ଏଭଳି ଦେଶ, ଯେଉଁଠାରେ ଦିନକ ପାଇଁ ହୁଏ ୪୦ ମିନିଟ୍ର ରାତି; କାରଣ ଜାଣିଲେ…
ଥରେ ଭାବନ୍ତୁ ତ, ଯଦି ରାତି କେବଳ ୪୦ ମିନିଟର ହେବ ତେବେ କ’ଣ ହେବ। ନିଦରେ ଶୋଇବା ପୂର୍ବରୁ ଉଠିବାକୁ ବାଧ୍ୟହେବ। ଶୁଣିବାକୁ ଅଜବ ଲାଗିଲେ ବି ନରଓ୍ବେର ହେମରଫେଷ୍ଟ ସହରରେ ଏଭଳି କିଛି ହୋଇଆସୁଛି। ଏଠାରେ ରାତି ୧୨ଟା ୪୩ରେ ସୂର୍ଯ୍ୟାସ୍ତ ହେଉଥିବା ବେଳେ ମାତ୍ର ୪୦ ମିନିଟ ପରେ ହିଁ ସୂର୍ଯ୍ୟୋଦୟ ହୋଇଥାଏ। ତେବେ ଏହା କେବଳ ଦିନକ ପାଇଁ ଘଟିଥାଏ। ୪୦ ମିନିଟ୍ର ରାତି ପଛରେ କାରଣ କ’ଣ ବୋଲି ଆପଣ […] The post ଏଭଳି ଦେଶ, ଯେଉଁଠାରେ ଦିନକ ପାଇଁ ହୁଏ ୪୦ ମିନିଟ୍ର ରାତି; କାରଣ ଜାଣିଲେ… appeared first on Dharitri Odia News.
ଥରେ ଭାବନ୍ତୁ ତ, ଯଦି ରାତି କେବଳ ୪୦ ମିନିଟର ହେବ ତେବେ କ’ଣ ହେବ। ନିଦରେ ଶୋଇବା ପୂର୍ବରୁ ଉଠିବାକୁ ବାଧ୍ୟହେବ। ଶୁଣିବାକୁ ଅଜବ ଲାଗିଲେ ବି ନରଓ୍ବେର ହେମରଫେଷ୍ଟ ସହରରେ ଏଭଳି କିଛି ହୋଇଆସୁଛି। ଏଠାରେ ରାତି ୧୨ଟା ୪୩ରେ ସୂର୍ଯ୍ୟାସ୍ତ ହେଉଥିବା ବେଳେ ମାତ୍ର ୪୦ ମିନିଟ ପରେ ହିଁ ସୂର୍ଯ୍ୟୋଦୟ ହୋଇଥାଏ। ତେବେ ଏହା କେବଳ ଦିନକ ପାଇଁ ଘଟିଥାଏ।
୪୦ ମିନିଟ୍ର ରାତି ପଛରେ କାରଣ କ’ଣ ବୋଲି ଆପଣ ଭାବୁଥିବେ। ତେବେ ଜାଣନ୍ତୁ। ନରଓ୍ବେ ଆଣ୍ଟାର୍କଟିକ୍ ସର୍କଲରେ ଅବସ୍ଥିତ। ଏହି ଦେଶରେ କମ୍ ଅବଧିର ରାତି ବର୍ଷର ମେ’ରୁ ଜୁଲାଇ ମଧ୍ୟରେ ହୋଇଥାଏ। ଏଥିଲାଗି ନରଓ୍ବେକୁ ‘ଦ ଲ୍ୟାଣ୍ଡ ଅଫ୍ ମିଡନାଇଟ୍ ସନ୍’ ବୋଲି କୁହାଯାଏ। ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟ ଏହାକୁ ଅନ୍ୟମାନଙ୍କଠାରୁ ଅଲଗା କରିଥାଏ। ଏହି ଦେଶକୁ ବିଶ୍ୱର ସବୁଠାରୁ ସୁଖୀ ଦେଶ ଆଖ୍ୟା ମିଳିଛି। ଏଠାରେ ଲୋକମାନଙ୍କ ଜୀବନଯାପନ ଶୈଳୀ ମଧ୍ୟ ବହୁତ ଉଚ୍ଚ।
ଜୁନ ୨୧ ଏବଂ ଡିସେମ୍ବର ୨୨ରେ ସୂର୍ଯ୍ୟର କିରଣ ପୃଥିବୀରର ସମାନ ଭାଗରେ ପଡ଼ି ନ ଥାଏ। କାରଣ ପୃଥିବୀ ୬୬ଡିଗ୍ରୀ କୋଣରେ ବୁଲୁଥାଏ। ଏହି କାରଣରୁ ଦିନ ଏବଂ ରାତି ସମୟରେ ଫରକ ହୋଇଥାଏ। ଜୁନ ୨୧ରେ ଏଠାରେ ୪୦ ମିନିଟ ଯାଏ ରାତି ହୋଇଥାଏ।
The post ଏଭଳି ଦେଶ, ଯେଉଁଠାରେ ଦିନକ ପାଇଁ ହୁଏ ୪୦ ମିନିଟ୍ର ରାତି; କାରଣ ଜାଣିଲେ… appeared first on Dharitri Odia News.