ଏବର୍ଷ ବି ବିରିୟାନୀ ଭାରତୀୟଙ୍କ ସବୁଠୁ ପ୍ରିୟ ଖାଦ୍ୟ ! ଜୋମାଟୋରେ ଅର୍ଡର ହୋଇଛି ୯ କୋଟି ପ୍ଲେଟ

ନୂଆଦିଲ୍ଲୀ: ଅନଲାଇନ୍ ଫୁଡ୍‌ ଡେଲିଭରି କମ୍ପାନି ଜୋମାଟୋ ଏହାର ବାର୍ଷିକ ରିପୋର୍ଟ ଜାରି କରିଛି। ଯେଉଁଥିରେ ଅନେକ ରୋଚକ ତଥ୍ୟ ରହିଛି। କେଉଁଠି କେଉଁ ଖାଦ୍ୟ ଅଧିକ ଅର୍ଡର କରାଯାଉଛି ବା କେଉଁ ଖାଦ୍ୟ ଅଧିକ ଲୋକଙ୍କ ପସନ୍ଦ ସେ ବିଷୟରେ ରିପୋର୍ଟରେ ରହିଛି। ରିପୋର୍ଟ ଅନୁଯାୟୀ, ଏବର୍ଷ ଜୋମାଟୋରେ ବିରିୟାନୀ ସବୁଠୁ ଅଧିକ ଅର୍ଡର ହୋଇଛି। ଅର୍ଥାତ୍ ଚଳିତ ବର୍ଷ ମଧ୍ୟ ଭାରତୀୟମାନେ ବିରିୟାନୀକୁ ସବୁଠୁ ଅଧିକ ପସନ୍ଦ କରିଛନ୍ତି। ଏବର୍ଷ ପ୍ରାୟ ୯ କୋଟି ବିରିୟାନୀ ଅର୍ଡର ହୋଇଛି। ଆକ୍ଷରିକ ତଥ୍ୟ ଦେଖିଲେ ଜୋମାଟୋରୁ ଗ୍ରାହକ ୯ କୋଟି ୧୩ ଲକ୍ଷ ୯୯ ହଜାର ୧୧୦ ପ୍ଲେଟ ବିରିୟାନୀ ଅର୍ଡର କରିଛନ୍ତି। ମାନେ ପ୍ରତି ସେକେଣ୍ଡରେ ତିନିଟି ଅର୍ଡର। ଭାତ ମଧ୍ୟ ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟରେ ରହିଛି ।ସେହିଭଳି ବିରିୟାନୀ ପଛକୁ ରହିଛି  ପିଜ୍ଜା। ଜେମାଟୋରେ ଚଳିତ ବର୍ଷ ପ୍ରାୟ ୫,୮୪,୪୬,୯୦୮ ପିଜ୍ଜା ଅର୍ଡର ହୋଇଛି। ପାନୀୟ କଥା ଦେଖିଲେ ଜୋମାଟେରେ ଚା’ ସର୍ବାଧିକ ଅର୍ଡର ହୋଇଛି। ଏହା ପଛରେ ରହିଛି କଫି । ଚଳିତ ବର୍ଷ ପ୍ରାୟ ୭୭,୭୬, ୭୨୫ ଚା’ ଅର୍ଡର ହୋଇଥିବାବେଳେ ୭୪,୩୨,୮୫୬ କଫି ଅର୍ଡର ହୋଇଛି। ସହର ହିସାବରେ ତଥ୍ୟ ଦେଖିଲେ ବଜେଟ ଖାଦ୍ୟ ଖାଇବାରେ ଦିଲ୍ଲୀବାସୀ ଆଗରେ ରହିଛି। ଦିଲ୍ଲୀବାସୀ ଜୋମାଟୋ ମାଧ୍ୟମରେ ଖାଦ୍ୟ ଅର୍ଡର କରି ପ୍ରାୟ ୧୯୫ କୋଟି ଟଙ୍କା ସଞ୍ଚୟ କରିଛନ୍ତି। ଏହା ପଛକୁ ମୁମ୍ବାଇ ରହିଛି।

ଏବର୍ଷ ବି ବିରିୟାନୀ ଭାରତୀୟଙ୍କ ସବୁଠୁ ପ୍ରିୟ ଖାଦ୍ୟ ! ଜୋମାଟୋରେ ଅର୍ଡର ହୋଇଛି ୯ କୋଟି ପ୍ଲେଟ

ନୂଆଦିଲ୍ଲୀ: ଅନଲାଇନ୍ ଫୁଡ୍‌ ଡେଲିଭରି କମ୍ପାନି ଜୋମାଟୋ ଏହାର ବାର୍ଷିକ ରିପୋର୍ଟ ଜାରି କରିଛି। ଯେଉଁଥିରେ ଅନେକ ରୋଚକ ତଥ୍ୟ ରହିଛି। କେଉଁଠି କେଉଁ ଖାଦ୍ୟ ଅଧିକ ଅର୍ଡର କରାଯାଉଛି ବା କେଉଁ ଖାଦ୍ୟ ଅଧିକ ଲୋକଙ୍କ ପସନ୍ଦ ସେ ବିଷୟରେ ରିପୋର୍ଟରେ ରହିଛି। 

ରିପୋର୍ଟ ଅନୁଯାୟୀ, ଏବର୍ଷ ଜୋମାଟୋରେ ବିରିୟାନୀ ସବୁଠୁ ଅଧିକ ଅର୍ଡର ହୋଇଛି। ଅର୍ଥାତ୍ ଚଳିତ ବର୍ଷ ମଧ୍ୟ ଭାରତୀୟମାନେ ବିରିୟାନୀକୁ ସବୁଠୁ ଅଧିକ ପସନ୍ଦ କରିଛନ୍ତି। ଏବର୍ଷ ପ୍ରାୟ ୯ କୋଟି ବିରିୟାନୀ ଅର୍ଡର ହୋଇଛି। ଆକ୍ଷରିକ ତଥ୍ୟ ଦେଖିଲେ ଜୋମାଟୋରୁ ଗ୍ରାହକ ୯ କୋଟି ୧୩ ଲକ୍ଷ ୯୯ ହଜାର ୧୧୦ ପ୍ଲେଟ ବିରିୟାନୀ ଅର୍ଡର କରିଛନ୍ତି। ମାନେ ପ୍ରତି ସେକେଣ୍ଡରେ ତିନିଟି ଅର୍ଡର। ଭାତ ମଧ୍ୟ ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟରେ ରହିଛି ।

ସେହିଭଳି ବିରିୟାନୀ ପଛକୁ ରହିଛି  ପିଜ୍ଜା। ଜେମାଟୋରେ ଚଳିତ ବର୍ଷ ପ୍ରାୟ ୫,୮୪,୪୬,୯୦୮ ପିଜ୍ଜା ଅର୍ଡର ହୋଇଛି। ପାନୀୟ କଥା ଦେଖିଲେ ଜୋମାଟେରେ ଚା’ ସର୍ବାଧିକ ଅର୍ଡର ହୋଇଛି। ଏହା ପଛରେ ରହିଛି କଫି । ଚଳିତ ବର୍ଷ ପ୍ରାୟ ୭୭,୭୬, ୭୨୫ ଚା’ ଅର୍ଡର ହୋଇଥିବାବେଳେ ୭୪,୩୨,୮୫୬ କଫି ଅର୍ଡର ହୋଇଛି। 

ସହର ହିସାବରେ ତଥ୍ୟ ଦେଖିଲେ ବଜେଟ ଖାଦ୍ୟ ଖାଇବାରେ ଦିଲ୍ଲୀବାସୀ ଆଗରେ ରହିଛି। ଦିଲ୍ଲୀବାସୀ ଜୋମାଟୋ ମାଧ୍ୟମରେ ଖାଦ୍ୟ ଅର୍ଡର କରି ପ୍ରାୟ ୧୯୫ କୋଟି ଟଙ୍କା ସଞ୍ଚୟ କରିଛନ୍ତି। ଏହା ପଛକୁ ମୁମ୍ବାଇ ରହିଛି।

ତେବେ ଜୋମାଟୋ ଜାରି କରିଥିବା ଗୋଟିଏ ରୋଚକ ତଥ୍ୟ ହେଉଛି ବେଙ୍ଗାଲୁରୁର ଜଣେ ଖାଦ୍ୟ ପ୍ରେମୀ ଖାଦ୍ୟ ପାଇଁ କରିଥିବା ଖର୍ଚ୍ଚ କଥା। ବ୍ୟକ୍ତି ଜଣକ ଗୋଟିଏ ଥର ରେଷ୍ଟୁରାଣ୍ଟକୁ ଯାଇ ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କର ସମୁଦାୟ ବିଲ୍‌ ୫,୧୩,୭୩୩ ଟଙ୍କା ହୋଇଥିଲା।  ସେହିଭଳି ୨୦୨୪ ଜାନୁଆରୀ ୧ରୁ ଡିସେମ୍ବର ୬ ମଧ୍ୟରେ ଭାରତୀୟମାନେ ଜୋମାଟୋ ମାଧ୍ୟମରେ ବିଭିନ୍ନ ରେଷ୍ଟୁରାଣ୍ଟ ଏବଂ ହୋଟେଲରେ ୧, ୨୫, ୫୫, ୪୧୭ କୋଟି ଟଙ୍କାରୁ ଅଧିକର ଟେବୁଲ ବୁକ୍‌ କରିଛନ୍ତି।