ହାପି ରୋଜ ଡେ...
କୋର୍ଟଙ୍କ ରାୟର ଏକ ଫଟୋ କପିକୁ ପୋଷ୍ଟ କରି ସାଂସଦ ଅନୁଭବ ମହାନ୍ତି ଲେଖିଛନ୍ତି, ବିବାହର ୧୦ ବର୍ଷ ପୂର୍ତ୍ତି ପୂର୍ବରୁ ତାଙ୍କ ଛାଡ଼ପତ୍ର ହୋଇଯାଇଛି। ଆଜିର ଦିନରେ ଅର୍ଥାତ ୮ ଫେବ୍ରୁଆରୀରେ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ହୋଇଥିଲା।
ମୋ ପାଇଁ ଓ ମୋ ପରିବାରର ଶାନ୍ତି ପାଇଁ ଯେଉଁମାନେ ପ୍ରାର୍ଥନା କରିଥିଲେ, ସେମାନଙ୍କୁ ଧନ୍ୟବାଦ। ମୂଲ୍ୟହୀନ, ଅର୍ଥହୀନ, ହୃଦୟହୀନ, ଯନ୍ତ୍ରଣାଦାୟକ ସଂପର୍କ ଓ ମିଛ ବିବାହର ୧୦ ବର୍ଷ ପୂର୍ତ୍ତିର ଦିନକ ପୂର୍ବରୁ ଆଜି ମୋତେ ମୋ ବିବାହ ବିଚ୍ଛେଦର ଡିଗ୍ରୀ ମିଳିଛି। ତାଙ୍କ ଖୁସି ପାଇଁ ମୁଁ ପ୍ରାର୍ଥନା କରୁଛି... HAPPY ROSE DAY। ସୋଶାଲ ମିଡ଼ିଆ ‘X’ ରେ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଏମିତି ପୋଷ୍ଟ କରିଛନ୍ତି।
କୋର୍ଟଙ୍କ ରାୟର ଏକ ଫଟୋ କପିକୁ ପୋଷ୍ଟ କରି ସାଂସଦ ଅନୁଭବ ମହାନ୍ତି ଲେଖିଛନ୍ତି, ବିବାହର ୧୦ ବର୍ଷ ପୂର୍ତ୍ତି ପୂର୍ବରୁ ତାଙ୍କ ଛାଡ଼ପତ୍ର ହୋଇଯାଇଛି। ଆଜିର ଦିନରେ ଅର୍ଥାତ ୮ ଫେବ୍ରୁଆରୀରେ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ହୋଇଥିଲା। ଆଉ ଏହାର ଦିନକ ପୂର୍ବରୁ ସୋଶାଲ୍ ମିଡ଼ିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଅନୁଭବ। ତେବେ ଆଇନଜୀବୀଙ୍କ ମତ, ଅଭିନେତ୍ରୀ ବର୍ଷା ଯଦି ଚାହିଁବେ, ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇପାରିବେ। ତାଙ୍କ ପାଖରେ ଏବେ ମଧ୍ୟ ସମୟ ଅଛି।
୨୦୧୪ ମସିହା ଫେବ୍ରୁଆରୀ ୮ ତାରିଖ। ଆଜିର ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସେଲିବ୍ରିଟି କପଲ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି। କିନ୍ତୁ ବିବାହର କେଇଟା ବର୍ଷ ଭିତରେ ଉଭୟଙ୍କ ମଧ୍ୟରେ ଉପୁଜିଥିଲା ବିବାଦ। ୨୦୨୦ ମସିହାରେ ବର୍ଷାଙ୍କୁ ଛାଡ଼ପତ୍ର ଦେବାକୁ ଦିଲ୍ଲୀ ପଟିଆଲା ହାଇସ୍ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ବର୍ଷାଙ୍କ ଆବେଦନ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲା କଟକ ପାରିବାରିକ ଅଦାଲତକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଅନୁଭବ କରିଥିବା ବିବାହ ବିଚ୍ଛେଦ ଆବେଦନ ଓ ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ। ଯାହାକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅନୁଭବ।
Thanks all who prayed for me & my family’s peace