କମ୍ବୋଡିଆ-ଥାଇଲାଣ୍ଡ ଯୁଦ୍ଧରେ ଟ୍ରମ୍ପଙ୍କ ଏଣ୍ଟ୍ରି, ଉଭୟ ଦେଶକୁ ଯୁଦ୍ଧବିରାମ କରିବାକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ ୨୭।୦୭; ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି ଥାଇଲାଣ୍ଡ ଓ କାମ୍ୱୋଡିଆ । ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଶନିବାର ରାତିରେ ଏହି ଘୋଷଣା କରିଛନ୍ତି ।  ଉଭୟ ଦେଶ ଏକାଠି ବସି କଥାବାର୍ତ୍ତା ପାଇଁ ରାଜି ହୋଇଥିବା  ଟ୍ରମ୍ପ ଘୋଷଣା କରିଛନ୍ତି । ଏହି ଦୁଇ ପାରମ୍ପାରିକ ଦେଶ ମଧ୍ୟରେ ଗତ ୩ ଦିନ ହେବ ଯୁଦ୍ଧ ଜାରି ରହିଛି । ଯେଉଁଥିରେ ଉଭୟ ଦେଶର ୩୦ ଜଣ ପ୍ରାଣ ହରାଇଛନ୍ତି ।  ଆଉ ୧ ଲକ୍ଷ ୩୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ଥାଇଲାଣ୍ଡ ସହ ନିଃସର୍ତ୍ତ ଅସ୍ତ୍ରବିରତି ପାଇଁ କାମ୍ୱୋଡିଆ ଅପିଲ କରିଥିଲା । ଥାଇଲାଣ୍ଡ ମଧ୍ୟ ଆଲୋଚନା ପ୍ରସ୍ତାବ ଦେଇଥିଲା । ତେବେ ଦୁଇ ଦେଶ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରି ଉଭୟ ଥାଇଲାଣ୍ଡ ଓ କାମ୍ବୋଡିଆ ଯୁଦ୍ଧବିରତି ପାଇଁ ରାଜି ହୋଇଥିବା ଟ୍ରମ୍ପ କହିଛନ୍ତି । ଟ୍ରମ୍ପ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ସହିତ ପୃଥକ୍ ପୃଥକ୍ ଭାବେ ଆଲୋଚନା କରିଛନ୍ତି । ଥାଇଲାଣ୍ଡ-କମ୍ବୋଡିଆ ସଂଘର୍ଷ- ହଜାରେ ବର୍ଷର ପୁରୁଣା ଦୁଇଟି ଶିବ ମନ୍ଦିରକୁ ନେଇ ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ସଙ୍ଘର୍ଷ ଚତୁର୍ଥ ଦିନରେ ପହଞ୍ଚିଛି । ଏହି ସଙ୍ଘର୍ଷରେ ଏ ପର୍ଯ୍ୟନ୍ତ ୩୩ ଲୋକଙ୍କ ମୃତ୍ୟୁ ହୋଇଛି । କାମ୍ବୋଡିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁତାବକ, ମୁହାଁମୁହିଁ ଯୋଗୁ ଦେଶର ୧୩ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ୮ ନାଗରିକ ଓ ୫ ସୈନିକ ଅନ୍ତର୍ଭୁକ୍ତ । ଏହାଛଡ଼ା ୭୧ ଜଣ ଆହତ ହୋଇଛନ୍ତି । ସେପଟେ

କମ୍ବୋଡିଆ-ଥାଇଲାଣ୍ଡ ଯୁଦ୍ଧରେ ଟ୍ରମ୍ପଙ୍କ ଏଣ୍ଟ୍ରି, ଉଭୟ ଦେଶକୁ ଯୁଦ୍ଧବିରାମ କରିବାକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ ୨୭।୦୭; ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି ଥାଇଲାଣ୍ଡ ଓ କାମ୍ୱୋଡିଆ । ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଶନିବାର ରାତିରେ ଏହି ଘୋଷଣା କରିଛନ୍ତି ।  ଉଭୟ ଦେଶ ଏକାଠି ବସି କଥାବାର୍ତ୍ତା ପାଇଁ ରାଜି ହୋଇଥିବା  ଟ୍ରମ୍ପ ଘୋଷଣା କରିଛନ୍ତି । ଏହି ଦୁଇ ପାରମ୍ପାରିକ ଦେଶ ମଧ୍ୟରେ ଗତ ୩ ଦିନ ହେବ ଯୁଦ୍ଧ ଜାରି ରହିଛି । ଯେଉଁଥିରେ ଉଭୟ ଦେଶର ୩୦ ଜଣ ପ୍ରାଣ ହରାଇଛନ୍ତି ।  

ଆଉ ୧ ଲକ୍ଷ ୩୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ଥାଇଲାଣ୍ଡ ସହ ନିଃସର୍ତ୍ତ ଅସ୍ତ୍ରବିରତି ପାଇଁ କାମ୍ୱୋଡିଆ ଅପିଲ କରିଥିଲା । ଥାଇଲାଣ୍ଡ ମଧ୍ୟ ଆଲୋଚନା ପ୍ରସ୍ତାବ ଦେଇଥିଲା । ତେବେ ଦୁଇ ଦେଶ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରି ଉଭୟ ଥାଇଲାଣ୍ଡ ଓ କାମ୍ବୋଡିଆ ଯୁଦ୍ଧବିରତି ପାଇଁ ରାଜି ହୋଇଥିବା ଟ୍ରମ୍ପ କହିଛନ୍ତି । ଟ୍ରମ୍ପ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ସହିତ ପୃଥକ୍ ପୃଥକ୍ ଭାବେ ଆଲୋଚନା କରିଛନ୍ତି । 

ଥାଇଲାଣ୍ଡ-କମ୍ବୋଡିଆ ସଂଘର୍ଷ- ହଜାରେ ବର୍ଷର ପୁରୁଣା ଦୁଇଟି ଶିବ ମନ୍ଦିରକୁ ନେଇ ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ସଙ୍ଘର୍ଷ ଚତୁର୍ଥ ଦିନରେ ପହଞ୍ଚିଛି । ଏହି ସଙ୍ଘର୍ଷରେ ଏ ପର୍ଯ୍ୟନ୍ତ ୩୩ ଲୋକଙ୍କ ମୃତ୍ୟୁ ହୋଇଛି । କାମ୍ବୋଡିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁତାବକ, ମୁହାଁମୁହିଁ ଯୋଗୁ ଦେଶର ୧୩ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ୮ ନାଗରିକ ଓ ୫ ସୈନିକ ଅନ୍ତର୍ଭୁକ୍ତ । ଏହାଛଡ଼ା ୭୧ ଜଣ ଆହତ ହୋଇଛନ୍ତି । ସେପଟେ ଥାଇଲାଣ୍ଡରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୧୪ ନାଗରିକ ଓ ୬ ସୈନ୍ୟ ରହିଛନ୍ତି । ୧ ଲକ୍ଷ ୩୦ ହଜାର ଲୋକ ବାସ୍ଥାପିତ ହୋଇଛନ୍ତି । ଥାଇଲାଣ୍ଡ ଜାଣିଶୁଣି ଆକ୍ରମଣ କରୁଥିବା ନେଇ କାମ୍ବୋଡିଆ ଅଭିଯୋଗ କରିଛି । ଥାଇ ସେନା ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କରିଥିବା କୁହାଯାଇଛି । ଥାଇଲାଣ୍ଡ ସହ ନିଃସର୍ତ୍ତ ଅସ୍ତ୍ରବିରତି ପାଇଁ କମ୍ବୋଡିଆ ଅପିଲ୍ କରିଥିଲା । ଥାଇଲାଣ୍ଡ ବି ଆଲୋଚନା ପ୍ରସ୍ତାବ ଦେଇଥିଲା । ଦୁଇ ଦେଶ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରି ଯୁଦ୍ଧବିରତି ପାଇଁ ରାଜି କରିଥିବା କହିଛନ୍ତି ଟ୍ରମ୍ପ । ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ଟ୍ରମ୍ପ ପୃଥକ ପୃଥକ ଭାବେ ଆଲୋଚନା କରିଛନ୍ତି ।