ଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ: ବିମାନ ଆକ୍ରମଣରେ ୨୩ ଜଣଙ୍କ ମୃତ୍ୟୁ, ମୃତକଙ୍କ ମଧ୍ୟରେ ୩ ଶିଶୁ
ନୂଆଦିଲ୍ଲୀ: ଗାଜା ଷ୍ଟ୍ରିପରେ ହମାସ ବିରୁଦ୍ଧରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଶନିବାର ଇସ୍ରାଏଲ ଦ୍ୱାରା ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ଏହି ଆକ୍ରମଣରେ ଅତି କମରେ ୨୩ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨୩ ଜଣଙ୍କ ମୃତଦେହ ହସ୍ପିଟାଲକୁ ଅଣାଯାଇଛି। ଏଥିରେ ପାଞ୍ଚ ଜଣଙ୍କ ପରିବାରର ମୃତଦେହ ରହିଛି। ଏହି ହମଲା ଅସ୍ଥାୟୀ ଘର ଉପରେ କରାଯାଇଥିଲା।ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ଜାବାଲିଆର ଉତ୍ତର ଅଞ୍ଚଳ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ। ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲୀ ସେନା କହିଛି ଯେ ଶୁକ୍ରବାର ରାତିରେ ଗାଜା ସହରର ଶିଜାୟାହରେ ଏକ ସର୍ଚ୍ଚ ଅପରେସନ ସମୟରେ ଏକ ବିସ୍ଫୋରକ ଉପକରଣ ଦ୍ୱାରା ଏହାର ୯ ଜଣ ସୈନିକ ସାମାନ୍ୟ ଆହତ ହୋଇଥିଲେ ଏବଂ ସେମାନଙ୍କୁ ଇସ୍ରାଏଲୀ ହସ୍ପିଟାଲକୁ ନିଆଯାଇଥିଲା।ମାର୍ଚ୍ଚ ୧୮ ତାରିଖରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଦୁଇ ମାସ ଧରି ଚାଲିଥିବା ଅସ୍ତ୍ରବିରତି ଚୁକ୍ତିନାମା ରଦ୍ଦ ହୋଇଥିଲା। ଏହା ପରେ, ଇସ୍ରାଏଲ ପୁଣି ଗାଜାରେ ଆରମ୍ଭ କଲା ହମ୍ଲା। ଇସ୍ରାଏଲୀ ସ୍ଥଳସେନା ଗାଜର ଅଧାରୁ ଅଧିକ ଅଂଶ କବଜା କରିଛନ୍ତି। ଇସ୍ରାଏଲୀ ସେନା ଉତ୍ତର ଗାଜା ଏବଂ ଦକ୍ଷିଣ ସହର ରାଫାର କିଛି ଅଂଶରେ ସର୍ଚ୍ଚ ଅ
ନୂଆଦିଲ୍ଲୀ: ଗାଜା ଷ୍ଟ୍ରିପରେ ହମାସ ବିରୁଦ୍ଧରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଶନିବାର ଇସ୍ରାଏଲ ଦ୍ୱାରା ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ଏହି ଆକ୍ରମଣରେ ଅତି କମରେ ୨୩ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨୩ ଜଣଙ୍କ ମୃତଦେହ ହସ୍ପିଟାଲକୁ ଅଣାଯାଇଛି। ଏଥିରେ ପାଞ୍ଚ ଜଣଙ୍କ ପରିବାରର ମୃତଦେହ ରହିଛି। ଏହି ହମଲା ଅସ୍ଥାୟୀ ଘର ଉପରେ କରାଯାଇଥିଲା।
ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ଜାବାଲିଆର ଉତ୍ତର ଅଞ୍ଚଳ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ। ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲୀ ସେନା କହିଛି ଯେ ଶୁକ୍ରବାର ରାତିରେ ଗାଜା ସହରର ଶିଜାୟାହରେ ଏକ ସର୍ଚ୍ଚ ଅପରେସନ ସମୟରେ ଏକ ବିସ୍ଫୋରକ ଉପକରଣ ଦ୍ୱାରା ଏହାର ୯ ଜଣ ସୈନିକ ସାମାନ୍ୟ ଆହତ ହୋଇଥିଲେ ଏବଂ ସେମାନଙ୍କୁ ଇସ୍ରାଏଲୀ ହସ୍ପିଟାଲକୁ ନିଆଯାଇଥିଲା।
ମାର୍ଚ୍ଚ ୧୮ ତାରିଖରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଦୁଇ ମାସ ଧରି ଚାଲିଥିବା ଅସ୍ତ୍ରବିରତି ଚୁକ୍ତିନାମା ରଦ୍ଦ ହୋଇଥିଲା। ଏହା ପରେ, ଇସ୍ରାଏଲ ପୁଣି ଗାଜାରେ ଆରମ୍ଭ କଲା ହମ୍ଲା। ଇସ୍ରାଏଲୀ ସ୍ଥଳସେନା ଗାଜର ଅଧାରୁ ଅଧିକ ଅଂଶ କବଜା କରିଛନ୍ତି। ଇସ୍ରାଏଲୀ ସେନା ଉତ୍ତର ଗାଜା ଏବଂ ଦକ୍ଷିଣ ସହର ରାଫାର କିଛି ଅଂଶରେ ସର୍ଚ୍ଚ ଅପରେସନ ଚଳାଇଛି।