ଜଙ୍ଗଲ ରେ ନିଆଁ ନଲଗେଇବା ସକାଶେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା
ଲକ୍ଷ୍ମୀପୁର ,୨୬/୨ :ଖରାଦିନ ପୁର୍ବରୁ କୋରାପୁଟ ଜିଲାର ବିଭିନ୍ନ ପାହାଡ଼ ସହିତ ଜଙ୍ଗଲରେ ଲୋକମାନେ ନିଆଁ ଲଗେଇ ଦିଅନ୍ତି ।ପୋଡୁଚାଷ ପାଇଁ ନିଆଁ ଲଗେଇ ପାହାଡ଼ କୁ ସଫା କରିବା ପରେ ସେଥିରେ ପୋଡୁଚାଷ କରିଥାନ୍ତି । ଯେଉଁଥିପାଇଁ ମୃତ୍ତିକା କ୍ଷୟ ,ଜଙ୍ଗଲ କ୍ଷୟ ହେବା ସହିତ ପରିବେଶ ନଷ୍ଟ ହୋଇଥାଏ । ଜଙ୍ଗଲ ର ବନ୍ୟ ଜନ୍ତୁ ସହ ପକ୍ଷୀ ମାନେ ରହିବାକୁ ଅସୁବିଧା ର ସମ୍ମୁଖୀନ ହୋଇ ସହର ମୁହାଁ ହୋଇଥାନ୍ତି ଏଣୁ ଜଙ୍ଗଲ […] The post ଜଙ୍ଗଲ ରେ ନିଆଁ ନଲଗେଇବା ସକାଶେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା appeared first on Odisha.News.

ଲକ୍ଷ୍ମୀପୁର ,୨୬/୨ :ଖରାଦିନ ପୁର୍ବରୁ କୋରାପୁଟ ଜିଲାର ବିଭିନ୍ନ ପାହାଡ଼ ସହିତ ଜଙ୍ଗଲରେ ଲୋକମାନେ ନିଆଁ ଲଗେଇ ଦିଅନ୍ତି ।ପୋଡୁଚାଷ ପାଇଁ ନିଆଁ ଲଗେଇ ପାହାଡ଼ କୁ ସଫା କରିବା ପରେ ସେଥିରେ ପୋଡୁଚାଷ କରିଥାନ୍ତି । ଯେଉଁଥିପାଇଁ ମୃତ୍ତିକା କ୍ଷୟ ,ଜଙ୍ଗଲ କ୍ଷୟ ହେବା ସହିତ ପରିବେଶ ନଷ୍ଟ ହୋଇଥାଏ । ଜଙ୍ଗଲ ର ବନ୍ୟ ଜନ୍ତୁ ସହ ପକ୍ଷୀ ମାନେ ରହିବାକୁ ଅସୁବିଧା ର ସମ୍ମୁଖୀନ ହୋଇ ସହର ମୁହାଁ ହୋଇଥାନ୍ତି ଏଣୁ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ସହିତ ପୋଡୁ ଚାଷ ନକରିବା ପାଇଁ କୋରାପୁଟ ବନଖଣ୍ଡର ଲକ୍ଷ୍ମୀପୁର ବନାଞ୍ଚଳର ଲକ୍ଷ୍ମୀପୁର ସେକ୍ସନ ତରଫରୁ ଆମ୍ବେଦକର ଛକରେ ଏକ ପଥପ୍ରାନ୍ତ ନାଟକ ଜରିଆରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜଙ୍ଗଲ ହେଉଛି ଜାତୀୟ ସମ୍ପତ୍ତି ଏହାକୁ ସୁରକ୍ଷା ଦେବା ସମସ୍ତଙ୍କ କର୍ତ୍ତବ୍ୟ ଏଣୁ ଏଥିପାଇଁ ସମସ୍ତ ସଚେତନ ହେବାକୁ ଏହା ମାଧ୍ୟମରେ ବାର୍ତ୍ତା ଦିଆଯାଇଛି । ଏଠାରେ ଲକ୍ଷ୍ମୀପୁର ବନାଞ୍ଚଳ ଅଧିକାରୀ କୁମାର ଖରାଙ୍କ ସହିତ ବନପାଳ ପୂର୍ଣ୍ଣ ଚନ୍ଦ୍ର କଲେକା, ଭାଗ୍ଯ ପ୍ରିୟା ସେଠୀ, କୈଳାସ ଚନ୍ଦ୍ର ପଦକା,ଡିଇଓ ଦୀପ୍ତି ରଞ୍ଜନ ସ୍ବାଇଁ , ସମସ୍ତ ବନରକ୍ଷୀ ଓ ଅଗ୍ନି ନିରୋଧକ ଦଳ ଉପସ୍ଥିତ ଥିଲେ। ।
The post ଜଙ୍ଗଲ ରେ ନିଆଁ ନଲଗେଇବା ସକାଶେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା appeared first on Odisha.News.