, ଆମେ ଆପଣଙ୍କ ଚିନ୍ତା ବିଷୟରେ ଜାଣିଛୁ। ଅର୍ଥମନ୍ତ୍ରୀ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏକ ଉତ୍ତରଦାୟୀ ସରକାର ଯାହା ଲୋକଙ୍କ […] The post ମଧ୍ୟବିତ୍ତ ପରିବାରକୁ ମିଳିବ ଆଶ୍ୱସ୍ତି! ବଡ଼ ସଙ୍କେତ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ appeared first on Dharitri Odia News.

ମଧ୍ୟବିତ୍ତ ପରିବାରକୁ ମିଳିବ ଆଶ୍ୱସ୍ତି! ବଡ଼ ସଙ୍କେତ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧୮।୧୧: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ର ବଜେଟ ବର୍ତ୍ତମାନ ଅଢେଇ ମାସରୁ କମ ସମୟ ବାକି ଅଛି। ଫେବୃଆରୀ ୧, ୨୦୨୫ରେ ବଜେଟ ଆଗତ ହେବ। ଏହାପୂର୍ବରୁ ମଧ୍ୟବିତ୍ତ ଲୋକଙ୍କୁ ଆଶ୍ୱସ୍ତି ଯୋଗାଇବା ନେଇ ଅର୍ଥମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଜଣେ ୟୁଜର୍ସଙ୍କ ପୋଷ୍ଟକୁ ଦେଇଥିବା ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି, ଆମେ ଆପଣଙ୍କ ଚିନ୍ତା ବିଷୟରେ ଜାଣିଛୁ। ଅର୍ଥମନ୍ତ୍ରୀ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏକ ଉତ୍ତରଦାୟୀ ସରକାର ଯାହା ଲୋକଙ୍କ ସ୍ବର ଶୁଣୁଛନ୍ତି ଏବଂ ଏହାର ସମାଧାନ ମଧ୍ୟ କରୁଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ତୁଷାର ଶର୍ମା ନାମକ ଜଣେ ୟୁଜର୍ସ ତାଙ୍କ ପୋଷ୍ଟରେ ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି, ଦେଶ ପାଇଁ ତୁମର ଉଦ୍ୟମ ଏବଂ ଅବଦାନକୁ ଆମେ ପ୍ରଶଂସା କରୁଛୁ । ମୁଁ ଆପଣଙ୍କୁ ବିନମ୍ର ଭାବରେ କହିବାକୁ ଚାହୁଁଛି କି ମଧ୍ୟବିତ୍ତଙ୍କୁ କିଛି ଆଶ୍ୱସ୍ତି ଦେବା ପାଇଁ ବିଚାର କରନ୍ତୁ। ୟୁଜର୍ସ ଜଣଙ୍କ ଆହୁରି ଲେଖିଛନ୍ତି, ଏଥିରେ ଜଡିତ ଚ୍ୟାଲେଞ୍ଜଗୁଡ଼ିକୁ ମୁଁ ଭଲଭାବେ ବୁଝି ପାରୁଛି, କିନ୍ତୁ ଏଥିପାଇଁ ଆପଣଙ୍କୁ ହୃଦୟରୁ ଅନୁରୋଧ ଅଛି ।

The post ମଧ୍ୟବିତ୍ତ ପରିବାରକୁ ମିଳିବ ଆଶ୍ୱସ୍ତି! ବଡ଼ ସଙ୍କେତ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ appeared first on Dharitri Odia News.