ସବୁଠାରୁ କମ୍‌ ବୟସରେ ନୋବେଲ ପୁରସ୍କାର ପାଇଥିବା ଭାରତୀୟ କିଏ ? ଜାଣନ୍ତୁ…

ନୂଆଦିଲ୍ଲୀ ୦୯।୧୦: ଘୋଷଣା ହୋଇଛି ୨୦୨୪ ପାଇଁ ନୋବେଲ ପୁରସ୍କାର । ନୋବେଲ ପୁରସ୍କାର ପାଇଥିବା ପ୍ରଥମ ଭାରତୀୟ ଥିଲେ ରବିନ୍ଦ୍ରନାଥ ଟାଗୋର । ଆପଣ ଜାଣନ୍ତି କି ଏହି ପୁରସ୍କାର ପାଇବାରେ ସବୁଠାରୁ କନିଷ୍ଠ ଭାରତୀୟ କିଏ? ଆସନ୍ତୁ ଜାଣିବା… ସବୁଠାରୁ କମ୍ ବୟସରେ ନୋବେଲ ପୁରସ୍କାର ପାଇଥିବା ପ୍ରଥମ ଭାରତୀୟ ହେଉଛନ୍ତି ଅଭିଜିତ୍ ବାନାର୍ଜୀ । ସେ ୨୦୧୯ରେ ନୋବେଲ ପୁରସ୍କାର ପାଇଥିଲେ । ଅଭିଜିତ୍ ୫୮ ବର୍ଷ ବୟସରେ ୨୦୧୯ରେ ଇକୋମିକ୍ସର୍ ସାଇନ୍ସରେ ଏହି ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କର ଏହି ସଫଳତା ଖୁବ୍ ଚର୍ଚ୍ଚାରେ ରହିଥିଲା । ଅଭିଜିତ୍ ବାନାର୍ଜୀ ପଭର୍ଟି ଆକ୍ସନ୍ ଲ୍ୟାବର ସହ-ପ୍ରତିଷ୍ଠାତା । ସେ ଦାରିଦ୍ର୍ୟକୁ ରୋକିବା ପାଇଁ ଅନେକ କାର୍ଯ୍ୟକ୍ରମ ଚଳାଇଛନ୍ତି। ଅଭିଜିତ୍ ବାନାର୍ଜୀ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ଅର୍ଥନୀତିର ପ୍ରଫେସର ଥିଲେ । ଅଭିଜିତ୍ ମଧ୍ୟ ସମାନ ବିଷୟରେ ଅନେକ ସଫଳତା ହାସଲ କରିଥିଲେ । ସେ କଲିକତା ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀର ଜବାହର ଲାଲ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ କରିଥିଲେ । ଏହାବ୍ୟତୀତ ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଶେଷ କରିଥିଲେ। ନୋବେଲ ପୁରସ୍କାର ପାଇଥିବା ଭାରତୀୟଙ୍କ ମଧ୍ୟରେ ରବୀନ୍ଦ୍ରନାଥ ଟାଗୋର, ହରଗୋବିନ୍ଦ ଖୁରାନା, ଭେଙ୍କଟାରମଣ ରାମକୃଷ୍ଣନ, କୈଲାଶ ସତ୍ୟାର୍ଥୀ, ଅମତ୍ୟ ସେନ ଏବଂ ଚନ୍ଦ୍ରଶେଖର ଭେଙ୍କଟାରମଣ ଅଛନ୍ତି।

ସବୁଠାରୁ କମ୍‌ ବୟସରେ ନୋବେଲ ପୁରସ୍କାର ପାଇଥିବା ଭାରତୀୟ କିଏ ? ଜାଣନ୍ତୁ…

ନୂଆଦିଲ୍ଲୀ ୦୯।୧୦: ଘୋଷଣା ହୋଇଛି ୨୦୨୪ ପାଇଁ ନୋବେଲ ପୁରସ୍କାର । ନୋବେଲ ପୁରସ୍କାର ପାଇଥିବା ପ୍ରଥମ ଭାରତୀୟ ଥିଲେ ରବିନ୍ଦ୍ରନାଥ ଟାଗୋର । ଆପଣ ଜାଣନ୍ତି କି ଏହି ପୁରସ୍କାର ପାଇବାରେ ସବୁଠାରୁ କନିଷ୍ଠ ଭାରତୀୟ କିଏ? ଆସନ୍ତୁ ଜାଣିବା… 

ସବୁଠାରୁ କମ୍ ବୟସରେ ନୋବେଲ ପୁରସ୍କାର ପାଇଥିବା ପ୍ରଥମ ଭାରତୀୟ ହେଉଛନ୍ତି ଅଭିଜିତ୍ ବାନାର୍ଜୀ । ସେ ୨୦୧୯ରେ ନୋବେଲ ପୁରସ୍କାର ପାଇଥିଲେ । ଅଭିଜିତ୍ ୫୮ ବର୍ଷ ବୟସରେ ୨୦୧୯ରେ ଇକୋମିକ୍ସର୍ ସାଇନ୍ସରେ ଏହି ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କର ଏହି ସଫଳତା ଖୁବ୍ ଚର୍ଚ୍ଚାରେ ରହିଥିଲା । 

ଅଭିଜିତ୍ ବାନାର୍ଜୀ ପଭର୍ଟି ଆକ୍ସନ୍ ଲ୍ୟାବର ସହ-ପ୍ରତିଷ୍ଠାତା । ସେ ଦାରିଦ୍ର୍ୟକୁ ରୋକିବା ପାଇଁ ଅନେକ କାର୍ଯ୍ୟକ୍ରମ ଚଳାଇଛନ୍ତି। ଅଭିଜିତ୍ ବାନାର୍ଜୀ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ଅର୍ଥନୀତିର ପ୍ରଫେସର ଥିଲେ । ଅଭିଜିତ୍ ମଧ୍ୟ ସମାନ ବିଷୟରେ ଅନେକ ସଫଳତା ହାସଲ କରିଥିଲେ । ସେ କଲିକତା ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀର ଜବାହର ଲାଲ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ କରିଥିଲେ । 

ଏହାବ୍ୟତୀତ ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଶେଷ କରିଥିଲେ। ନୋବେଲ ପୁରସ୍କାର ପାଇଥିବା ଭାରତୀୟଙ୍କ ମଧ୍ୟରେ ରବୀନ୍ଦ୍ରନାଥ ଟାଗୋର, ହରଗୋବିନ୍ଦ ଖୁରାନା, ଭେଙ୍କଟାରମଣ ରାମକୃଷ୍ଣନ, କୈଲାଶ ସତ୍ୟାର୍ଥୀ, ଅମତ୍ୟ ସେନ ଏବଂ ଚନ୍ଦ୍ରଶେଖର ଭେଙ୍କଟାରମଣ ଅଛନ୍ତି।