ଜୁନ୍‌‌ ୨୪ରେ ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା, ଚାଲିଛି ଆବେଦନ…

ଭୁବନେଶ୍ୱର: ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ମଙ୍ଗଳବାରଠାରୁ ଆବେଦନ ଆରମ୍ଭ ହୋଇଛି। ବି.ଟେକ୍‌‌, ଏଲ୍‌‌ଇଟେକ୍‌‌(ଡିପ୍ଲୋମା), ଏଲ୍‌‌ଇଟେକ୍‌‌(ବିଏସ୍‌‌ସି), ଏମ୍‌‌ବିଏ, ଏମ୍‌‌ସିଏ ଏବଂ ବିଫାର୍ମା ପଢ଼଼ିବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ ଆସନ୍ତା ୧୧ତାରିଖ ପର୍ଯ୍ୟନ୍ତ www.ojee.nic.inରେ ୱେବ୍‌‌ସାଇଟ୍‌‌ରେ ଆବେଦନ କରିପାରିବେ। ଜୁନ୍‌‌ ଶେଷ ସପ୍ତାହରେ ବା ୨୪ରୁ ୨୬ ତାରିଖ ମଧ୍ୟରେ ଏହାର ପରୀକ୍ଷା ଅନୁଷ୍ଠିତ ହେବ। ଜେଇଇ ମେନ୍‌‌ ବା ଓଜେଇଇ(ପ୍ରଥମ) ପରୀକ୍ଷାରେ ରାଙ୍କ ପାଇଥିବା ଛାତ୍ରଛାତ୍ରୀମାନେ ଆବେଦନ ନ କରିବାକୁ ପରାମର୍ଶ ଦିଆଯାଇଛି। […]

ଜୁନ୍‌‌ ୨୪ରେ ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା, ଚାଲିଛି ଆବେଦନ…
Untitled 1 12

ଭୁବନେଶ୍ୱର: ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ମଙ୍ଗଳବାରଠାରୁ ଆବେଦନ ଆରମ୍ଭ ହୋଇଛି। ବି.ଟେକ୍‌‌, ଏଲ୍‌‌ଇଟେକ୍‌‌(ଡିପ୍ଲୋମା), ଏଲ୍‌‌ଇଟେକ୍‌‌(ବିଏସ୍‌‌ସି), ଏମ୍‌‌ବିଏ, ଏମ୍‌‌ସିଏ ଏବଂ ବିଫାର୍ମା ପଢ଼଼ିବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ ଆସନ୍ତା ୧୧ତାରିଖ ପର୍ଯ୍ୟନ୍ତ www.ojee.nic.inରେ ୱେବ୍‌‌ସାଇଟ୍‌‌ରେ ଆବେଦନ କରିପାରିବେ। ଜୁନ୍‌‌ ଶେଷ ସପ୍ତାହରେ ବା ୨୪ରୁ ୨୬ ତାରିଖ ମଧ୍ୟରେ ଏହାର ପରୀକ୍ଷା ଅନୁଷ୍ଠିତ ହେବ। ଜେଇଇ ମେନ୍‌‌ ବା ଓଜେଇଇ(ପ୍ରଥମ) ପରୀକ୍ଷାରେ ରାଙ୍କ ପାଇଥିବା ଛାତ୍ରଛାତ୍ରୀମାନେ ଆବେଦନ ନ କରିବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ କାଉନ୍‌ସେଲିଂ ପରେ ବଳକା ରହିଥିବା ସିଟ୍‌‌ରେ ସ୍ୱତନ୍ତ୍ର ଓଜେଇଇରେ ରାଙ୍କ ପାଇଥିବା ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ।