ଉଦ୍ଧାର ହେଲା ନାବାଳକଙ୍କ ମୃତଦେହ, ଯୋବ୍ରା ନିକଟ ମହାନଦୀରେ ନିଖୋଜ ହୋଇଥିଲେ

କଟକ ୧୨।୧୧: ଯୋବ୍ରା ନିକଟ ମହାନଦୀରେ ନିଖୋଜ ହୋଇଥିବା ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ଶିଖରପୁର କାଳିଆ ବୋଦା ଶ୍ମଶାନ ପଛପଟ ନଦୀରୁ ଉଦ୍ଧାର କରିଛି ପୋଲିସ । ମୃତ ନାବାଳକଙ୍କ ବୟସ ୧୩ ବର୍ଷ ହୋଇଥିବା ବଳେ  ମଙ୍ଗଳାବାଗ ଅଞ୍ଚଳର ବିଶ୍ଵକର୍ମା ଗତେଶ୍ୱର ଓଝା । ନାବାଳକ ଜଣକ ଘରୁ ସାଇକେଲ ନେଇ ଆସିଥିବା ବେଳେ ଆଉ ଫେରି ନଥିଲେ । ଯାହାକୁ ନେଇ ପରିବାର ଲୋକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ । ତେବେ ସୋମବାର ସନ୍ଧ୍ୟାରେ ଯୋବ୍ରା ନିକଟ ମହାନଦୀ ନିକଟରୁ ନାବାଳକଙ୍କ ସାଇକେଲ ମିଳିଥିବା ବଳେ ନାବାଳକଙ୍କ ପତ୍ତା ମିଳିନଥିଲା । ମଙ୍ଗଳବାର ଅପରାହ୍ନରେ ଗୋଟେ ମୃତଦେହ କାଳିଆ ବୋଦା ଶ୍ମଶାନ ନିକଟରେ ଭାସୁଥିବା ଦେଖିବାକୁ ମିଳିଥିଲା । ପରେ ପୋଲିସ ଉଦ୍ଧାର କରିବା ସହ ନିଖୋଜ ନାବାଳକଙ୍କ ପରିବାରକୁ ଖବର ଦେଇ ମୃତଦେହ ଚିହ୍ନଟ କରିବା ସହ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲକୁ ପଠାଇଛି ।You Can Read:ଆଦିବାସୀ ନେତା ଭାଗିରଥୀ ମଣ୍ଡାଙ୍ଗୀଙ୍କ ହତ୍ୟା ମାମଲା : ପୂର୍ବତନ ରାଜ୍ୟସଭା ସାଂସଦଙ୍କ ନାଁରେ NBW 

ଉଦ୍ଧାର ହେଲା ନାବାଳକଙ୍କ ମୃତଦେହ, ଯୋବ୍ରା ନିକଟ ମହାନଦୀରେ ନିଖୋଜ ହୋଇଥିଲେ

କଟକ ୧୨।୧୧: ଯୋବ୍ରା ନିକଟ ମହାନଦୀରେ ନିଖୋଜ ହୋଇଥିବା ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ଶିଖରପୁର କାଳିଆ ବୋଦା ଶ୍ମଶାନ ପଛପଟ ନଦୀରୁ ଉଦ୍ଧାର କରିଛି ପୋଲିସ । ମୃତ ନାବାଳକଙ୍କ ବୟସ ୧୩ ବର୍ଷ ହୋଇଥିବା ବଳେ  ମଙ୍ଗଳାବାଗ ଅଞ୍ଚଳର ବିଶ୍ଵକର୍ମା ଗତେଶ୍ୱର ଓଝା । ନାବାଳକ ଜଣକ ଘରୁ ସାଇକେଲ ନେଇ ଆସିଥିବା ବେଳେ ଆଉ ଫେରି ନଥିଲେ । ଯାହାକୁ ନେଇ ପରିବାର ଲୋକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ । ତେବେ ସୋମବାର ସନ୍ଧ୍ୟାରେ ଯୋବ୍ରା ନିକଟ ମହାନଦୀ ନିକଟରୁ ନାବାଳକଙ୍କ ସାଇକେଲ ମିଳିଥିବା ବଳେ ନାବାଳକଙ୍କ ପତ୍ତା ମିଳିନଥିଲା । ମଙ୍ଗଳବାର ଅପରାହ୍ନରେ ଗୋଟେ ମୃତଦେହ କାଳିଆ ବୋଦା ଶ୍ମଶାନ ନିକଟରେ ଭାସୁଥିବା ଦେଖିବାକୁ ମିଳିଥିଲା । ପରେ ପୋଲିସ ଉଦ୍ଧାର କରିବା ସହ ନିଖୋଜ ନାବାଳକଙ୍କ ପରିବାରକୁ ଖବର ଦେଇ ମୃତଦେହ ଚିହ୍ନଟ କରିବା ସହ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲକୁ ପଠାଇଛି ।

You Can Read:

ଆଦିବାସୀ ନେତା ଭାଗିରଥୀ ମଣ୍ଡାଙ୍ଗୀଙ୍କ ହତ୍ୟା ମାମଲା : ପୂର୍ବତନ ରାଜ୍ୟସଭା ସାଂସଦଙ୍କ ନାଁରେ NBW