କୋଲକାତା ଆର୍‌ଜି କର ମେଡିକାଲ କଲେଜ୍‌ରେ ପୁଣି ଅଘଟଣ: ଫାସୀ ଲଗାଇ ଆତ୍ମହତ୍ୟା କଲେ ଡାକ୍ତରୀ ଛାତ୍ରୀ

କୋଲକାତା: ନିକଟରେ ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଚର୍ଚ୍ଚାରେ ଥିବା କୋଲକାତାର ଆର୍‌ଜି କର ମେଡିକାଲ କଲେଜ୍ ଓ ହସ୍‌ପିଟାଲ୍‌ରେ ଆଉ ଏକ ଅଘଟଣ ଘଟି ଯାଇଛି। ହସ୍ପିଟାଲର ଜଣେ ୨୦ ବର୍ଷୀୟା ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କାମାରହାଟିରେ ଥିବା ଇସଆଇ କ୍ୱାର୍ଟର୍ସରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଛାତ୍ରୀ ଜଣକ ଇଏସଆଇ ହସ୍‌ପିଟାଲ୍‌ରେ ଡାକ୍ତର ଥିବା ତାଙ୍କ ମାଆଙ୍କ ସହ ରହୁଥିଲେ। ତେବେ ମାନସିକ ଅବସାଦ କାରଣ ଯୋଗୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ଅନୁମାନ କରୁଛି। ଘଟଣା ଦିନ ରାତିରେ ଛାତ୍ରୀଙ୍କ ମାଆ ଘରକୁ ଫେରି ଅନେକ ଥର କବାଟ ବାଡ଼େଇଥିଲେ। ହେଲେ ଭିତରୁ କୌଣସି ଉତ୍ତର ମିଳିଲାନି କି ଝିଅ କବାଟ ଖୋଲିଲେ ନାହିଁ। ଏହାପରେୈ କବାଟ ଭାଙ୍ଗିବା ପରେ ଝିଅ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏହାପରେ ପଡ଼ୋଶୀମାନଙ୍କ ସହାୟତାରେ, ତୁରନ୍ତ ଝିଅକୁ କମାରହାଟିର ଇଏସଆଇ ହସ୍ପିଟାଲରେ ଜରୁରୀକାଳୀନ ୱାର୍ଡକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଘଟଣାରେ କମାରହାଟି ପୋଲିସ ଷ୍ଟେସନରେ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରାଯାଇଛି।ଆତ୍ମହତ୍ୟା କରିଥିବା ରୁମ୍‌ରୁ କୌଣସି ସୁଇସାଇଡ୍ ନୋଟ୍ ମିଳି ନାହିଁ। ଛାତ୍ରୀଙ୍କ ପରିବାର ଲୋକ ମଧ୍ୟ

କୋଲକାତା ଆର୍‌ଜି କର ମେଡିକାଲ କଲେଜ୍‌ରେ ପୁଣି ଅଘଟଣ: ଫାସୀ ଲଗାଇ ଆତ୍ମହତ୍ୟା କଲେ ଡାକ୍ତରୀ ଛାତ୍ରୀ

କୋଲକାତା: ନିକଟରେ ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଚର୍ଚ୍ଚାରେ ଥିବା କୋଲକାତାର ଆର୍‌ଜି କର ମେଡିକାଲ କଲେଜ୍ ଓ ହସ୍‌ପିଟାଲ୍‌ରେ ଆଉ ଏକ ଅଘଟଣ ଘଟି ଯାଇଛି। ହସ୍ପିଟାଲର ଜଣେ ୨୦ ବର୍ଷୀୟା ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କାମାରହାଟିରେ ଥିବା ଇସଆଇ କ୍ୱାର୍ଟର୍ସରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। 

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଛାତ୍ରୀ ଜଣକ ଇଏସଆଇ ହସ୍‌ପିଟାଲ୍‌ରେ ଡାକ୍ତର ଥିବା ତାଙ୍କ ମାଆଙ୍କ ସହ ରହୁଥିଲେ। ତେବେ ମାନସିକ ଅବସାଦ କାରଣ ଯୋଗୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ ଅନୁମାନ କରୁଛି। 

ଘଟଣା ଦିନ ରାତିରେ ଛାତ୍ରୀଙ୍କ ମାଆ ଘରକୁ ଫେରି ଅନେକ ଥର କବାଟ ବାଡ଼େଇଥିଲେ। ହେଲେ ଭିତରୁ କୌଣସି ଉତ୍ତର ମିଳିଲାନି କି ଝିଅ କବାଟ ଖୋଲିଲେ ନାହିଁ। ଏହାପରେୈ କବାଟ ଭାଙ୍ଗିବା ପରେ ଝିଅ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏହାପରେ ପଡ଼ୋଶୀମାନଙ୍କ ସହାୟତାରେ, ତୁରନ୍ତ ଝିଅକୁ କମାରହାଟିର ଇଏସଆଇ ହସ୍ପିଟାଲରେ ଜରୁରୀକାଳୀନ ୱାର୍ଡକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଏହାପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଘଟଣାରେ କମାରହାଟି ପୋଲିସ ଷ୍ଟେସନରେ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରାଯାଇଛି।

ଆତ୍ମହତ୍ୟା କରିଥିବା ରୁମ୍‌ରୁ କୌଣସି ସୁଇସାଇଡ୍ ନୋଟ୍ ମିଳି ନାହିଁ। ଛାତ୍ରୀଙ୍କ ପରିବାର ଲୋକ ମଧ୍ୟ ଏନେଇ ଥାନାରେ କୌଣସି ଅଭିଯୋଗ ଦାଖଲ କରି ନାହାଁନ୍ତି। ତେଣୁ ପୁଲିସ ଏନେଇ କୌଣସି ବିବୃତ୍ତି ଜାରି କରି ନାହିଁ। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଛାତ୍ରୀ ଜଣକ ଦୀର୍ଘ ସମୟ ଧରି ରୋଗରେ ପଡ଼ୁଥିଲେ। ରୋଗର ଯନ୍ତ୍ରଣା ତାଙ୍କ ମାନସିକ ସ୍ୱାସ୍ଥ୍ୟକୁ ଖରାପ କରିଥାଇପାରେ। ଏଥିପାଇଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। 

ବୈଧାନିକ ସତର୍କତା- ଆତ୍ମହତ୍ୟା କରିବା କୌଣସି ସମସ୍ୟାର ସମାଧାନ ନୁହେଁ। ରାତି ପରେ ଯେମିତି ଦିନ ରହିଛି, ଠିକ୍ ସେହିପରି ସମସ୍ୟା ଥିଲେ ତା’ର ସମାଧାନ ରହିଛି। ହେଲେ ଧୈର୍ଯ୍ୟର ସହ ମୁକାବିଲା କରିବାର ଉତ୍ତମ ବ୍ୟକ୍ତିତ୍ୱର ଲକ୍ଷଣ। ମାନସିକ ଚାପ ଥିଲେ ବିଭାଗୀୟ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।