କେସିଙ୍ଗା ଏନ୍‌ଏସିକୁ ମ୍ୟୁନିସିପାଲିଟି ଘୋଷଣା ପାଇଁ ଜିଲାପାଳଙ୍କୁ ଭିତ୍ତିଭୂମିର ବିବରଣୀ ଦେବାକୁ ଚିଠି

କେସିଙ୍ଗା,୭ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିକୁ ମ୍ୟୁନିସିପାଲିଟି ଘୋଷଣା କରିବା ପାଇଁ ସହରର ସିଟିଜେନ ଫୋରମର ସଭାପତି ଡା. ହେମରାଜ ସାହା ମଙ୍ଗଳବାର ରାଜ୍ୟ ସରକାରଙ୍କ ପୌର ପ୍ରଶାସନ ନିର୍ଦ୍ଦେଶକ ଅରବିନ୍ଦ ଡାକୁଆ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରିନ୍ସିପାଲ ସେକ୍ରେଟାରୀ ଉଷା ପାଢ଼ୀଙ୍କୁ ଗତକାଲି ଭୁବନେଶ୍ୱର ଠାରେ ସାକ୍ଷାତ କରି ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଏହି ୯ଦଫା ଦାବିପତ୍ର ଗ୍ରହଣ କରିବା ପରେ ରାଜ୍ୟ ସରକାରଙ୍କ ଗୃହ ଓ […] The post କେସିଙ୍ଗା ଏନ୍‌ଏସିକୁ ମ୍ୟୁନିସିପାଲିଟି ଘୋଷଣା ପାଇଁ ଜିଲାପାଳଙ୍କୁ ଭିତ୍ତିଭୂମିର ବିବରଣୀ ଦେବାକୁ ଚିଠି appeared first on Dharitri Odia News.

କେସିଙ୍ଗା ଏନ୍‌ଏସିକୁ ମ୍ୟୁନିସିପାଲିଟି ଘୋଷଣା ପାଇଁ ଜିଲାପାଳଙ୍କୁ ଭିତ୍ତିଭୂମିର ବିବରଣୀ ଦେବାକୁ ଚିଠି

କେସିଙ୍ଗା,୭ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିକୁ ମ୍ୟୁନିସିପାଲିଟି ଘୋଷଣା କରିବା ପାଇଁ ସହରର ସିଟିଜେନ ଫୋରମର ସଭାପତି ଡା. ହେମରାଜ ସାହା ମଙ୍ଗଳବାର ରାଜ୍ୟ ସରକାରଙ୍କ ପୌର ପ୍ରଶାସନ ନିର୍ଦ୍ଦେଶକ ଅରବିନ୍ଦ ଡାକୁଆ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରିନ୍ସିପାଲ ସେକ୍ରେଟାରୀ ଉଷା ପାଢ଼ୀଙ୍କୁ ଗତକାଲି ଭୁବନେଶ୍ୱର ଠାରେ ସାକ୍ଷାତ କରି ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଏହି ୯ଦଫା ଦାବିପତ୍ର ଗ୍ରହଣ କରିବା ପରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ଶାସନ ସଚିବଙ୍କ କାର୍ଯ୍ୟାଳୟର ଚିଠି ୧୦୨୮୨/୬.୫.୨୫ ଅନୁସାରେ ରାଜ୍ୟ ସରକାରଙ୍କ ଆଡିଶନାଲ ସେକ୍ରେଟାରୀ ରବୀନ୍ଦ୍ର କୁମାର ସାହୁ କଳାହାଣ୍ଡି ଜିଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ କେସିଙ୍ଗା ଏନ୍‌ଏସିର ଭିତ୍ତିଭୂମି, ରେଭିନ୍ୟୁ ଭିଲେଜ, ପଞ୍ଚାୟତ, ପୋଲିସ ଷ୍ଟେଶନ,୨୦୧୧ର ଜନଗଣନା, ସ୍କେଚ୍‌ ମ୍ୟାପ, ଚତୁଃଦିଗର ଭିତ୍ତିଭୂମି, ଓ୍ବାର୍ଡସଂଖ୍ୟା ଆଦି ବିଷୟରେ କଳାହାଣ୍ଡି ଜିଲାପାଳଙ୍କୁ ତୁରନ୍ତ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇ ଥିବାର ଜଣାପଡ଼ିଛି।

The post କେସିଙ୍ଗା ଏନ୍‌ଏସିକୁ ମ୍ୟୁନିସିପାଲିଟି ଘୋଷଣା ପାଇଁ ଜିଲାପାଳଙ୍କୁ ଭିତ୍ତିଭୂମିର ବିବରଣୀ ଦେବାକୁ ଚିଠି appeared first on Dharitri Odia News.