ଲାଲକିଲ୍ଲାରେ ପଶ୍ଚିମବଙ୍ଗ ଅସନ୍ତୋଷ; ଦୁଷ୍କର୍ମ ଏବଂ ହତ୍ୟାର ଦୁଃଖ ବଖାଣିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ପାଳୁଛି ୭୮ତମ ସ୍ବାଧୀନତା ଦିବସ । ସବୁଠି ଉଡ଼ୁଛି ସଂଗ୍ରାମର ପ୍ରତୀକ ତ୍ରିରଙ୍ଗା । ସ୍ବାଧୀନତା ଦିବସ ପାଇଁ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ସେ ୧୧ଥର ଧ୍ବଜା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ପିଏମ୍ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ପଶ୍ଚିମବଙ୍ଗ ଘଟଣାରେ ଅସନ୍ତୋଷ ପ୍ରକାଶ କରିଛନ୍ତି । “ଆଜି ମୁଁ ଲାଲକିଲ୍ଲାରୁ ଏକ ପୀଡ଼ା ବଖାଣିବାକୁ ଚାହୁଁଛି । ଆମ ମା’-ଭଉଣୀ, ଝିଅମାନଙ୍କ ଉପରେ ଅତ୍ୟାଚାର ହେଉଛି । ଦୋଷୀଙ୍କ ପ୍ରତି ଆକ୍ରୋଶ ବଢ଼ୁଛି, ସାଧାରଣ ଲୋକଙ୍କ ଅକ୍ରୋଶ ବଢ଼ୁଛି । ଏହି ଆକ୍ରୋଶକୁ ମୁଁ ଅନୁଭବ କରିପାରୁଛି । ମୋତେ ଲାଗୁଛି, ଏବେ ଅପରାଧୀଙ୍କ ଭିତରେ ଡର ସୃଷ୍ଟି କରିବା ଜରୁରୀ ଅଛି ।”କୋଲକାତା ଆର୍.ଜି କର ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଏହି ମାମଲାରେ ଲଗାତାର ବିରୋଧ ପ୍ରଦର୍ଶନ ହେଉଛି । ମେଡିକାଲ କଲେଜର ଛାତ୍ରଛାତ୍ରୀମାନେ ରାସ୍ତା ଉପରକୁ ଓହ୍ଲାଇ ଆସିଛନ୍ତି । ରାତ୍ରିରେ କାର୍ଯ୍ୟ କରୁଥିବା ମହିଳାଙ୍କ ସୁରକ୍ଷା ଦାବି କରିଛି ଡାକ୍ତର ସଂଘ । ଏପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି,  ମହିଳାଙ୍କ ପ୍ର

ଲାଲକିଲ୍ଲାରେ ପଶ୍ଚିମବଙ୍ଗ ଅସନ୍ତୋଷ; ଦୁଷ୍କର୍ମ ଏବଂ ହତ୍ୟାର ଦୁଃଖ ବଖାଣିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ପାଳୁଛି ୭୮ତମ ସ୍ବାଧୀନତା ଦିବସ । ସବୁଠି ଉଡ଼ୁଛି ସଂଗ୍ରାମର ପ୍ରତୀକ ତ୍ରିରଙ୍ଗା । ସ୍ବାଧୀନତା ଦିବସ ପାଇଁ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ସେ ୧୧ଥର ଧ୍ବଜା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ପିଏମ୍ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ପଶ୍ଚିମବଙ୍ଗ ଘଟଣାରେ ଅସନ୍ତୋଷ ପ୍ରକାଶ କରିଛନ୍ତି । 

“ଆଜି ମୁଁ ଲାଲକିଲ୍ଲାରୁ ଏକ ପୀଡ଼ା ବଖାଣିବାକୁ ଚାହୁଁଛି । ଆମ ମା’-ଭଉଣୀ, ଝିଅମାନଙ୍କ ଉପରେ ଅତ୍ୟାଚାର ହେଉଛି । ଦୋଷୀଙ୍କ ପ୍ରତି ଆକ୍ରୋଶ ବଢ଼ୁଛି, ସାଧାରଣ ଲୋକଙ୍କ ଅକ୍ରୋଶ ବଢ଼ୁଛି । ଏହି ଆକ୍ରୋଶକୁ ମୁଁ ଅନୁଭବ କରିପାରୁଛି । ମୋତେ ଲାଗୁଛି, ଏବେ ଅପରାଧୀଙ୍କ ଭିତରେ ଡର ସୃଷ୍ଟି କରିବା ଜରୁରୀ ଅଛି ।”

କୋଲକାତା ଆର୍.ଜି କର ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଏହି ମାମଲାରେ ଲଗାତାର ବିରୋଧ ପ୍ରଦର୍ଶନ ହେଉଛି । ମେଡିକାଲ କଲେଜର ଛାତ୍ରଛାତ୍ରୀମାନେ ରାସ୍ତା ଉପରକୁ ଓହ୍ଲାଇ ଆସିଛନ୍ତି । ରାତ୍ରିରେ କାର୍ଯ୍ୟ କରୁଥିବା ମହିଳାଙ୍କ ସୁରକ୍ଷା ଦାବି କରିଛି ଡାକ୍ତର ସଂଘ । ଏପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 

ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି,  ମହିଳାଙ୍କ ପ୍ରତି ହେଉଥିବା ଅପରାଧର ତୁରନ୍ତ ଯାଞ୍ଚ ପାଇଁ କହିଛନ୍ତି । ପଶ୍ଚିମବଙ୍ଗ ମାମଲାରେ ଅସନ୍ତୋଷ ଜାହିର କରି ଦୋଷୀଙ୍କ ବିରୋଧରେ କଡ଼ାରୁ କଡ଼ା ସଜା ଜରୁରୀ । ଯେତେବେଳେ ରାକ୍ଷସ ପ୍ରବୃତ୍ତିର ଲୋକଙ୍କ ଉପରେ କଡ଼ା ସଜା ହୋଇଥାଏ, ତାହା ଲୋକଲୋଚନକୁ ଆସିନଥାଏ । ଏଭଳି ରାକ୍ଷସଙ୍କୁ ହେଉଥିବା କଡ଼ା ଦଣ୍ଡବିଧାନ ଦେଶବାସୀଙ୍କ ନଜରକୁ ଆସିବା ଜରୁରୀ । କାରଣ ଏହା ଦ୍ବାରା ଅପରାଧୀଙ୍କୁ ଜଣାପଡ଼ିବା ଦରକାର ଯେ ଦୁଷ୍କର୍ମ ଏବଂ ହତ୍ୟା ଭଳି ଅପରାଧ ପାଇଁ କେତେ କଡ଼ା ଦଣ୍ଡ ବିଧାନ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।