Airtel ଏବଂ ZEE5 ମଧ୍ୟରେ ବୁଝାମଣା, ବିନା ଅତିରିକ୍ତ ଶୁଳ୍କରେ ଗ୍ରାହକଙ୍କୁ ମିଳିବ ଏହି ସୁବିଧା
ନୂଆଦିଲ୍ଲୀ: ଦେଶର ପ୍ରମୁଖ ଦୂରସଂଚାର କମ୍ପାନି ଭାରତୀ ଏୟାରଟେଲ୍ ଜି-୫ ସହ ଏକ ବଡ଼ ବୁଝାମଣା କରିଥିବା ଘୋଷଣା କରିଛି । ଏହି ବୁଝାମଣା ଅନୁସାରେ ଏୟାରଟେଲ୍ର ୱାଇଫାଇ ଗ୍ରାହକଙ୍କୁ ରୋମାଞ୍ଚକର ଡିଜିଟାଲ୍ କଣ୍ଟେଟ୍ ଉପଲବ୍ଧ ହେବ । ୬୯୯ ଟଙ୍କା କିମ୍ୱା ଏହାଠୁ ଅଧିକ ଟଙ୍କାର ୱାଇଫାଇ ରିଚାର୍ଜ ପ୍ଲାନ୍ ଉପରେ ଗ୍ରାହକଙ୍କୁ ବିନା କୌଣସି ଅତିରିକ୍ତ ଶୁଳ୍କରେ ଜି-୫ର ମଜା ନେଇପାରିବେ ।ଦୁଇ କମ୍ପାନି ମଧ୍ୟରେ ବୁଝାମଣା ଅନୁସାରେ ଜି-୫ର ଏକ୍ସକ୍ଲ୍ୟୁସିଭ୍ କଣ୍ଟେଣ୍ଟ, ଅରିଜିନାଲ୍ ସୋ’, ଚାର୍ଟବଷ୍ଟର ଟାଇଟଲ୍ସ, ଓଟିଟି ମୁଭିଜ୍ ଏବଂ ବିଭିନ୍ନ ଭାଷାରେ ସିରିଜ୍ ଏୟାରଟେଲ୍ ୱାଇଫାଇ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । କମ୍ପାନିର ଏହି ଘୋଷଣା ପରେ ଏୟାରଟେଲ୍ ୱାଇଫାଇ୍ ଗ୍ରାହକ ଏବେ ୧.୫ ଲକ୍ଷରୁ ଅଧିକ ଘଣ୍ଟାର ଓଟିଟି କଣ୍ଟେଣ୍ଟର ଲାଭ ପାଇପାରିବେ ।ଭାରତୀ ଏୟାରଟେଲର ଚିଫ୍ ମାର୍କେଟିଂ ଅଫିସର ଅମିତ୍ ତ୍ରିପାଠୀ କହିଛନ୍ତି, 'ଏହି ବୁଝାମଣା ଏୟାରଟେଲର ଡିଏନଏର ଅଂଶ ଏବଂ ଜି-୫ ସହ ଏହି ଚୁକ୍ତି କରି ଆମେ ଖୁସି ଅନୁଭବ କରୁଛୁ । ଆମ ଗ୍ରାହକଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ଡିଜିଟାଲ ଇକୋସିଷ୍ଟମ ଉପଲବ୍ଧ କରାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଜି-୫ର ସମୃଦ୍ଧ କଣ୍ଟେଣ୍ଟ ଆମ ପୋର୍ଟଫୋଲିଓକୁ ଅଧିକ ବଳ ଦେବ ଏବଂ ଗ୍ରାହକଙ୍କ ଭିନ୍ନ ଅନୁଭୂତି ପ୍ରଦାନ କରିବ ।'
ନୂଆଦିଲ୍ଲୀ: ଦେଶର ପ୍ରମୁଖ ଦୂରସଂଚାର କମ୍ପାନି ଭାରତୀ ଏୟାରଟେଲ୍ ଜି-୫ ସହ ଏକ ବଡ଼ ବୁଝାମଣା କରିଥିବା ଘୋଷଣା କରିଛି । ଏହି ବୁଝାମଣା ଅନୁସାରେ ଏୟାରଟେଲ୍ର ୱାଇଫାଇ ଗ୍ରାହକଙ୍କୁ ରୋମାଞ୍ଚକର ଡିଜିଟାଲ୍ କଣ୍ଟେଟ୍ ଉପଲବ୍ଧ ହେବ । ୬୯୯ ଟଙ୍କା କିମ୍ୱା ଏହାଠୁ ଅଧିକ ଟଙ୍କାର ୱାଇଫାଇ ରିଚାର୍ଜ ପ୍ଲାନ୍ ଉପରେ ଗ୍ରାହକଙ୍କୁ ବିନା କୌଣସି ଅତିରିକ୍ତ ଶୁଳ୍କରେ ଜି-୫ର ମଜା ନେଇପାରିବେ ।
ଦୁଇ କମ୍ପାନି ମଧ୍ୟରେ ବୁଝାମଣା ଅନୁସାରେ ଜି-୫ର ଏକ୍ସକ୍ଲ୍ୟୁସିଭ୍ କଣ୍ଟେଣ୍ଟ, ଅରିଜିନାଲ୍ ସୋ’, ଚାର୍ଟବଷ୍ଟର ଟାଇଟଲ୍ସ, ଓଟିଟି ମୁଭିଜ୍ ଏବଂ ବିଭିନ୍ନ ଭାଷାରେ ସିରିଜ୍ ଏୟାରଟେଲ୍ ୱାଇଫାଇ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । କମ୍ପାନିର ଏହି ଘୋଷଣା ପରେ ଏୟାରଟେଲ୍ ୱାଇଫାଇ୍ ଗ୍ରାହକ ଏବେ ୧.୫ ଲକ୍ଷରୁ ଅଧିକ ଘଣ୍ଟାର ଓଟିଟି କଣ୍ଟେଣ୍ଟର ଲାଭ ପାଇପାରିବେ ।
ଭାରତୀ ଏୟାରଟେଲର ଚିଫ୍ ମାର୍କେଟିଂ ଅଫିସର ଅମିତ୍ ତ୍ରିପାଠୀ କହିଛନ୍ତି, 'ଏହି ବୁଝାମଣା ଏୟାରଟେଲର ଡିଏନଏର ଅଂଶ ଏବଂ ଜି-୫ ସହ ଏହି ଚୁକ୍ତି କରି ଆମେ ଖୁସି ଅନୁଭବ କରୁଛୁ । ଆମ ଗ୍ରାହକଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ଡିଜିଟାଲ ଇକୋସିଷ୍ଟମ ଉପଲବ୍ଧ କରାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଜି-୫ର ସମୃଦ୍ଧ କଣ୍ଟେଣ୍ଟ ଆମ ପୋର୍ଟଫୋଲିଓକୁ ଅଧିକ ବଳ ଦେବ ଏବଂ ଗ୍ରାହକଙ୍କ ଭିନ୍ନ ଅନୁଭୂତି ପ୍ରଦାନ କରିବ ।'