BCCI ବାର୍ଷିକ ପୁରସ୍କାର ଉତ୍ସବ, ଶୁବମନ ଗିଲ ଏବଂ ରବି ଶାସ୍ତ୍ରୀଙ୍କୁ ମିଳିବ ଏହି ସମ୍ମାନ

ଭାରତୀୟ କ୍ରିକେଟରଙ୍କ ପାଇଁ ଆଜିର ଦିନ ବେଶ ମହତ୍ତ୍ୱପୂର୍ଣ୍ଣ । ଆଜି ବିସିସିଆଇର ବାର୍ଷିକ ପୁରସ୍କାର ଉତ୍ସବ ହାଇଦ୍ରାବାଦରେ ଆୟୋଜିତ ହେଉଛି । ଏହି ଅବସରରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ତଥା କୋଚ୍ ରବି ଶାସ୍ତ୍ରୀଙ୍କୁ ଜୀବନ ବ୍ୟାପି ଅବଦାନ ପାଇଁ ସମ୍ମାନିତ କରାଯିବ । ସେହିଭଳି ଯୁବ ଓପ୍ନର ଶୁବମନ ଗିଲଙ୍କୁ କ୍ରିକେଟର ଅଫ୍ ଦ ଇୟର ଭାବେ ପୁରସ୍କୃତ କରିବ ବିସିସିଆଇ । ୨୦୨୩ ବର୍ଷ ପାଇଁ ଗିଲ ଏହି ପୁରସ୍କାର […] The post BCCI ବାର୍ଷିକ ପୁରସ୍କାର ଉତ୍ସବ, ଶୁବମନ ଗିଲ ଏବଂ ରବି ଶାସ୍ତ୍ରୀଙ୍କୁ ମିଳିବ ଏହି ସମ୍ମାନ appeared first on KNews Odisha.

BCCI ବାର୍ଷିକ ପୁରସ୍କାର ଉତ୍ସବ, ଶୁବମନ ଗିଲ ଏବଂ ରବି ଶାସ୍ତ୍ରୀଙ୍କୁ ମିଳିବ ଏହି ସମ୍ମାନ
bcci

ଭାରତୀୟ କ୍ରିକେଟରଙ୍କ ପାଇଁ ଆଜିର ଦିନ ବେଶ ମହତ୍ତ୍ୱପୂର୍ଣ୍ଣ । ଆଜି ବିସିସିଆଇର ବାର୍ଷିକ ପୁରସ୍କାର ଉତ୍ସବ ହାଇଦ୍ରାବାଦରେ ଆୟୋଜିତ ହେଉଛି । ଏହି ଅବସରରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ତଥା କୋଚ୍ ରବି ଶାସ୍ତ୍ରୀଙ୍କୁ ଜୀବନ ବ୍ୟାପି ଅବଦାନ ପାଇଁ ସମ୍ମାନିତ କରାଯିବ । ସେହିଭଳି ଯୁବ ଓପ୍ନର ଶୁବମନ ଗିଲଙ୍କୁ କ୍ରିକେଟର ଅଫ୍ ଦ ଇୟର ଭାବେ ପୁରସ୍କୃତ କରିବ ବିସିସିଆଇ । ୨୦୨୩ ବର୍ଷ ପାଇଁ ଗିଲ ଏହି ପୁରସ୍କାର ପାଇବେ ।

ଉତ୍ସବରେ ଇଂଲଣ୍ଡ ଟେଷ୍ଟ ସିରିଜ୍ ପାଇଁ ଘୋଷିତ ଦଳ ମଧ୍ୟ ଯୋଗ ଦେବେ । ବିସିସିଆଇ ଆଓ୍ଵାର୍ଡ ୨୦୧୯ ପରେ ପ୍ରଥମ ଥର ପାଇଁ ଆୟୋଜିତ ହେବ । ବିସିସିଆଇର କାର୍ଯ୍ୟକ୍ରମରେ ଇଂଲଣ୍ଡର ଟେଷ୍ଟ ଟିମ୍‌ ମଧ୍ୟ ସାମିଲ ରହିବ । ୨୦୨୩ ଗିଲଙ୍କ ପାଇଁ ସବୁଠାରୁ ଭଲ ରହିଥିଲା । ୨୦୨୩ରେ ଦିନିକିଆରେ ସବୁଠାରୁ ସଫଳ କ୍ରିକେଟର ଥିଲେ ଗିଲ୍‌ । ସେ ୨୦୨୩ରେ ଦିନିକିଆ ଫର୍ମାଟରେ ୫ଟି ଶତକ ମାରିଥିଲେ । ଏହାସହିତ ଦିନିକିଆରେ ୨୦୦୦ରୁ ଅଧିକ ରନ୍‌ କରିବା ରେକର୍ଡ ମଧ୍ୟ କରିଛନ୍ତି ।


ସେହିପରି ରବି ଶାସ୍ତ୍ରୀ ଏବେ କମେଣ୍ଟ୍ରି କରିବାରେ ବ୍ୟସ୍ତ ରହିଛନ୍ତି । ସେ ଭାରତୀୟ ଟିମ ପାଇଁ ୮୦ଟି ଟେଷ୍ଟ ଏବଂ ୧୫୦ଟି ଦିନିକିଆ ଖେଳିଛନ୍ତି । ରବି ଶାସ୍ତ୍ରୀ ୨୦୧୪ ଏବଂ ୨୦୧୬ ପାଇଁ ଭାରତୀୟ ଟିମର ଡାଇରେକ୍ଟର ରହିଛନ୍ତି । ଏହାପରେ ମୁଖ୍ୟ କୋଚ ଭାବେ ୨୦୨୧ ପର୍ଯ୍ୟନ୍ତ ରହିଥିଲେ ।

ସୂଚନାଯୋଗ୍ୟ, ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଥିବା ପାଞ୍ଚ ଟିକିଆ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ବିରାଟ କୋହଲି ଖେଳିବେ ନାହିଁ । ପାରିବାରିକ କାରଣରୁ ସେ ଖେଳୁ ନଥିବା କୁହାଯାଇଛି ।

The post BCCI ବାର୍ଷିକ ପୁରସ୍କାର ଉତ୍ସବ, ଶୁବମନ ଗିଲ ଏବଂ ରବି ଶାସ୍ତ୍ରୀଙ୍କୁ ମିଳିବ ଏହି ସମ୍ମାନ appeared first on KNews Odisha.