ଦିଲ୍ଲୀରୁ ଫେରିଲେ ମନମୋହନ, କହିଲେ- ଖୁବ୍ ଶୀଘ୍ର ଘୋଷଣା ହେବ ପ୍ରାର୍ଥୀ ତାଲିକା
ଭୁବନେଶ୍ଵର: ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟକୁ ନେଇ ସସପେନ୍ସ ହଟୁନି। ଦୁଇ ଦଳର ମଙ୍ଗୁଆଳ ମଧ୍ୟ ଏହା ଉପରେ ସ୍ଥିତି ସ୍ପଷ୍ଟ କରୁ ନାହାନ୍ତି। ଅନ୍ୟପଟେ ଦୁଇ ଦଳ ନିର୍ବାଚନ ତାରିଖ ଘୋଷଣା ପରେ ନିର୍ବାଚନ ପ୍ରସ୍ତୁତିରେ ଜୁଟି ଯାଇଛନ୍ତି। ଏହା ମଧ୍ୟରେ ଗୁରୁବାର ଓଡିଶା ଫେରିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ରାଜ୍ୟରେ ମେଣ୍ଟ ନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଲେନାହିଁ। କେବଳ କହିଲେ ପୂର୍ବରୁ ଅମିତ ସାହା ସୂଚନା ଦେଇଛନ୍ତି କିଛି ବି ହୋଇପାରେ। ମେଣ୍ଟ ସଂପର୍କରେ ଯାହା ହେବ ଆପଣଙ୍କୁ ଜଣାଇ ଦିଆଯିବ। ତେବେ ଓଡିଶାରେ ବିଧାନସଭା ଓ ଲୋକସଭା ପ୍ରାଥୀଙ୍କ ନାମ ଘୋଷଣା ଖୁବଶୀଘ୍ର ହେବ ବୋଲି ମନମୋହନ ସାମଲ କହିଛନ୍ତି।ଦିଲ୍ଲୀରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ମାନସ ମନ୍ଥନ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ରାଜ୍ୟ ବିଜେପି ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ସର୍ଟ ଲିଷ୍ଟ କରିବା ପରେ ମନମୋହନ ମାର୍ଚ୍ଚ ୧୮ ତାରିଖରେ ଦିଲ୍ଲୀ ଯାଇଥିଲେ। ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନକୁ ନେଇ ପ୍ରସ୍ତୁତ ସମ୍ଭାବ୍ୟ ତାଲିକାକୁ ଦିଲ୍ଲୀ ସଂସଦୀୟ ବୋର୍ଡକୁ ପ୍ରଦାନ କରିଛନ୍ତି। ସେଠାରେ କେନ୍ଦ୍ରୀୟ ସଂସଦୀୟ ବୋର୍ଡ ସହ ପ୍ରାର୍ଥୀ ତାଲିକା ଉପରେ ଆଲୋଚନା ହୋଇଛି। ଆଜି ଭୁବନେଶ୍ଵରରେ ପହଞ୍ଚିବା ପରେ ଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ମନମୋହନ ସାମଲ କହିଛନ୍ତି। ତେବେ ମେଣ୍ଟ ଉପରେ ସେ କ
ଭୁବନେଶ୍ଵର: ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟକୁ ନେଇ ସସପେନ୍ସ ହଟୁନି। ଦୁଇ ଦଳର ମଙ୍ଗୁଆଳ ମଧ୍ୟ ଏହା ଉପରେ ସ୍ଥିତି ସ୍ପଷ୍ଟ କରୁ ନାହାନ୍ତି। ଅନ୍ୟପଟେ ଦୁଇ ଦଳ ନିର୍ବାଚନ ତାରିଖ ଘୋଷଣା ପରେ ନିର୍ବାଚନ ପ୍ରସ୍ତୁତିରେ ଜୁଟି ଯାଇଛନ୍ତି। ଏହା ମଧ୍ୟରେ ଗୁରୁବାର ଓଡିଶା ଫେରିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ରାଜ୍ୟରେ ମେଣ୍ଟ ନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଲେନାହିଁ। କେବଳ କହିଲେ ପୂର୍ବରୁ ଅମିତ ସାହା ସୂଚନା ଦେଇଛନ୍ତି କିଛି ବି ହୋଇପାରେ। ମେଣ୍ଟ ସଂପର୍କରେ ଯାହା ହେବ ଆପଣଙ୍କୁ ଜଣାଇ ଦିଆଯିବ। ତେବେ ଓଡିଶାରେ ବିଧାନସଭା ଓ ଲୋକସଭା ପ୍ରାଥୀଙ୍କ ନାମ ଘୋଷଣା ଖୁବଶୀଘ୍ର ହେବ ବୋଲି ମନମୋହନ ସାମଲ କହିଛନ୍ତି।
ଦିଲ୍ଲୀରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ମାନସ ମନ୍ଥନ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ରାଜ୍ୟ ବିଜେପି ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ସର୍ଟ ଲିଷ୍ଟ କରିବା ପରେ ମନମୋହନ ମାର୍ଚ୍ଚ ୧୮ ତାରିଖରେ ଦିଲ୍ଲୀ ଯାଇଥିଲେ। ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନକୁ ନେଇ ପ୍ରସ୍ତୁତ ସମ୍ଭାବ୍ୟ ତାଲିକାକୁ ଦିଲ୍ଲୀ ସଂସଦୀୟ ବୋର୍ଡକୁ ପ୍ରଦାନ କରିଛନ୍ତି। ସେଠାରେ କେନ୍ଦ୍ରୀୟ ସଂସଦୀୟ ବୋର୍ଡ ସହ ପ୍ରାର୍ଥୀ ତାଲିକା ଉପରେ ଆଲୋଚନା ହୋଇଛି। ଆଜି ଭୁବନେଶ୍ଵରରେ ପହଞ୍ଚିବା ପରେ ଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ମନମୋହନ ସାମଲ କହିଛନ୍ତି। ତେବେ ମେଣ୍ଟ ଉପରେ ସେ କିଛି ସ୍ପଷ୍ଟ କହି ନାହାନ୍ତି।
ସେପଟେ ଛିଣ୍ଡି ପାରିଲାନି ଆସନ ଓ କ୍ଷମତା ଭାଗବଣ୍ଟା ଗଣିତ । ତେଣୁ ବିଜେଡି-ବିଜେପି ଭିତରେ ଆଉ ମେଣ୍ଟ କିମ୍ବା ଆସନ ବୁଝାମଣାର ସମ୍ଭାବନା ନାହିଁ । ଏଣିକି ଦୁଇ ଦଳ ଏକା ଏକା ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ବୋଲି କୁହାଯାଉଛି । ଉଭୟ ଦଳର ଆକ୍ଟିଭିଟି ବି ଏଭଳି ସମ୍ଭାବନାକୁ ବଳ ଦେଇଛି । ଗଲା କିଛି ଦିନ ହେଲାଣି ବିଜେଡି ତା’ର ଲୋକସଭା ନିର୍ବାଚନ ମଣ୍ଡଳୀଓ୍ବାରୀ ରଣନୀତି ଆରମ୍ଭ କରିସାରିଛି । ସେପଟେ ଦିଲ୍ଲୀରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ୍ ସହ ମିଶନ ଓଡ଼ିଶାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ରାଜ୍ୟ ବିଜେପି । ଆସନ୍ତାକାଲି ଓଡ଼ିଶାର ୨୧ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ । ଏଥିରୁ ଯାହା ଜଣାପଡ଼ୁଛି ଆଗକୁ ଜୋରଦାର ହେବ ଲଢ଼େଇ ।
ବିଜେପିର ସମ୍ଭାବ୍ୟ ଲୋକସଭା ପ୍ରାର୍ଥୀ
- ପ୍ରଦୀପ ପୁରୋହିତ, ବରଗଡ଼
- ଜୁଏଲ ଓରାମ, ସୁନ୍ଦରଗଡ଼
- ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର
- ଅନନ୍ତ ନାୟକ, କେନ୍ଦୁଝର
- ପ୍ରତାପ ଷଡ଼ଙ୍ଗୀ, ବାଲେଶ୍ବର
- ରୁଦ୍ର ନାରାୟଣ ପାଣି, ଢ଼େଙ୍କାନାଳ
- ସଙ୍ଗୀତା ସିଂହଦେଓ, ବଲାଙ୍ଗିର
- ମାଳବିକା ଦେଓ, କଳାହାଣ୍ଡି
- ବଳଭଦ୍ର ମାଝି, ନବରଙ୍ଗପୁର
- କର୍ଣ୍ଣେଲ ଶିଶିର ଘୋଷ, କନ୍ଧମାଳ
- ବିଭୁ ତରାଇ, ଜଗତସିଂହପୁର
- ସମ୍ବିତ୍ ପାତ୍ର, ପୁରୀ
- ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ଆସ୍କା
- ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର
- କାଳୀରାମ ମାଝି, କୋରାପୁଟ
- ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ବର
ଭଦ୍ରକ – ?
ଯାଜପୁର- ?
କଟକ- ?
କେନ୍ଦ୍ରାପଡ଼ା- ?
ମୟୂରଭଞ୍ଜ- ?