ଜାତୀୟ ରାଜପଥ ନଂ ୧୬ ,ହଳଦିଆ ପଦର ରାସ୍ତାରେ ଦୁର୍ଘଟଣା, ମୋଟରସାଇକେଲ ଚାଳକ ମୃତ୍ୟୁ।
ଗୋପାଳପୁର,୩୦/୦୬ ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ହଳଦିଆ ପଦର ରାସ୍ତା ର ରସ ଫ୍ୟାକ୍ଟ୍ରି ସମ୍ମୁଖରେ ଏକ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ହେବାରୁ ଚାଳକ ଜଣଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ଗଜପତି ଜିଲ୍ଲା ଚାନ୍ଦିପୁଟ କାରଜି ସାହିର ଶ୍ରୀପତି କାରଜି ବୋଲି ଜଣାପଡିଛି।ମୃତକ ଶ୍ରୀପତି ବ୍ରହ୍ମପୁର ରୁ ଗୋଳନ୍ଥରା ପଟକୁ ମୋଟରସାଇକେଲ (ଓଡି ୦୭ ଏ ଏବଂ ୧୬୦୮) ଯୋଗେ ଆଜି ରାତି ପ୍ରାୟ ୧୦ ଟା ୪୦ […] The post ଜାତୀୟ ରାଜପଥ ନଂ ୧୬ ,ହଳଦିଆ ପଦର ରାସ୍ତାରେ ଦୁର୍ଘଟଣା, ମୋଟରସାଇକେଲ ଚାଳକ ମୃତ୍ୟୁ। appeared first on Odisha.News.

ଗୋପାଳପୁର,୩୦/୦୬
ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ହଳଦିଆ ପଦର ରାସ୍ତା ର ରସ ଫ୍ୟାକ୍ଟ୍ରି ସମ୍ମୁଖରେ ଏକ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ ହେବାରୁ ଚାଳକ ଜଣଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ଗଜପତି ଜିଲ୍ଲା ଚାନ୍ଦିପୁଟ କାରଜି ସାହିର ଶ୍ରୀପତି କାରଜି ବୋଲି ଜଣାପଡିଛି।ମୃତକ ଶ୍ରୀପତି ବ୍ରହ୍ମପୁର ରୁ ଗୋଳନ୍ଥରା ପଟକୁ ମୋଟରସାଇକେଲ (ଓଡି ୦୭ ଏ ଏବଂ ୧୬୦୮) ଯୋଗେ ଆଜି ରାତି ପ୍ରାୟ ୧୦ ଟା ୪୦ ବେଳେ ଯାଉଥିବା ବେଳେ ସମ୍ମୁଖରେ ଯାଉଥିବା ଏକ ଟ୍ରକ ମୋଟରସାଇକେଲ ଯାଉଥିବା ରାସ୍ତା ପଟକୁ ଚାଲି ଆସିବାରୁ ମୋଟରସାଇକେଲ ଟି ଭାରସାମ୍ୟ ହରାଇ ରାସ୍ତା କଡର ଡିଭାଇଡର କୁ ଧକ୍କା ଦେଇଥିଲା। ଫଳରେ ଶ୍ରୀପତି ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ରକ୍ତସ୍ରାବ ହୋଇ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।ଖବର ପାଇ ଗୋଳନ୍ଥରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।
The post ଜାତୀୟ ରାଜପଥ ନଂ ୧୬ ,ହଳଦିଆ ପଦର ରାସ୍ତାରେ ଦୁର୍ଘଟଣା, ମୋଟରସାଇକେଲ ଚାଳକ ମୃତ୍ୟୁ। appeared first on Odisha.News.