ଚାଲିଛି ବାର୍ ଆସୋସିଏସନ ନିର୍ବାଚନ: ୱାନ୍ ବାର୍, ୱାନ୍ ଭୋଟ୍’ ନିୟମରେ ହେଉଛି ମତଦାନ
ଆଜି ରାଜ୍ୟର ୧୫୬ ବାର୍ ଆସୋସିଏସନ ନିର୍ବାଚନ ଚାଲିଛି । ୩୭ ହଜାର ୨୫୩ ଜଣ ଆଇନଜୀବୀ ମତଦାନ କରୁଛନ୍ତି । ‘ୱାନ୍ ବାର୍, ୱାନ୍ ଭୋଟ୍’ ନିୟମରେ ନିର୍ବାଚନ ଚାଲିଛି । ଅର୍ଥାତ୍ ଜଣେ ଆଇନଜୀବୀ କେବଳ ଗୋଟିଏ ବାର ଆସୋସିଏସନ୍ରେ ନିଜ ମତଦାନ ସାବସ୍ତ୍ୟ କରିବେ । ସମସ୍ତ ବାର୍ରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ କୁହାଯାଇଛି । ସକାଳ ୭ଟା ୩୦ରୁ ମତଦାନ ଆରମ୍ଭ ହୋଇ […] The post ଚାଲିଛି ବାର୍ ଆସୋସିଏସନ ନିର୍ବାଚନ: ୱାନ୍ ବାର୍, ୱାନ୍ ଭୋଟ୍’ ନିୟମରେ ହେଉଛି ମତଦାନ appeared first on KNews Odisha.

ଆଜି ରାଜ୍ୟର ୧୫୬ ବାର୍ ଆସୋସିଏସନ ନିର୍ବାଚନ ଚାଲିଛି । ୩୭ ହଜାର ୨୫୩ ଜଣ ଆଇନଜୀବୀ ମତଦାନ କରୁଛନ୍ତି । ‘ୱାନ୍ ବାର୍, ୱାନ୍ ଭୋଟ୍’ ନିୟମରେ ନିର୍ବାଚନ ଚାଲିଛି । ଅର୍ଥାତ୍ ଜଣେ ଆଇନଜୀବୀ କେବଳ ଗୋଟିଏ ବାର ଆସୋସିଏସନ୍ରେ ନିଜ ମତଦାନ ସାବସ୍ତ୍ୟ କରିବେ । ସମସ୍ତ ବାର୍ରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ କୁହାଯାଇଛି । ସକାଳ ୭ଟା ୩୦ରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୩ଟା ୩୦ ଯାଏ ଚାଲିବ।
ନିର୍ବାଚନ ପରେ ଭୋଟ ଗଣତି କରାଯିବ। ବାର୍ ଆସୋସିଏସନର ସଭାପତି, ଉପସଭାପତି, ସମ୍ପାଦକ, ସହକାରୀ ସମ୍ପାଦକ, ପାଠାଗାର ସମ୍ପାଦକ ଆଦି ପଦ ପାଇଁ ନିର୍ବାଚନ ହେଉଛି। ହାଇକୋର୍ଟ ବାର୍ ଆସୋସିଏସନ, କ୍ରିମିନାଲ୍ ବାର୍ ଆସୋସିଏସନ, କଟକ ବାର୍, ଟ୍ୟାକ୍ସ ବାରରେ ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଛି ।
ଆହୁରି ପଢ଼ନ୍ତୁ : ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍
The post ଚାଲିଛି ବାର୍ ଆସୋସିଏସନ ନିର୍ବାଚନ: ୱାନ୍ ବାର୍, ୱାନ୍ ଭୋଟ୍’ ନିୟମରେ ହେଉଛି ମତଦାନ appeared first on KNews Odisha.