ସାରା ରାଜ୍ୟରେ ପ୍ରଚଣ୍ଡ ରୌଦ୍ର ତାପ, ୪୩ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ

ଭୁବନେଶ୍ବର: ସାରା ରାଜ୍ୟରେ ବହୁଛି ଝାଞ୍ଜି। ପ୍ରଚଣ୍ଡ ରୌଦ୍ର ତାପରେ ଅସ୍ତବ୍ୟସ୍ତ ହେଲେଣି। ପଶ୍ଚିମ ଓଡ଼ିଶା ବିଶେଷ କରି ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହେଉଥିବାବେଳେ। ଶୁକ୍ରବାରବି ଝାରସୁଗୁଡ଼ା ୪୧ ଡିଗ୍ରୀ ସେଲସିୟସ୍‌ ପାର୍‌ କରିଥିବାବେଳେ ୮ଟି ସହର ୪୦  ଡିଗ୍ରୀ ଡେଇଁଛି । ଝାରସୁଗୁଡ଼ା ୪୩.୦, ସମ୍ବଲପୁର ୪୧.୬, ହୀରାକୁଦ ୪୧.୨, ବଲାଙ୍ଗିର ୪୧.୨, ଟିଟିଲାଗଡ଼ ୪୧.୨, ବୌଦ୍ଧ ୪୧.୨,  ସୁନ୍ଦରଗଡ଼ ୪୧.୨, ଅନୁଗୁଳ ୪୦.୯, ଢେଙ୍କାନାଳ ୪୦.୯, ତାଳଚେର ୪୦.୮, ଭବାନୀପାଟଣା ୪୦.୫, ସୋନପୁର ୪୦.୫, ରାଉରକେଲା ୪୦.୪, ବାରିପଦା ୪୦.୪, ଭୁବନେଶ୍ବର ୪୦.୨ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।ସେପଟେ ପାଣିପାଗ ପୂର୍ବାନୁମାନ,  ଏବେ ତାତି ପ୍ରକୋପ ଆହୁରି  ବଢ଼ିବ। ଆସନ୍ତା ୩ ଦିନ ଆଭ୍ୟନ୍ତରୀଣ  ଓ ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷିବ । ତାପମାତ୍ରା ଶୁକ୍ରବାର ୪୨ ଓ ଶନିବାର  ୪୩ ଡିଗ୍ରୀ ଟପିପାରେ । ଉପକୂଳ ବି ୪୦  ଡେଇଁବ । ଏହା ପରେ ବି ତାତିରୁ ବଡ଼ ଧରଣର ନିସ୍ତାର ଆଶା ଦେଖାଯାଉନି । ଶନିବାର  ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର,  ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ  ଗ୍ରୀଷ୍ମ ଲହରି ଛଟପଟ କରିପାରେ। ଝାରସୁଗୁଡ଼ା, ବଲାଙ୍ଗିରରେ ୪୩   ଡିଗ୍ରୀ ତାତିରେ ତ୍ରାହି ତ୍ରାହି ଡାକିବେ । ସୋନପୁର, ରାଉରକେଲା, ଟିଟିଲାଗଡ଼,  ବୌଦ୍ଧ, ସମ୍ବଲପୁର, ଭବାନୀପାଟଣା,  ସୁନ୍ଦରଗଡ଼ରେ ପାରଦ ୪୨ ଛୁଇଁବ ।   ଆଭ୍ୟ

ସାରା ରାଜ୍ୟରେ ପ୍ରଚଣ୍ଡ ରୌଦ୍ର ତାପ, ୪୩ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ

ଭୁବନେଶ୍ବର: ସାରା ରାଜ୍ୟରେ ବହୁଛି ଝାଞ୍ଜି। ପ୍ରଚଣ୍ଡ ରୌଦ୍ର ତାପରେ ଅସ୍ତବ୍ୟସ୍ତ ହେଲେଣି। ପଶ୍ଚିମ ଓଡ଼ିଶା ବିଶେଷ କରି ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହେଉଥିବାବେଳେ। ଶୁକ୍ରବାରବି ଝାରସୁଗୁଡ଼ା ୪୧ ଡିଗ୍ରୀ ସେଲସିୟସ୍‌ ପାର୍‌ କରିଥିବାବେଳେ ୮ଟି ସହର ୪୦  ଡିଗ୍ରୀ ଡେଇଁଛି । ଝାରସୁଗୁଡ଼ା ୪୩.୦, ସମ୍ବଲପୁର ୪୧.୬, ହୀରାକୁଦ ୪୧.୨, ବଲାଙ୍ଗିର ୪୧.୨, ଟିଟିଲାଗଡ଼ ୪୧.୨, ବୌଦ୍ଧ ୪୧.୨,  ସୁନ୍ଦରଗଡ଼ ୪୧.୨, ଅନୁଗୁଳ ୪୦.୯, ଢେଙ୍କାନାଳ ୪୦.୯, ତାଳଚେର ୪୦.୮, ଭବାନୀପାଟଣା ୪୦.୫, ସୋନପୁର ୪୦.୫, ରାଉରକେଲା ୪୦.୪, ବାରିପଦା ୪୦.୪, ଭୁବନେଶ୍ବର ୪୦.୨ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।

ସେପଟେ ପାଣିପାଗ ପୂର୍ବାନୁମାନ,  ଏବେ ତାତି ପ୍ରକୋପ ଆହୁରି  ବଢ଼ିବ। ଆସନ୍ତା ୩ ଦିନ ଆଭ୍ୟନ୍ତରୀଣ  ଓ ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷିବ । ତାପମାତ୍ରା ଶୁକ୍ରବାର ୪୨ ଓ ଶନିବାର  ୪୩ ଡିଗ୍ରୀ ଟପିପାରେ । ଉପକୂଳ ବି ୪୦  ଡେଇଁବ । ଏହା ପରେ ବି ତାତିରୁ ବଡ଼ ଧରଣର ନିସ୍ତାର ଆଶା ଦେଖାଯାଉନି । 

ଶନିବାର  ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର,  ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ  ଗ୍ରୀଷ୍ମ ଲହରି ଛଟପଟ କରିପାରେ। ଝାରସୁଗୁଡ଼ା, ବଲାଙ୍ଗିରରେ ୪୩   ଡିଗ୍ରୀ ତାତିରେ ତ୍ରାହି ତ୍ରାହି ଡାକିବେ । ସୋନପୁର, ରାଉରକେଲା, ଟିଟିଲାଗଡ଼,  ବୌଦ୍ଧ, ସମ୍ବଲପୁର, ଭବାନୀପାଟଣା,  ସୁନ୍ଦରଗଡ଼ରେ ପାରଦ ୪୨ ଛୁଇଁବ ।   ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଅଞ୍ଚଳର କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଚାନ୍ଦବାଲିରେ  ୪୦ ଡିଗ୍ରୀ ପହଞ୍ଚିପାରେ ।