ହ୍ରାସ ପାଉଛି ଲଘୁ ବନଜାତ ସାମଗ୍ରୀ
ଝାରସୁଗୁଡ଼ା,୩୦।୫(ସଞ୍ଜୟ ମାଲି)ଝାରସୁଗୁଡା ଜିଲାର ମାନ୍ୟତା ପାଇବା ସମୟରେ ପାଣି, ମାଟି ଓ ମୁଖ୍ୟତ କୋଇଲାରେ ପରିପୂର୍ଣ୍ଣ ଥିଲା। ଅବାଧ ଜଙ୍ଗଲ କଟା ଯୋଗୁ ଆଗ ଭଳି ଆଉ ମୂଲ୍ୟବାନ ଗଛ ଏଠାରେ ଦେଖିବାକୁ ମିଳୁନାହିଁ। ଜଙ୍ଗଲରୁ କ୍ରମାଗତ ଭାବେ ଲଘୁ ବନଜାତ ଉତ୍ପାଦନ ହ୍ରାସ ପାଉଥିବାରୁ ଏହା ଉପରେ ନିର୍ଭର କରୁଥିବା ଲୋକେ ହତାଶ ହେଉଛନ୍ତି। ବର୍ତ୍ତମାନ ସ୍ଥିତିରେ ଯାହା ଜଙ୍ଗଲ ବଞ୍ଚତ୍ଛି, ତାହା କାଠ ମାଫିଆମାନେ କାଟି ପଦା କରି ସାରିଲେଣି। କିଛି ଅସାମାଜିକ ବ୍ୟକ୍ତିଙ୍କ […] The post ହ୍ରାସ ପାଉଛି ଲଘୁ ବନଜାତ ସାମଗ୍ରୀ appeared first on Dharitri Odia News.
ଝାରସୁଗୁଡ଼ା,୩୦।୫(ସଞ୍ଜୟ ମାଲି)ଝାରସୁଗୁଡା ଜିଲାର ମାନ୍ୟତା ପାଇବା ସମୟରେ ପାଣି, ମାଟି ଓ ମୁଖ୍ୟତ କୋଇଲାରେ ପରିପୂର୍ଣ୍ଣ ଥିଲା। ଅବାଧ ଜଙ୍ଗଲ କଟା ଯୋଗୁ ଆଗ ଭଳି ଆଉ ମୂଲ୍ୟବାନ ଗଛ ଏଠାରେ ଦେଖିବାକୁ ମିଳୁନାହିଁ। ଜଙ୍ଗଲରୁ କ୍ରମାଗତ ଭାବେ ଲଘୁ ବନଜାତ ଉତ୍ପାଦନ ହ୍ରାସ ପାଉଥିବାରୁ ଏହା ଉପରେ ନିର୍ଭର କରୁଥିବା ଲୋକେ ହତାଶ ହେଉଛନ୍ତି। ବର୍ତ୍ତମାନ ସ୍ଥିତିରେ ଯାହା ଜଙ୍ଗଲ ବଞ୍ଚତ୍ଛି, ତାହା କାଠ ମାଫିଆମାନେ କାଟି ପଦା କରି ସାରିଲେଣି। କିଛି ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ବିଭିନ୍ନ ସମୟରେ ଜଙ୍ଗଲରେ ନିଆଁ ଲଗାଇବା ଅନେକ ସମୟରେ ଦେଖିବାକୁ ମିଳେ। ଜଙ୍ଗଲ କ୍ଷୟର ଏହା ଏକ ମୁଖ୍ୟ କାରଣ। ଏହା ଦ୍ୱାରା ଆଦିବାସୀ ଓ ଗରିବ ଶ୍ରେଣୀର ଲୋକମାନେ ଜୀବିକା ହରାଉଛନ୍ତି। ଜିଲାର ୪ଟି ବ୍ଲକ ଲଖନପୁର, କିରମିରା, କୋଲାବିରା, ଲଇକେରାରେ ବାସ କରୁଥିବା ଆଦିବାସୀ ଓ ଗରିବ ଶ୍ରେଣୀର ଲୋକମାନେ ଜଙ୍ଗଲରୁ ଟୋଲ, ମହୁଲ, କେନ୍ଦୁ, ଚାର, କେନ୍ଦୁପତ୍ର, ଖଜୁରୀ, ଆମ୍ବ, ଶାଳପତ୍ର ସଂଗ୍ରହ କରିବା ସହିତ ଝାଡୁ ଣୋଚେର, ଶୁଖିଲା କାଠ ସଂଗ୍ରହ କରି ତାଙ୍କ ପରିବାର ଚଳାନ୍ତି। ବର୍ତ୍ତମାନ ଜିଲାରେ କ୍ରମାଗତ ଭାବେ ଗଢ଼ି ଉଠିଥିବା ଛୋଟ ବଡ କଳକାରଖାନା ଯାଗୁ ବ୍ୟାପକ ମାତ୍ରାରେ ପ୍ରଦୂଷଣ ହେବା ସହିତ କଳକାରଖାନାରୁ ବାହାରୁଥିବା ବିଷାକ୍ତ ପାଉଁଶ ବେଆଇନ ଭାବେ ଜିଲାର ବିଭିନ୍ନ ଜଙ୍ଗଲ କାଟି ଜଙ୍ଗଲ ମଝିରେ ପକାଉଥିବା ଦେଖିବାକୁ ମିଳିଛି। ଜଙ୍ଗଲ ବିଷାକ୍ତ ପାଉଁଶ ପଡ଼ିବା ତଥା ବାୟୁ ପ୍ରଦୂଷଣ ଯାଗୁ ଆଗଭଳି ଆଉ ଜଙ୍ଗଲରେ ଲଘୁ ବନଜାତ ସାମଗ୍ରୀ ଦେଖିବାକୁ ମିଳୁନାହିଁ। ଏହାର ସିଧାସଳଖ ପ୍ରଭା ଜିଲାର ଗରିବ ଖଟିଖିଆ ଓ ଶହ ଶହ ଆଦିବାସୀ ପରିବାର ଉପରେ ପଡୁଛି। ଜଙ୍ଗଲ କ୍ଷୟ ଯୋଗୁ ଜଙ୍ଗଲରେ ରହୁଥିବା ଜିବଜନ୍ତୁ ଉପରେ ପ୍ରଭାବ ପଡ଼ୁଛି। ଖାଦ୍ୟ ଅଭାବରୁ ଜୀବଜନ୍ତୁ ଅନେକ ସମୟରେ ସହର ମୁହଁା ହେଉଥିବା ଦେଖିବାକୁ ମିଳୁଛି। ଜଙ୍ଗଲ କଟିବା ଯୋଗୁ ବର୍ଷାର ପରିମାଣ କମୁଥିବା ବେଳେ ଗ୍ରୀଷ୍ମ ପ୍ରବାହ ବଢୁଛି। ଆଗଭଳି ଆଉ ଶୀତ ମଧ୍ୟ ହେଉନାହିଁ। ଜଙ୍ଗଲ ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ ଜନ ସଚେତନତା କରୁଥିବା ବେଳେ ଲୋକେ ସଚେତନ ହେଉନାହାନ୍ତି। ଆଗକୁ ଏଭଳି ଜଙ୍ଗଲ କ୍ଷୟ ହୁଏ ତାହା ହେଲେ ଏହାର ପ୍ରଭାବ ସିଧାସଳଖ ଲୋକଙ୍କ ଉପରେ ପଡ଼ିବ ଏଥିରେ ସନ୍ଦେହ ନାହିଁ। ଜଙ୍ଗଳ ବଞ୍ଚାଇବାକୁ ହେଲେ ସମସ୍ତେ ଏକଜୁଟ ହୋଇ ଗଛ ଲଗାଇବାର ସମୟ ଆସିଯାଇଛି, ନ ହେଲେ ଝାରସୁଗୁଡ଼ା ଜିଲାର ପରିସ୍ଥିତି ଭୟଙ୍କର ହେବ ବୋଲି ପରିବେଶବିତମାନେ କହିଛନ୍ତି।
The post ହ୍ରାସ ପାଉଛି ଲଘୁ ବନଜାତ ସାମଗ୍ରୀ appeared first on Dharitri Odia News.