ଜୀବିତ ଅଛନ୍ତି ପୁନମ ପାଣ୍ଡେ, ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ନିଜେ ଦେଲେ ସୂଚନା
ମୁମ୍ବାଇ,୩।୨: ଅଭିନେତ୍ରୀ ପନମ ପାଣ୍ଡେଙ୍କର ଦେହାନ୍ତ ହୋଇନାହିଁ। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସେ ଜୀବିତ ଥିବା ବିଷୟରେ ସୂଚନା ଦେଇଛନ୍ତି। ଶୁକ୍ରବାର ପୁନମ ପାଣ୍ଡେଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା। ତାଙ୍କର ସର୍ଭାଇକାଲ କ୍ୟାନସରରେ ମୃତ୍ୟୁ ଘଟିଥିବା କୁହାଯାଉଥିଲା। ତାଙ୍କ ପିଆର ଟିମ ପୁନମଙ୍କ ମୃତ୍ୟୁକୁ ଖବରକୁ ନିଶ୍ଚିତ କରିଥିଲେ କିନ୍ତୁ ଏହା ବ୍ୟତୀତ ଆଉ କୌଣସି ସୂଚନା ନଥିଲା। ଆଜି ଶେଷରେ ଅଭିନେତ୍ରୀଙ୍କ ମୃତ୍ୟୁ ରହସ୍ୟ ସାମ୍ନାକୁ […] The post ଜୀବିତ ଅଛନ୍ତି ପୁନମ ପାଣ୍ଡେ, ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ନିଜେ ଦେଲେ ସୂଚନା appeared first on Dharitri Odia News.
ମୁମ୍ବାଇ,୩।୨: ଅଭିନେତ୍ରୀ ପନମ ପାଣ୍ଡେଙ୍କର ଦେହାନ୍ତ ହୋଇନାହିଁ। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସେ ଜୀବିତ ଥିବା ବିଷୟରେ ସୂଚନା ଦେଇଛନ୍ତି।
ଶୁକ୍ରବାର ପୁନମ ପାଣ୍ଡେଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା। ତାଙ୍କର ସର୍ଭାଇକାଲ କ୍ୟାନସରରେ ମୃତ୍ୟୁ ଘଟିଥିବା କୁହାଯାଉଥିଲା। ତାଙ୍କ ପିଆର ଟିମ ପୁନମଙ୍କ ମୃତ୍ୟୁକୁ ଖବରକୁ ନିଶ୍ଚିତ କରିଥିଲେ କିନ୍ତୁ ଏହା ବ୍ୟତୀତ ଆଉ କୌଣସି ସୂଚନା ନଥିଲା। ଆଜି ଶେଷରେ ଅଭିନେତ୍ରୀଙ୍କ ମୃତ୍ୟୁ ରହସ୍ୟ ସାମ୍ନାକୁ ଆସିଛି। ଅଭିନେତ୍ରୀ ନିଜେ ଇନଷ୍ଟାରେ ଭିଡିଓ ଶେୟାର କରି ପ୍ରକାଶ କରିଛନ୍ତି ଯେ ସେ ଜୀବିତ ଅଛନ୍ତି ଏବଂ ତାଙ୍କର ଗର୍ଭାଶୟ କର୍କଟରେ ମୃତ୍ୟୁ ହୋଇନାହିଁ। ଶେଷରେ ଏହା ପ୍ରକାଶ ପାଇଛି ଯେ ପୁନମ ମୃତ ନୁହଁନ୍ତି ବରଂ ଜୀବନ୍ତ। ଏଥିସହିତ ସେ କାହିଁକି ତାଙ୍କ ମୃତ୍ୟୁର ମିଥ୍ୟା ଖବର ପ୍ରସାରଣ କରିଥିଲେ ତାହା ମଧ୍ୟ ପ୍ରକାଶ କରିଛନ୍ତି। ଭିଡିଓ ଶେୟାର କରିବା ପରେ ପୁନମ ମଧ୍ୟ ଏକ ଲମ୍ବା ନୋଟ ଲେଖିଛନ୍ତି। ଅଭିନେତ୍ରୀ ଲେଖିଛନ୍ତି, ମୁଁ ତୁମ ସମସ୍ତଙ୍କ ସହ କିଛି ଗୁରୁତ୍ୱପୂର୍ଣ୍ଣ ବାଣ୍ଟିବାକୁ ଚାହେଁ ଯେ ମୁଁ ଜୀବନ୍ତ ଅଛି। ଗର୍ଭାଶୟ କର୍କଟ ମୋତେ ମାରି ଦେଇ ନାହିଁ, କିନ୍ତୁ ଦୁଃଖର ବିଷୟ ଏହା ହଜାର ହଜାର ମହିଳାଙ୍କ ଜୀବନ ନେଇଛି। ଯାହାର ମୁକାବିଲା ପାଇଁ ଲୋକ ଅଜଣା ଥିଲେ। ଅନ୍ୟ କେତେକ କର୍କଟ ପରି, ଗର୍ଭାଶୟ କର୍କଟରୁ ପୁନରୁଦ୍ଧାର ସମ୍ଭବ। ମୁଖ୍ୟ କଥା ହେଉଛି ଏଚପିବି ଟିକା ଏବଂ ଶୀଘ୍ର ଚିହ୍ନଟ ପରୀକ୍ଷା। ଏହି ରୋଗରେ କେହି ମରନ୍ତି ନାହିଁ । ଆସନ୍ତୁ ପରସ୍ପରକୁ ଜଟିଳ ସଚେତନତା ସହିତ ସଶକ୍ତ କରିବା ଏବଂ ପଦକ୍ଷେପ ନେବାକୁ ପ୍ରତ୍ୟେକ ମହିଳାଙ୍କୁ ଅବଗତ କରାଇବା ।
The post ଜୀବିତ ଅଛନ୍ତି ପୁନମ ପାଣ୍ଡେ, ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ନିଜେ ଦେଲେ ସୂଚନା appeared first on Dharitri Odia News.