ଜି.ଉଦୟଗିରିକୁ ପୁଣି ଫେରିଲା ଶୀତ, ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ

ଜି.ଉଦୟଗିରି,୨୮ା୧: କିଛି ଦିନ ହେବ ଲାଗିରହିଥିବା ମେଘୁଆ ପାଗ ହଟିଯିବା ପରେ ଜି.ଉଦୟଗିରିକୁ ପୁଣିଥରେ ଶୀତ ଫେରିଛି। ରବିବାର ସର୍ବନିମ୍ନ ତାପମାତ୍ରା ୬.୪ ରହିଥିବା ରେକର୍ଡ କରିଛି କୃଷି ଗବେଷଣା କେନ୍ଦ୍ର। ଯାହା ଫଳରେ ଶୀତର ପ୍ରକୋପ ବଢ଼ିଛି। ଦିନର ତାପମାତ୍ରା ବଢୁଥିବା ବେଳେ ରାତ୍ରି ତାପମାତ୍ରା କମିବାରେ ଲାଗିଛି। ଫଳରେ ଅସହ୍ୟ ଶୀତରେ ଥରୁଛି ଅଞ୍ଚଳ। ଏହାର ପ୍ରକୋପ ଗ୍ରାମାଞ୍ଚଳରେ ଅଧିକ ରହିଛି। ସକାଳୁ ୯ଟା ପଯ୍ୟନ୍ତ ଏବଂ ରାତି ୮ଟା ପରେ ଘରୁ ବାହାରିବା […] The post ଜି.ଉଦୟଗିରିକୁ ପୁଣି ଫେରିଲା ଶୀତ, ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ appeared first on Dharitri Odia News.

ଜି.ଉଦୟଗିରିକୁ ପୁଣି ଫେରିଲା ଶୀତ, ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ

ଜି.ଉଦୟଗିରି,୨୮ା୧: କିଛି ଦିନ ହେବ ଲାଗିରହିଥିବା ମେଘୁଆ ପାଗ ହଟିଯିବା ପରେ ଜି.ଉଦୟଗିରିକୁ ପୁଣିଥରେ ଶୀତ ଫେରିଛି। ରବିବାର ସର୍ବନିମ୍ନ ତାପମାତ୍ରା ୬.୪ ରହିଥିବା ରେକର୍ଡ କରିଛି କୃଷି ଗବେଷଣା କେନ୍ଦ୍ର। ଯାହା ଫଳରେ ଶୀତର ପ୍ରକୋପ ବଢ଼ିଛି। ଦିନର ତାପମାତ୍ରା ବଢୁଥିବା ବେଳେ ରାତ୍ରି ତାପମାତ୍ରା
କମିବାରେ ଲାଗିଛି। ଫଳରେ ଅସହ୍ୟ ଶୀତରେ ଥରୁଛି ଅଞ୍ଚଳ। ଏହାର ପ୍ରକୋପ ଗ୍ରାମାଞ୍ଚଳରେ ଅଧିକ ରହିଛି। ସକାଳୁ ୯ଟା ପଯ୍ୟନ୍ତ ଏବଂ ରାତି ୮ଟା ପରେ ଘରୁ ବାହାରିବା କଷ୍ଟକର ହୋଇଛି। ଶୀତରୁ ରକ୍ଷା ପାଇବା ପାଇଁ ଦିନ ତମାମ ଲୋକେ ଖରାରେ ବସି ରହୁଥିବା ବେଳେ ସନ୍ଧ୍ୟା ବେଳେ ନିଆଁ ଜାଳି ବସି ରହୁଥିବା ଦେଖିବାକୁ ମିଳିଛି। ଶୀତ ପ୍ରକୋପରେ ଅସହାୟ ଲୋକଙ୍କ ସହିତ ରାସ୍ତାକଡ଼ରେ ବସି ପନିପରିବା ବିକ୍ରି କରୁଥିବା ଛୋଟ ଚାଷୀମାନେ ବିଶେଷ ପ୍ରଭାବିତ ହୋଇଛନ୍ତି।

The post ଜି.ଉଦୟଗିରିକୁ ପୁଣି ଫେରିଲା ଶୀତ, ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ appeared first on Dharitri Odia News.