୨୪ ଘଣ୍ଟାରେ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ
ପୁରୀ,୨୨ା୫(ଅଜିତ୍ କୁମାର ମହାନ୍ତି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋମବାର ପୁରୀରେ ରୋଡ୍ ଶୋ’ ପରେ ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ସମ୍ବିତ ପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ। ସମ୍ବିତଙ୍କ ଏପରି ମନ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଘୋର ବିରୋଧ କରାଯିବା ସହ ନିନ୍ଦା କରାଯାଇଛି। ଏହି ଅବସରରେ ମଙ୍ଗଳବାର ପୁରୀ ଗସ୍ତରେ ଆସିଥିବା କଂଗ୍ରେସ ମୁଖପାତ୍ର ପଓ୍ବନ ଖେରା ମଧ୍ୟ ସମ୍ବିତଙ୍କ ମନ୍ତବ୍ୟକୁ କଡ଼ା […] The post ୨୪ ଘଣ୍ଟାରେ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ appeared first on Dharitri Odia News.
ପୁରୀ,୨୨ା୫(ଅଜିତ୍ କୁମାର ମହାନ୍ତି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋମବାର ପୁରୀରେ ରୋଡ୍ ଶୋ’ ପରେ ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ସମ୍ବିତ ପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ। ସମ୍ବିତଙ୍କ ଏପରି ମନ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଘୋର ବିରୋଧ କରାଯିବା ସହ ନିନ୍ଦା କରାଯାଇଛି। ଏହି ଅବସରରେ ମଙ୍ଗଳବାର ପୁରୀ ଗସ୍ତରେ ଆସିଥିବା କଂଗ୍ରେସ ମୁଖପାତ୍ର ପଓ୍ବନ ଖେରା ମଧ୍ୟ ସମ୍ବିତଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ସମ୍ବିତ ଖାଲି କ୍ଷମା ମାଗିଲେ ଚଳିବ ନାହିଁ, ଭାଜପା ତାଙ୍କୁ ଦଳରୁ ବହିଷ୍କାର କରୁ। ଏଥିସହିତ ୨୪ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଘଟଣାରେ କ୍ଷମା ମାଗନ୍ତୁ ବୋଲି ଖେରା କହିଛନ୍ତି।
ଖେରା ଆହୁରି କହିଛନ୍ତି, ସମ୍ବିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥାକୁ ଆଘାତ କରିଛି। ମହାପ୍ରଭୁଙ୍କୁ ଅପମାନିତ କରିଛନ୍ତି। ରାଜନୀତିରେ ଏପରି ଲୋକ ଅଛନ୍ତି ଯେଉଁମାନେ ଭଗବାନ ଏବଂ ଆସ୍ଥାର ଦୁରୁପଯୋଗ କରି ଶାସନକୁ ଆସିବାକୁ ଚାହାନ୍ତି ଏବଂ ପରେ ପୁଣି ସେହି ଆସ୍ଥାକୁ ନେଇ ଥଟ୍ଟା କରିଥାନ୍ତି। ସମ୍ବିତଙ୍କ ମନ୍ତବ୍ୟ ତାଙ୍କ ମାନସିକତା ଓ ତାଙ୍କ ମନର କଥାକୁ ଦର୍ଶାଉଛି। ମହାପ୍ରଭୁ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିଥାନ୍ତି। କାହାର ଆସ୍ଥା ସହ ଖେଳିବା ସମ୍ବିତ ପାତ୍ର କି ପ୍ରଧାନମନ୍ତ୍ରୀଙ୍କ ମଧ୍ୟ ଅଧିକାର ନାହିଁ। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସମାଜର ଭଲ କାର୍ଯ୍ୟ କରିବାକୁ କେହି ମନା କରୁନାହାନ୍ତି। ମାତ୍ର ଭଗବାନଙ୍କ ଯେଉଁ ଅପମାନ କରିଛନ୍ତି, ତାଙ୍କୁ ଜଗନ୍ନାଥଙ୍କ ଅଗଣିତ ଭକ୍ତ କ୍ଷମା ଦେବେ ନାହିଁ। ସମ୍ବିତଙ୍କ ଏଭଳି ବୟାନ ରାଜ୍ୟ ରାଜନୀତିରେ ନିଶ୍ଚିତ ପ୍ରଭାବ ପଡ଼ିବ। ଭାଜପାକୁ ଜନତା ହିଁ ଜବାବ ଦେବେ। ଯଦି ସମ୍ବିତ ପାତ୍ର କଂଗ୍ରେସର ନେତା ହୋଇଥାନ୍ତେ ତେବେ ଏପରି ମନ୍ତବ୍ୟ ପାଇଁ କଂଗ୍ରେସ ତାଙ୍କୁ ଦଳରୁ ବହିଷ୍କାର କରି ସାରନ୍ତାଣି। ମାତ୍ର ଭାଜପା ଓ ପ୍ରଧାନମନ୍ତ୍ରୀ ଚୁପ ବସିଛନ୍ତି। ପ୍ରଧାନମନ୍ତ୍ରୀ ସାହସର ସହିତ ଭକ୍ତଙ୍କ ଆସ୍ଥାକୁ ଦୃଷ୍ଟିରେ ରଖି ସମ୍ବିତ ପାତ୍ରଙ୍କୁ ଦଳରୁ ବହିଷ୍କାର କରନ୍ତୁ ବୋଲି ଖେରା କହିଛନ୍ତି। ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ସମ୍ବିତ ପାତ୍ରଙ୍କ ଏଭଳି ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି। ଜଗନ୍ନାଥ ଭକ୍ତ ହେଲେ ଭକ୍ତମାନେ କୁଆଡ଼େ ଯିବେ ବୋଲି ଶରତ ପ୍ରଶ୍ନ କରିଛନ୍ତି। କୋଟିକୋଟି ଭକ୍ତଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ମୋଦିଙ୍କ ଭକ୍ତ କହିବା ଲଜ୍ଜାଜନକ। ଏହାକୁ କେହି ବରଦାସ୍ତ କରିବେ ନାହିଁ। ଓଡ଼ିଶାବାସୀ ଏହାର ଦୃଢ଼ ଜବାବ ନିର୍ବାଚନରେ ଦେବେ ବୋଲି ଶରତ କହିଛନ୍ତି।
The post ୨୪ ଘଣ୍ଟାରେ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ appeared first on Dharitri Odia News.