ବାରବାଟୀରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ, ହୃଦୟ ଜିଣିଲେ ଶ୍ରେୟସ ଆୟର

କଟକ: ବାରବାଟୀ ଦିନିକିଆରେ ଵଲ୍ ଵଏ ଭାବେ ବିଭିନ୍ନ କ୍ଲଵର ପିଲାମାନଙ୍କୁ ନିୟୋଜିତ କରାଯାଇଥିଲା। ତେବେ ଶ୍ରେୟସ ଆୟର ଫିଲଡିଂ କରୁଥିବା ସ୍ଥାନରେ ଥିବା ଵଲ୍ ଵଏ ମାନଙ୍କ ସହ କଥାବାର୍ତ୍ତା ସମୟରେ ପିଲାମାନଙ୍କ ସହ ଏତେ ନିକଟତର ହୋଇଯାଇଥିଲେ ଯେ ମ୍ୟାଚ୍ ସରିଵା ପରେ କିଛି ଵଲ୍ ଵଏ ମାନଙ୍କୁ ପାଖକୁ ଡାକି ନିଜର ନୂଆ ଗ୍ଲୋଵ୍ସ ଉପହାର ଦେଇଥିଲେ। ଶ୍ରେୟସ ଆୟରଙ୍କଠାରୁ ଗ୍ଲୋଵ୍ସ ଉପହାର ପାଇଛନ୍ତି କଟକର ଜଣେ ଵଲ୍ ଵଏ ଅମୃତାଂଶୁ ଦାସ। ଅମୃତାଂଶୁ ସିଡିଏ ଡିଏଭିରେ ପାଠ ପଢିଵା ସହ କଟକର ୟୁନିୟନ ସ୍ପୋର୍ଟିଂ କ୍ଲଵରେ କ୍ରିକେଟ୍ ପ୍ରଶିକ୍ଷଣ ନେଉଛନ୍ତି। ଅମୃତାଂଶୁ ଏହି ଅବସରରେ ଶ୍ରେୟସଙ୍କଠାରୁ ଗ୍ଲୋଵ୍ସ ଉପହାର ପାଇଵା ସହ ଡକେଟ ଓ ରସିଦଙ୍କ ଭଳି ଇଂଲଣ୍ଡର ଖେଳାଳି ମାନେ ଅମୃତାଂଶୁଙ୍କ କ୍ୟାପରେ ଅଟୋଗ୍ରାଫ ମଧ୍ୟ ଦେଇଛନ୍ତି।ଅମୃତାଂଶୁ ସ୍କୁଲ ସ୍ତରୀୟ ଡିଏଭି ନ୍ୟାସନାଲ କ୍ରିକେଟରେ କଟକ ସିଡିଏ ଡିଏଭିର ପ୍ରତିନିଧିତ୍ଵ କରିଛନ୍ତି। କ୍ରିକେଟରେ  ଆଗକୁ ବଢ଼ିବାକୁ ଏହା ଅନେକ ପ୍ରେରଣା ଦେଵ ଵୋଲି ଅମୃତାଂଶୁ କହିଛନ୍ତି। ଏହା ସହ କ୍ରିକେଟ୍ ସମ୍ପର୍କରେ ଶ୍ରେୟସ ବହୁ ଗୁରୁତ୍ବପୂର୍ଣ୍ଣ ଟିପ୍ସ ଦେଇଥିଵା କହିଛନ୍ତି ଅମୃତାଂଶୁ।ଵାଇଟ:ଅମୃତାଂଶୁ ଦାସ, କ୍ରିକେଟର, କଟକ ଶ୍ରେୟସଙ୍କ ଉପହାରକୁ ନେଇ ଅମୃତାଂଶୁଙ୍କ ପରିଵାର ମଧ୍ୟ ବେଶ୍ ଖୁସି। ପୁଅର କ୍ରିକେଟ୍ କ୍ୟାରିୟର ଆଗକୁ ବଢ଼ାଇବାରେ ଶ୍ରେୟସଙ୍କ ଉପହାର ଓ କ୍ରିକେଟ୍ ଟିପ୍ସ ବହୁତ ସହାୟକ ହେଵ

ବାରବାଟୀରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ, ହୃଦୟ ଜିଣିଲେ ଶ୍ରେୟସ ଆୟର

କଟକ: ବାରବାଟୀ ଦିନିକିଆରେ ଵଲ୍ ଵଏ ଭାବେ ବିଭିନ୍ନ କ୍ଲଵର ପିଲାମାନଙ୍କୁ ନିୟୋଜିତ କରାଯାଇଥିଲା। ତେବେ ଶ୍ରେୟସ ଆୟର ଫିଲଡିଂ କରୁଥିବା ସ୍ଥାନରେ ଥିବା ଵଲ୍ ଵଏ ମାନଙ୍କ ସହ କଥାବାର୍ତ୍ତା ସମୟରେ ପିଲାମାନଙ୍କ ସହ ଏତେ ନିକଟତର ହୋଇଯାଇଥିଲେ ଯେ ମ୍ୟାଚ୍ ସରିଵା ପରେ କିଛି ଵଲ୍ ଵଏ ମାନଙ୍କୁ ପାଖକୁ ଡାକି ନିଜର ନୂଆ ଗ୍ଲୋଵ୍ସ ଉପହାର ଦେଇଥିଲେ। 

ଶ୍ରେୟସ ଆୟରଙ୍କଠାରୁ ଗ୍ଲୋଵ୍ସ ଉପହାର ପାଇଛନ୍ତି କଟକର ଜଣେ ଵଲ୍ ଵଏ ଅମୃତାଂଶୁ ଦାସ। ଅମୃତାଂଶୁ ସିଡିଏ ଡିଏଭିରେ ପାଠ ପଢିଵା ସହ କଟକର ୟୁନିୟନ ସ୍ପୋର୍ଟିଂ କ୍ଲଵରେ କ୍ରିକେଟ୍ ପ୍ରଶିକ୍ଷଣ ନେଉଛନ୍ତି। ଅମୃତାଂଶୁ ଏହି ଅବସରରେ ଶ୍ରେୟସଙ୍କଠାରୁ ଗ୍ଲୋଵ୍ସ ଉପହାର ପାଇଵା ସହ ଡକେଟ ଓ ରସିଦଙ୍କ ଭଳି ଇଂଲଣ୍ଡର ଖେଳାଳି ମାନେ ଅମୃତାଂଶୁଙ୍କ କ୍ୟାପରେ ଅଟୋଗ୍ରାଫ ମଧ୍ୟ ଦେଇଛନ୍ତି।

ଅମୃତାଂଶୁ ସ୍କୁଲ ସ୍ତରୀୟ ଡିଏଭି ନ୍ୟାସନାଲ କ୍ରିକେଟରେ କଟକ ସିଡିଏ ଡିଏଭିର ପ୍ରତିନିଧିତ୍ଵ କରିଛନ୍ତି। କ୍ରିକେଟରେ  ଆଗକୁ ବଢ଼ିବାକୁ ଏହା ଅନେକ ପ୍ରେରଣା ଦେଵ ଵୋଲି ଅମୃତାଂଶୁ କହିଛନ୍ତି। ଏହା ସହ କ୍ରିକେଟ୍ ସମ୍ପର୍କରେ ଶ୍ରେୟସ ବହୁ ଗୁରୁତ୍ବପୂର୍ଣ୍ଣ ଟିପ୍ସ ଦେଇଥିଵା କହିଛନ୍ତି ଅମୃତାଂଶୁ।

ଵାଇଟ:ଅମୃତାଂଶୁ ଦାସ, କ୍ରିକେଟର, କଟକ 

ଶ୍ରେୟସଙ୍କ ଉପହାରକୁ ନେଇ ଅମୃତାଂଶୁଙ୍କ ପରିଵାର ମଧ୍ୟ ବେଶ୍ ଖୁସି। ପୁଅର କ୍ରିକେଟ୍ କ୍ୟାରିୟର ଆଗକୁ ବଢ଼ାଇବାରେ ଶ୍ରେୟସଙ୍କ ଉପହାର ଓ କ୍ରିକେଟ୍ ଟିପ୍ସ ବହୁତ ସହାୟକ ହେଵ ଵୋଲି କହିଛନ୍ତି ଅମୃତାଂଶୁଙ୍କ ମା।

ଵାଇଟ: ଗାୟତ୍ରୀ ଦାସ,ଅମୃତାଂଶୁଙ୍କ ମା

ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆ କଟକ ବାରବାଟୀରେ ଖେଳାଯାଇଥିଲା। ଏହି ମ୍ୟାଚ୍ଟି ଟିମ୍ ଇଣ୍ଡିଆ ଜିତିଲା ସତ କିନ୍ତୁ ଓଡ଼ିଆଙ୍କ ମନ ଜିଣିନେଲେ ଶ୍ରେୟାସ ଆୟର।