ଆଜି ଧନୁଯାତ୍ରାର ଅଷ୍ଟମ ଦିନ, କଂସ ଚିଟାଉ ନେଇ ଗୋପପୁର ଯିବେ ଅକ୍ରୁର

ବରଗଡ଼ : ମୃତ୍ୟୁକୁ ନେଇ ଭୟଭୀତ ମହାରାଜା କଂସ। କଳେବଳେ କୌଶଳେ ନିଜର କାଳ ହୋଇ ଗୋପରେ ବଢୁଥିବା କୃଷ୍ଣଙ୍କୁ... The post ଆଜି ଧନୁଯାତ୍ରାର ଅଷ୍ଟମ ଦିନ, କଂସ ଚିଟାଉ ନେଇ ଗୋପପୁର ଯିବେ ଅକ୍ରୁର appeared first on .

ଆଜି ଧନୁଯାତ୍ରାର ଅଷ୍ଟମ ଦିନ, କଂସ ଚିଟାଉ ନେଇ ଗୋପପୁର ଯିବେ ଅକ୍ରୁର

ବରଗଡ଼ : ମୃତ୍ୟୁକୁ ନେଇ ଭୟଭୀତ ମହାରାଜା କଂସ। କଳେବଳେ କୌଶଳେ ନିଜର କାଳ ହୋଇ ଗୋପରେ ବଢୁଥିବା କୃଷ୍ଣଙ୍କୁ ମାରିବାକୁ କରିଛି ଯୋଜନା। ନାରଦଙ୍କ ପରାମର୍ଶ କ୍ରମେ ମଥୁରାରେ ଆୟୋଜନ କରିଛି ଧନୁଯାତ୍ରା। ଏଥିପାଇଁ ନିଜର ସମର୍ଥିତ ସମସ୍ତ ଅସୁର ରାଜାଙ୍କ ସହଯୋଗ ଲୋଡିଛି। ଆଜି ବରଗଡ଼ ଧନୁଯାତ୍ରାର ଅଷ୍ଟମ ଦିନରେ କଂସର ଚିଟାଉ ନେଇ ଅକ୍ରୁର ଗୋପପୁର ଯାତ୍ରା କରିବେ । ଯମୁନାରେ ଶ୍ରୀକୃଷ୍ଣଙ୍କ ପାଦ ଚିହ୍ନ ଦେଖି ଭାବବିହ୍ବଳ ହେବେ ଭକ୍ତ ଅକ୍ରୁର। ଏହାପରେ କୃଷ୍ଣ ବଳରାମଙ୍କ ସହ ସାକ୍ଷାତ କରିବେ।

ସେପଟେ ଗୋପରେ ଇନ୍ଦ୍ରଙ୍କ ଗର୍ବ ଭାଙ୍ଗିବେ ଗର୍ବଗଞ୍ଜନ ଭଗବାନ ଶ୍ରୀକୃଷ୍ଣ। ବର୍ଷା ଓ ଝଡରୁ ଗୋପପୁରବାସୀଙ୍କୁ ଲକ୍ଷା କରିବାକୁ ନିଜର ଆଙ୍ଗୁଠିରେ ଧାରଣ କରିବେ ଗିରି ଗୋବର୍ଦ୍ଧନ। ଯାତ୍ରାର ସପ୍ତମ ଦିନରେ ଗୋପରେ ରାଧାକୃଷ୍ଣଙ୍କ ନାବକେଳି ଦେଖିବାକୁ ଜମିଥିଲା ହଜାର ହଜାର ଦର୍ଶକଙ୍କ ଭିଡ଼। ଦେବଗଡ଼ ମନୋବନ୍ଧରେ ଏହି ଦୃଶ୍ୟକୁ ଦେଖିବାକୁ ଅପେକ୍ଷା କରିଥିଲେ ଦର୍ଶକ। ସେହିପରି ଗୋପରେ କଂସଙ୍କ ଅସୁର ରାଜାଙ୍କ ସହ ମନ୍ତ୍ରଣା, ବିଭିନ୍ନ ଅଫିସରଙ୍କ ସହ ଆଲୋଚନା ସାଙ୍ଗକୁ ଦୁର୍ଗା ମନ୍ଦିରରେ ପୂଜା ଦୃଶ୍ୟ ଅଭିନିତ ହୋଇଥିଲା।

The post ଆଜି ଧନୁଯାତ୍ରାର ଅଷ୍ଟମ ଦିନ, କଂସ ଚିଟାଉ ନେଇ ଗୋପପୁର ଯିବେ ଅକ୍ରୁର appeared first on .