ଅଖିଳେଶ ପ୍ରଥମେ ନିଜେ ଠିକ ଅଛନ୍ତି କି ନାହିଁ ଦେଖନ୍ତୁ: ମାୟାବତୀଙ୍କ କଟାକ୍ଷ…
ଲକ୍ଷ୍ନୌ,୭।୧ : ଉତ୍ତରପ୍ରଦେଶରେ ବିଏସପି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ସମାଜବାଦୀ ପାର୍ଟି (ଏସପି) କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଅଖିଳେଶ ଯାଦବ ଅନ୍ୟମାନଙ୍କ ଉପରେ କୌଣସି କଟାକ୍ଷ କରିବା ପୂର୍ବରୁ ପ୍ରଥମେ ନିଜେ ଠିକ ଅଛନ୍ତି କି ନାହିଁ ତାହା ଦେଖିବ ଊଚିତ। ଏହା ସହିତ ସେ ତାଙ୍କ ପିତା ମୁଲାୟମ ସିଂ ଯାଦବଙ୍କ ଆଶୀର୍ବାଦ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଯେଉଁଥିରେ ମୁଲାୟମ ନରେନ୍ଦ୍ର ମୋଦିଙ୍କୁ ସଂସଦରେ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ […] The post ଅଖିଳେଶ ପ୍ରଥମେ ନିଜେ ଠିକ ଅଛନ୍ତି କି ନାହିଁ ଦେଖନ୍ତୁ: ମାୟାବତୀଙ୍କ କଟାକ୍ଷ… appeared first on Dharitri Odia News.
ଲକ୍ଷ୍ନୌ,୭।୧ : ଉତ୍ତରପ୍ରଦେଶରେ ବିଏସପି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ସମାଜବାଦୀ ପାର୍ଟି (ଏସପି) କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଅଖିଳେଶ ଯାଦବ ଅନ୍ୟମାନଙ୍କ ଉପରେ କୌଣସି କଟାକ୍ଷ କରିବା ପୂର୍ବରୁ ପ୍ରଥମେ ନିଜେ ଠିକ ଅଛନ୍ତି କି ନାହିଁ ତାହା ଦେଖିବ ଊଚିତ। ଏହା ସହିତ ସେ ତାଙ୍କ ପିତା ମୁଲାୟମ ସିଂ ଯାଦବଙ୍କ ଆଶୀର୍ବାଦ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଯେଉଁଥିରେ ମୁଲାୟମ ନରେନ୍ଦ୍ର ମୋଦିଙ୍କୁ ସଂସଦରେ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ।
ରବିବାର ମାୟାବତୀ ଏକ୍ସ ରେ ପୋଷ୍ଟ କରି ଅଖିଳେଶ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ତାଙ୍କର ପ୍ରଥମ ପୋଷ୍ଟରେ ଲେଖିଛନ୍ତି ବିଏସପ ବିରୋଧରେ ଅଯଥା କଟାକ୍ଷ କରିବା ପୂର୍ବରୁ ଏସପି ସଭାପତି ଅଖିଳେଶ ଯାଦବ ନିଶ୍ଚିତ ଭାବରେ ନିଜ କେତେଦୂର ଠିକ ନା ଭୁଲ ତାହା ପରଖି ନେବା ଆବଶ୍ୟକ। ଭାଜପାକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ସହ ସମ୍ପର୍କ ରଖିବା ଦୃଷ୍ଟିରୁ ତାଙ୍କ ନାମ କଳଙ୍କିତ ହୋଇଛି। ଏସପି ଏକ ଦଳିତ ବିରୋଧୀ ଦଳ।
ତାଙ୍କ ଦ୍ୱିତୀୟ ପୋଷ୍ଟରେ ମୁଲାୟମ ସିଂଙ୍କ ବିଷୟରେ ଉଲ୍ଲେଖ କରି ମାୟାବତୀ ଲେଖିଛନ୍ତି ଲୋକସଭା ନିର୍ବାଚନ ଜିତିବା ପୂର୍ବରୁ ଏବଂ ପରେ ତତ୍କାଳୀନ ଏସପି ମୁଖ୍ୟ ମୁଲାୟମ ସିଂ ଯାଦବ ଭାଜପାକୁ ଦେଇଥିବା ଆଶୀର୍ବାଦକୁ କିଏ ଭୁଲି ପାରିବ? କେନ୍ଦ୍ରରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ସେମାନଙ୍କ ନେତୃତ୍ୱ ଏବଂ ଏସପି ନେତୃତ୍ୱ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଜନସାଧାରଣ ମଧ୍ୟ ଜାଣିଛନ୍ତି। ବର୍ତ୍ତମାନ ସମାଜବାଦୀ ଦଳ ପାଇଁ ସାମ୍ପ୍ରଦାୟିକ ଶକ୍ତି ସହିତ ଲଢ଼ିବା ଉପଯୁକ୍ତ ହେବ।
ମାୟାବତୀଙ୍କ ପ୍ରଶ୍ନ ଉପରେ ଅଖିଳେଶ ଯାଦବ କହିଛନ୍ତି ଆମେ ଇଣ୍ଡିଆ ସହ ମିଶି ନିର୍ବାଚନ ଲଢୁଛୁ ଏବଂ ମିଳିତ ମଞ୍ଚ ଏହାର କାର୍ଯ୍ୟ କରୁଛି। ସେମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ସେ ବ୍ୟଙ୍ଗାତ୍ମକ ଭାବରେ କହିଥିଲେ ମୋର ପୋଷାକ ଆଡଭୋକେଟ ଭାଇମାନଙ୍କ ସହିତ ମଧ୍ୟ ମେଳ ଖାଉଛି।ଏଥର ପରିବର୍ତ୍ତନ ହେବାକୁ ବାଧ୍ୟ, ଏହା ଆପଣଙ୍କ ଉତ୍ସାହରେ ପ୍ରତିଫଳିତ ହୋଇଛି । ପିଡିଏ ବିନା ଦେଶର ବିକାଶ ସମ୍ଭବ ନୁହେଁ। ଯଦି ଫେରେନ ଲଭଲି ନିଜର ନାମ ପରିବର୍ତ୍ତନ କରିଥିଲା ତେବେ ମୁଁ ମଧ୍ୟ ଏହି ନାମ ପରିବର୍ତ୍ତନ କରିବି। ସର୍ବାଧିକ ବିକ୍ରି ହୋଇଥିବା କ୍ରିମ ଏବଂ ଏହାର ନାମ ମଧ୍ୟ ବଦଳିଗଲା। ୨୦୨୪ରେ ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଯଦି ଏଥର ପରିବର୍ତ୍ତନ ନ ହୁଏ ତେବେ ଆମେ ଆଗକୁ ଭୋଟ ଦେବାର ଅଧିକାର ହରାଇ ବସିବୁ।
1. अपनी व अपनी सरकार की ख़ासकर दलित-विरोधी रही आदतों, नीतियों एवं कार्यशैली आदि से मजबूर सपा प्रमुख द्वारा बीएसपी पर अनर्गल तंज़ कसने सेे पहले उन्हें अपने गिरेबान में भी झांँककर जरूर देख लेना चाहिए कि उनका दामन भाजपा को बढ़ाने व उनसे मेलजोल के मामले में कितना दाग़दार है।
— Mayawati (@Mayawati) January 7, 2024
The post ଅଖିଳେଶ ପ୍ରଥମେ ନିଜେ ଠିକ ଅଛନ୍ତି କି ନାହିଁ ଦେଖନ୍ତୁ: ମାୟାବତୀଙ୍କ କଟାକ୍ଷ… appeared first on Dharitri Odia News.