ଏହା କେବଳ ଟ୍ରେଲର ଥିଲା… ସଲମାନଙ୍କୁ ଧମକ ଦେଲା ଲରେନ୍ସ ବିଷ୍ଣୋଇଙ୍କ ଭାଇ

ରବିବାର ଭୋରୁ ସଲମାନ ଖାନଙ୍କ ମୁମ୍ବାଇ ସ୍ଥିତ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ବାହାରେ ୫ ରାଉଣ୍ଡ ଗୁଳିମାଡ ହୋଇଥିଲା।

ଏହା କେବଳ ଟ୍ରେଲର ଥିଲା… ସଲମାନଙ୍କୁ ଧମକ ଦେଲା ଲରେନ୍ସ ବିଷ୍ଣୋଇଙ୍କ ଭାଇ

'ଏହା କେବଳ ଟ୍ରେଲର ଥିଲା। ଆଗକୁ କେବଳ ଆଉ ଘର ବାହାରେ ଗୁଳି ମାଡ଼ ହେବ ନାହିଁ।' ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କୁ ଏଭଳି କିଛି ଧମକ ଦେଇଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇ। ଆଜି ସକାଳେ ସଲମାନ ଖାନ୍‌ଙ୍କ ଘର ବାହାରେ ହୋଇଥିବା ଗୁଳିମାଡ ପାଇଁ ସେ ନିଜକୁ ଦାୟୀ କରିଛି।

ଆଜି ସକାଳେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ମାଡ ହୋଇଥିଲା। ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସଲମାନଙ୍କ ଘରକୁ ଟାର୍ଗେଟ୍‌ କରି ଗୁଳି ଫୁଟାଇ ସେଠାରୁ ଫେରାର ହୋଇ ଯାଇଥିଲେ। ତେବେ ଏହା ପଛରେ କାହାର ହାତ ଥିଲା ସେ ନେଇ ପୁଲିସ ତଦନ୍ତ ଜାରି ରହିଥିବା ବେଳେ ଲରେନ୍ସ ବିଷ୍ଣୋଇର ଭାଇ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି।

ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିବା ଦାବି କରିଛି। ଆମେରିକାରେ ଲରେନ୍ସର ଭାଇ ଅନମୋଲ ରହୁଥିବା ବେଳେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସଲମାନଙ୍କ ଘର ବାହାରେ ଗୁଳି ଚଳାଇଥିବା ସ୍ପଷ୍ଟ କରିଛି। ପୋଷ୍ଟରେ ଲେଖାଯାଇଛି ଯେ, 'ଏହା କେବଳ ଟ୍ରେଲର ଥିଲା। ଆମ ଶକ୍ତି ଓ ସାହସକୁ ପରୀକ୍ଷା କରନି। ତୁମ ପାଇଁ ଏହା ପ୍ରଥମ ଓ ଶେଷ ଚେତାବନୀ। ଆଗକୁ ଆଉ କେବଳ ଘର ବାହାରେ ଗୁଳି ପୁଟିବ ନାହିଁ।'

Anmol Bishnoiଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇ କରିଥିବା ପୋଷ୍ଟ

ରବିବାର ଭୋରୁ ସଲମାନ ଖାନଙ୍କ ମୁମ୍ବାଇ ସ୍ଥିତ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ବାହାରେ ୫ ରାଉଣ୍ଡ ଗୁଳିମାଡ ହୋଇଥିଲା। ଏହି ଘଟଣା ପରେ ପୁଲିସ ତାଙ୍କ ଘରର ସୁରକ୍ଷାକୁ କଡାକଡି କରିଛି। ପୁଲିସ କହିଛି ଯେ ଏହି ଘଟଣା ଘଟିବା ସମୟରେ ସଲମାନ ଘରେ ଥି‌ଲେ। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବର୍ତ୍ତମାନ ଘର ଚାରିପାଖରେ ଲଗାଯାଇଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି।

କହିରଖୁ ଯେ, ସଲମାନ ଖାନଙ୍କୁ କ୍ଷମା ମାଗିବାକୁ ପଡ଼ିବ। ନଚେତ ତାଙ୍କୁ ହତ୍ୟା କରାଯିବ ବୋଲି ଗତ ବର୍ଷ ଜେଲରୁ ଲରେନ୍ସ ବିଷ୍ଣୋଇ ଧମକ ଦେଇଥିଲା। ଅନମୋଲ ବିଷ୍ଣୋଇ ମଧ୍ୟ ଜଣେ ଓ୍ୱାଣ୍ଟେଡ ଅପରାଧୀ। ଭାରତରୁ ପଳାୟନ କରି ସେ ଏବେ ଆମେରିକାରେ ଲୁଚି ରହିଛି।