୧୧ ଚୋରି ବାଇକ ଜବତ, ୮ ଗିରଫ
ଚୋରି ଘଟଣାର ପୁଲିସ ତଦନ୍ତ କରି ଜରିପଡ଼ା ଥାନା ଅଞ୍ଚଳରୁ ୧୧ଟି ବାଇକ୍ ଉଦ୍ଧାର କରିଥିଲା। ଏହା ସହିତ ଚୋରି ଘଟଣାରେ ସଂପୃକ୍ତ ଥିବା ୩ଜଣଙ୍କ ସହ ଚୋରି ବାଇକ୍ କିଣିବା ଅଭିଯୋଗରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
ବାଇକ୍ ଚୋରି ଅଭିଯୋଗରେ ୮ ଜଣଙ୍କୁ ଗିରଫ କରିଛି ପୁଲିସ। ଏଭଳି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳରୁ। ଏଥିରେ ପୁଲିସ ୧୧ଟି ଚୋରି ବାଇକ୍ ଉଦ୍ଧାର କରିବା ସହ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଗତ କିଛିଦିନ ହେବ ନିଶା ସ୍ଥିତ ଏକ ଘରୋଇ କାରଖାନାର ମ୍ୟାଟେରିଆଲ ଗେଟ୍ ସମ୍ମୁଖରୁ ବାଇକ ଚୋରି ହେଉଥିଲା। ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଅଧାରକରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଚୋରି ଘଟଣାର ପୁଲିସ ତଦନ୍ତ କରି ଜରିପଡ଼ା ଥାନା ଅଞ୍ଚଳରୁ ୧୧ଟି ବାଇକ୍ ଉଦ୍ଧାର କରିଥିଲା। ଏହା ସହିତ ଚୋରି ଘଟଣାରେ ସଂପୃକ୍ତ ଥିବା ୩ଜଣଙ୍କ ସହ ଚୋରି ବାଇକ୍ କିଣିବା ଅଭିଯୋଗରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।