ସମସ୍ତ କଳ୍ପନାର ହେଲା ଅନ୍ତ, ଦିଲ୍ଲୀକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୭।୯: ଆତିଶୀ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଆମ ଆଦମୀ ପାର୍ଟି (ଏଏପି) ବିଧାନୟକ ଦଳର ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ବିଧାୟକମାନେ ଏଥିରେ ରାଜି ହୋଇଥିଲେ। ଏହାପୂର୍ବରୁ ଆମ ଆଦମୀ ପାର୍ଟି (ଏଏପି) ର ରାଜନୈତିକ ବ୍ୟାପାର କମିଟି (ପିଏସି) ର ନେତାମାନେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଅତିଶୀଙ୍କ ନାମ ପରାମର୍ଶ ଦେଇଥିଲେ। ସୋମବାର (୧୬ ସେପ୍ଟେମ୍ବର) ରେ ପିଏସି ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ, ରବିବାର ଅରବିନ୍ଦ […] The post ସମସ୍ତ କଳ୍ପନାର ହେଲା ଅନ୍ତ, ଦିଲ୍ଲୀକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ସମସ୍ତ କଳ୍ପନାର ହେଲା ଅନ୍ତ, ଦିଲ୍ଲୀକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୭।୯: ଆତିଶୀ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଆମ ଆଦମୀ ପାର୍ଟି (ଏଏପି) ବିଧାନୟକ ଦଳର ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ବିଧାୟକମାନେ ଏଥିରେ ରାଜି ହୋଇଥିଲେ।

ଏହାପୂର୍ବରୁ ଆମ ଆଦମୀ ପାର୍ଟି (ଏଏପି) ର ରାଜନୈତିକ ବ୍ୟାପାର କମିଟି (ପିଏସି) ର ନେତାମାନେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଅତିଶୀଙ୍କ ନାମ ପରାମର୍ଶ ଦେଇଥିଲେ। ସୋମବାର (୧୬ ସେପ୍ଟେମ୍ବର) ରେ ପିଏସି ବୈଠକ ଅନୁଷ୍ଠିତ ହୋଇଥିଲା।

ସୂଚନାଯୋଗ୍ୟ, ରବିବାର ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଥିଲେ। ଏହା ପରେ ସେ ସାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ ସାକ୍ସେନାଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିବେ।
ମାର୍ଚ୍ଚ ୨୧ରେ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ଇଡି ଗିରଫ କରିଥିଲା। ଏହା ପରେ ତାଙ୍କୁ ସିବିଆଇ ଗିରଫ କରିଥିଲା। ସେପ୍ଟେମ୍ବର ୧୩ରେ ସିବିଆଇ ମାମଲାରେ ସେ ସୁପ୍ରିମକୋର୍ଟରୁ ଜାମିନ ପାଇଥିଲେ। ସେ ପୂର୍ବରୁ ଇଡି ମାମଲାରେ ଜାମିନ ପାଇଥିଲେ। ସେ ୧୩ ସେପ୍ଟେମ୍ବରରେ ତିହାର ଜେଲରୁ ବାହାରିଥିଲେ।

The post ସମସ୍ତ କଳ୍ପନାର ହେଲା ଅନ୍ତ, ଦିଲ୍ଲୀକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ appeared first on Dharitri Odia News.