ଭୋଜି ଖାଉଥିବା ବେଳେ ହୃଦଘାତରେ ଉଡ଼ିଗଲା ଯୁବ ଅଧ୍ୟାପକଙ୍କ ପ୍ରାଣବାୟୁ
ଭଞ୍ଜନଗର,୪ା୨(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ. ଆମାସ ପାଟମାଝୀ(୩୪) ରବିବାର ଅପରାହ୍ନରେ ହୃଦଘାତରେ ପରଲୋକ ହୋଇଯାଇଛି। ତାଙ୍କ ଘର ଗଜପତି ଜିଲା ମୋହନା ବ୍ଲକ ପାନିଗଣ୍ଡା ପଞ୍ଚାୟତ ଅଧୀନ ବିଥଳା ଗାଁରେ। ମିଳିଥିବା ସୂଚନା ମୁତାବକ, ରବିବାର ସକାଳେ ଆମାସ ତାଙ୍କ ସାନଭାଇଙ୍କୁ ଆଇଏଏସ୍ କୋଚିଂ ପାଇଁ ନୂଆଦିଲ୍ଲୀ ପଠାଇଥିଲେ। ତେଣୁ ସେ ଭଞ୍ଜନଗରରୁ ଭୁବନେଶ୍ୱର ଏୟାରପୋର୍ଟ ଯାଇଥିଲେ। ଅପରାହ୍ନରେ ଭଞ୍ଜନଗର ଫେରିବା ପରେ […] The post ଭୋଜି ଖାଉଥିବା ବେଳେ ହୃଦଘାତରେ ଉଡ଼ିଗଲା ଯୁବ ଅଧ୍ୟାପକଙ୍କ ପ୍ରାଣବାୟୁ appeared first on Dharitri Odia News.
ଭଞ୍ଜନଗର,୪ା୨(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ. ଆମାସ ପାଟମାଝୀ(୩୪) ରବିବାର ଅପରାହ୍ନରେ ହୃଦଘାତରେ ପରଲୋକ ହୋଇଯାଇଛି। ତାଙ୍କ ଘର ଗଜପତି ଜିଲା ମୋହନା ବ୍ଲକ ପାନିଗଣ୍ଡା ପଞ୍ଚାୟତ ଅଧୀନ ବିଥଳା ଗାଁରେ।
ମିଳିଥିବା ସୂଚନା ମୁତାବକ, ରବିବାର ସକାଳେ ଆମାସ ତାଙ୍କ ସାନଭାଇଙ୍କୁ ଆଇଏଏସ୍ କୋଚିଂ ପାଇଁ ନୂଆଦିଲ୍ଲୀ ପଠାଇଥିଲେ। ତେଣୁ ସେ ଭଞ୍ଜନଗରରୁ ଭୁବନେଶ୍ୱର ଏୟାରପୋର୍ଟ ଯାଇଥିଲେ। ଅପରାହ୍ନରେ ଭଞ୍ଜନଗର ଫେରିବା ପରେ ବିଡେକା ଭବନରେ ହେଉଥିବା ଏକ ଉତ୍ସବରେ ଭୋଜି ଖାଇବାକୁ ଯାଇଥିଲେ। ସେଠାରେ ହଠାତ୍ ତାଙ୍କର ହୃଦ୍ଘାତ ହୋଇଥିଲା। ଫଳରେ ସେ ତଳେ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ମେଡିକାଲ ଅଧିକ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଧ୍ୟାପକଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ୭ ବର୍ଷ ହେଲା ଭଞ୍ଜନଗର କଲେଜରେ ଅଧ୍ୟାପକ ଭାବେ ରହିଥିଲେ।
The post ଭୋଜି ଖାଉଥିବା ବେଳେ ହୃଦଘାତରେ ଉଡ଼ିଗଲା ଯୁବ ଅଧ୍ୟାପକଙ୍କ ପ୍ରାଣବାୟୁ appeared first on Dharitri Odia News.