ବନ ସୁରକ୍ଷା ସମିତି ପୁରସ୍କୃତ: ୨ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ
କେସିଙ୍ଗା,୮।୭(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ କେସିଙ୍ଗା ରେଞ୍ଜ ଅଧିନସ୍ଥ ତୁଲାଙ୍ଗପଦର ଗ୍ରାମର ବନ ସୁରକ୍ଷା ସମିତି( ଭିଏସଏସ)କୁ ଜଙ୍ଗଲର ସୁରକ୍ଷା ଓ ନିଆଁ ଦାଉରୁ ରକ୍ଷା କରିଥିବାରୁ ବନ ସୁରକ୍ଷା ସମିତିକୁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଓ ମାନପତ୍ର ପ୍ରଦାନ କରିଛନ୍ତି। ସମିତିର ଦୃଢ ପ୍ରତିବଦ୍ଧତା ଓ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୫ ମସିହାର ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାରରେ ସମିତିର ସଭାପତି ଉମାକାନ୍ତ ବେହେରାଙ୍କୁ ଭୁବନେଶ୍ବରଠାରେ ଦୁଇ ଲକ୍ଷ ଓ ମାନପତ୍ର ସହ ପୁରସ୍କୃତ କରିଛନ୍ତି। […] The post ବନ ସୁରକ୍ଷା ସମିତି ପୁରସ୍କୃତ: ୨ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
କେସିଙ୍ଗା,୮।୭(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ କେସିଙ୍ଗା ରେଞ୍ଜ ଅଧିନସ୍ଥ ତୁଲାଙ୍ଗପଦର ଗ୍ରାମର ବନ ସୁରକ୍ଷା ସମିତି( ଭିଏସଏସ)କୁ ଜଙ୍ଗଲର ସୁରକ୍ଷା ଓ ନିଆଁ ଦାଉରୁ ରକ୍ଷା କରିଥିବାରୁ ବନ ସୁରକ୍ଷା ସମିତିକୁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଓ ମାନପତ୍ର ପ୍ରଦାନ କରିଛନ୍ତି। ସମିତିର ଦୃଢ ପ୍ରତିବଦ୍ଧତା ଓ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୫ ମସିହାର ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାରରେ ସମିତିର ସଭାପତି ଉମାକାନ୍ତ ବେହେରାଙ୍କୁ ଭୁବନେଶ୍ବରଠାରେ ଦୁଇ ଲକ୍ଷ ଓ ମାନପତ୍ର ସହ ପୁରସ୍କୃତ କରିଛନ୍ତି।
ସମିତି ନିୟମିତ ଭାବରେ ସଭା ସମିତି, ଅନୁଷ୍ଠାନର ସଦସ୍ୟ ସଦସ୍ୟା, ଜଙ୍ଗଲ ସୁରକ୍ଷା, ନିଆଁ ଆୟତ୍ତ କରିବା ସହ ବୃକ୍ଷ ରୋପଣ ଆଦି, ସମୁଦାୟ କାର୍ଯ୍ୟ, ପରିବେଶ ପ୍ରତି ସଚେତନତା ମାଧ୍ୟମରେ ଦୃଷ୍ଟାନ୍ତ ସୃଷ୍ଟି କରି ବିଗତ ତିନି ବର୍ଷ ମଧ୍ୟରେ କୌଣସି ଅବାଧ ଗଛ କାଟିବା ଘଟଣା ନ ଘଟିବା ଏକ ପ୍ରଶଂସନୀୟ କାର୍ଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଓ ମାନପତ୍ର ପ୍ରଦାନ କରିଛନ୍ତି।
ସ୍ଥାନୀୟ ବଜ୍ରଗଡ଼ ସଂରକ୍ଷିତ ଜଙ୍ଗଲ କୁ ସୁରକ୍ଷା ଦେବାରେ ସମିତିର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ରହିଛି। ଉକ୍ତ ଅଞ୍ଚଳରେ ଚାରିବର୍ଷ ଧରି ଜଙ୍ଗଲ ନିଆଁ ଘଟଣା ନ ଘଟିବା ସମିତିର ପ୍ରମୁଖ ସଫଳତା ମଧ୍ୟରୁ ଅନ୍ୟତମ। ସମିତିର ସଦସ୍ୟମାନେ ନିଜ ଘରେ ରୋଷେଇ ପାଇଁ ସ୍ପୋକଲେସ ଚୁଲ୍ଲା, ବାୟୋଗ୍ୟାସ ଓ ଏଲପିଜି ବ୍ୟବହାର କରି ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇବା ଦିଗରେ ଅଗ୍ରଗାମୀ ଭୂମିକା ନିଭାଉଛନ୍ତି I ଗତ ତିନି ବର୍ଷ ମଧ୍ୟରେ ଏଜେ ୱାଇ କ୍ୟାମ୍ପ ଓ ସିଏସଆର ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପରେ ଜଙ୍ଗଲର ୧୪୫ ହେକ୍ଟର ଜମିରେ ୬୪ ହଜାର ୫୦୦ଟି ବିଭିନ୍ନ ମୂଲ୍ୟବାନ ଗଛ ରୋପଣ ଓ ତାହାର ସୁରକ୍ଷା କାର୍ଯ୍ୟ ସମ୍ପାଦନ କରୁଛନ୍ତି।
ଏହି ଉଲ୍ଲେଖନୀୟ ଅବଦାନ ପାଇଁ ତୁଲାଙ୍ଗପଦର ସୁରକ୍ଷା ସମିତିକୁ ରାଜ୍ୟସ୍ତରୀୟ ବନ ମହୋତ୍ସବ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ହାତରୁ ମୁଖ୍ୟମନ୍ତ୍ରୀ ପୁରସ୍କାର ସହିତ ନଗଦ ୨ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି।
ଏହି ପୁରସ୍କାର ପାଇବା ପରେ କେସିଙ୍ଗା ରେଞ୍ଜ ଅଧିକାରିଣୀ ସ୍ନିଗ୍ଧାରାଣୀ ବଳିଆର ସିଂଙ୍କ ସମେତ ସମସ୍ତ ବନ କର୍ମଚାରୀଙ୍କ ମନରେ ଖୁସିର ଳହରୀ ଖେଳିଯାଇଛି। ଏହାସହ ଉକ୍ତ ସମିତିକୁ ସ୍ବାଗତ କରାଯାଇଛି।
The post ବନ ସୁରକ୍ଷା ସମିତି ପୁରସ୍କୃତ: ୨ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.