ଜଏଣ୍ଟ ପାର୍ଲ୍ୟାମେଣ୍ଟାରୀ କମିଟିକୁ ପଠାଯିବା ୱାକଫ ବିଲ୍, ଜାଣନ୍ତୁ ଏବେ ବିଧେୟକର ହେବ କ’ଣ?

ନୂଆଦିଲ୍ଲୀ : ୱାକଫ ବୋର୍ଡ ଆକ୍ଟରେ ପରିବର୍ତ୍ତନ ନିମନ୍ତେ ମୋଦି ସରକାର ବୁଧବାର ସଂସଦରେ ସଂଶୋଧନ ବିଧେୟକ ଉପସ୍ଥାପନା କରିଥିଲେ। ଏହି ବିଧେୟକ ଉପସ୍ଥାପିତ ହେବା ପରେ  ବିରୋଧୀ ଦଳମାନେ ସଂସଦରେ ହଟ୍ଟଗୋଳ କରିଥିବା ବେଳେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କ’ଣ ପାଇଁ ଏହି ବିଧେୟକ ଆଣିବା ଜରୁରି ପଡିଲା ସେ ନେଇ ବିସ୍ତାର ପୂର୍ବକ ଗୃହକୁ ସୂଚିତ କରିଛନ୍ତି। ଏଥିରେ ରିଜିଜୁ ବିଧେୟକ ନିମନ୍ତେ ବିପକ୍ଷଙ୍କ ସମର୍ଥନ କାମନା କରିଛନ୍ତି। ଏହି ବିଧେୟକକୁ ନେଇ ଯେବେ ଗୃହରେ ୟୁକ୍ତିତର୍କ ବଢିଲା କିରଣ ରିଜିଜୁ ଏହାକୁ ମିଳିତ ସଂସଦୀୟ କମିଟି (ଜେପିସି)କୁ ପଠାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହା ଉପରେ ବାଚସ୍ପତି ଖୁବ୍ ଶୀଘ୍ର କମିଟି ଗଠନ କରିବେ ବୋଲି କହିଛନ୍ତି। ଏଥିରେ ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସୀ ଏହାକୁ ନେଇ ଡିଭିଜନ ଦାବି କରିଛନ୍ତି। ଏଥିରେ ବାଚସ୍ପତି ଏହାକୁ ନେଇ ମତଭିବାଜନ କିପରି ହେବ ବୋଲି ପ୍ରଶ୍ନ କରିବାରୁ ଓୱେସୀ ଆମେ ପ୍ରଥମରୁ ଡିଭିଜନ ଦାବି କରିଆସୁଛୁ ବୋଲି କହିଥିଲେ। ଏଣୁ କିରେଣ ରିଜିଜୁ ଆମେ ପଳାୟନ ପନ୍ଥୀ ନୁହେଁ ବୋଲି ସଦନରେ କହିଥିଲେ। ରିଜିଜୁ ବିଧେୟକ ଉପସ୍ଥାପନ କରି ଏହାକୁ ଏଠାରେ ଗୃହୀତ କରାଇ ଦିଅନ୍ତୁ ବୋଲି କହିଥିଲେ। ଏହା ପରେ ଏଥିରେ ଯାହା ବି ସ୍କୃଟିନି ହେବା କଥା କରାଯାଉ। ଏହାକୁ ବିଲ ବନେଇ ଜେପିସିକୁ ପଠାଇ ଦିଆଯାଉ। ଏହି କମିଟିରେ ସବୁ ଦଳର ସଦସ୍ୟ ରହନ୍ତୁ, ଯାହାବି ସ୍କୃଟିନି କ

ଜଏଣ୍ଟ ପାର୍ଲ୍ୟାମେଣ୍ଟାରୀ କମିଟିକୁ ପଠାଯିବା ୱାକଫ ବିଲ୍, ଜାଣନ୍ତୁ ଏବେ ବିଧେୟକର ହେବ କ’ଣ?

ନୂଆଦିଲ୍ଲୀ : ୱାକଫ ବୋର୍ଡ ଆକ୍ଟରେ ପରିବର୍ତ୍ତନ ନିମନ୍ତେ ମୋଦି ସରକାର ବୁଧବାର ସଂସଦରେ ସଂଶୋଧନ ବିଧେୟକ ଉପସ୍ଥାପନା କରିଥିଲେ। ଏହି ବିଧେୟକ ଉପସ୍ଥାପିତ ହେବା ପରେ  ବିରୋଧୀ ଦଳମାନେ ସଂସଦରେ ହଟ୍ଟଗୋଳ କରିଥିବା ବେଳେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କ’ଣ ପାଇଁ ଏହି ବିଧେୟକ ଆଣିବା ଜରୁରି ପଡିଲା ସେ ନେଇ ବିସ୍ତାର ପୂର୍ବକ ଗୃହକୁ ସୂଚିତ କରିଛନ୍ତି। ଏଥିରେ ରିଜିଜୁ ବିଧେୟକ ନିମନ୍ତେ ବିପକ୍ଷଙ୍କ ସମର୍ଥନ କାମନା କରିଛନ୍ତି। 

ଏହି ବିଧେୟକକୁ ନେଇ ଯେବେ ଗୃହରେ ୟୁକ୍ତିତର୍କ ବଢିଲା କିରଣ ରିଜିଜୁ ଏହାକୁ ମିଳିତ ସଂସଦୀୟ କମିଟି (ଜେପିସି)କୁ ପଠାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହା ଉପରେ ବାଚସ୍ପତି ଖୁବ୍ ଶୀଘ୍ର କମିଟି ଗଠନ କରିବେ ବୋଲି କହିଛନ୍ତି। ଏଥିରେ ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସୀ ଏହାକୁ ନେଇ ଡିଭିଜନ ଦାବି କରିଛନ୍ତି। ଏଥିରେ ବାଚସ୍ପତି ଏହାକୁ ନେଇ ମତଭିବାଜନ କିପରି ହେବ ବୋଲି ପ୍ରଶ୍ନ କରିବାରୁ ଓୱେସୀ ଆମେ ପ୍ରଥମରୁ ଡିଭିଜନ ଦାବି କରିଆସୁଛୁ ବୋଲି କହିଥିଲେ। ଏଣୁ କିରେଣ ରିଜିଜୁ ଆମେ ପଳାୟନ ପନ୍ଥୀ ନୁହେଁ ବୋଲି ସଦନରେ କହିଥିଲେ। 

ରିଜିଜୁ ବିଧେୟକ ଉପସ୍ଥାପନ କରି ଏହାକୁ ଏଠାରେ ଗୃହୀତ କରାଇ ଦିଅନ୍ତୁ ବୋଲି କହିଥିଲେ। ଏହା ପରେ ଏଥିରେ ଯାହା ବି ସ୍କୃଟିନି ହେବା କଥା କରାଯାଉ। ଏହାକୁ ବିଲ ବନେଇ ଜେପିସିକୁ ପଠାଇ ଦିଆଯାଉ। ଏହି କମିଟିରେ ସବୁ ଦଳର ସଦସ୍ୟ ରହନ୍ତୁ, ଯାହାବି ସ୍କୃଟିନି କରିବାର ଅଛି ଆମେ ପ୍ରସ୍ତୁତ ଅଛୁ ବୋଲି ରିଜିଜୁ କହିଥିଲେ। ରିଜିଜୁ କହିଛନ୍ତି ଯେ ଏହି ବିଲକୁ ବିରୋଧ କରି ବିରୋଧୀ ଯାହା ବି ତର୍କ ଦେଉଛନ୍ତି ତାହା ଷ୍ଟାଣ୍ଡ କରୁ ନାହିଁ। ଏହି ବିଧେୟକରେ ସମ୍ବିଧାନର କୌଣସି ପ୍ରାବଧାନକୁ ଉଲ୍ଲଂଘନ କରାଯାଉ ନାହିଁ। ଏଥିରେ କୌଣସି ଧର୍ମର ଦଖଲ ମଧ୍ୟ ନାହିଁ। 

କାହାର ଅଧିକାର କ୍ଷୁର୍ଣ୍ଣ କରିବାକୁ ନୁହେଁ, ଯେଉଁମାନଙ୍କୁ ଦବେଇ ରଖା ଯାଇଥିଲା ସେମାନଙ୍କୁ ଜାଗା ଦେବା ପାଇଁ ଏହି ବିଧେୟକ ଅଣାଯାଇଛି। ଏ ନେଇ ରିଜିଜୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ଉଲ୍ଲେଖ ମଧ୍ୟ କରିଥିଲେ। ବିଲ୍ ଆଣିବା ପାଇଁ ଭାରତ ସରକାରଙ୍କ ଅଧିକାର ରହିଛି ଏବଂ ୱାକଫ ଆମେଡମେଣ୍ଟ ବିଲ ଇଂରେଜ ଶାସନ କାଳରୁ ଆରମ୍ଭ କରି ସ୍ୱାଧୀନତା ପର ପର୍ଯ୍ୟନ୍ତ ଅନେକ ବାର ଉପସ୍ଥାପିତ ହୋଇଥିବାର ରିଜଜୁ କହିଛନ୍ତି। ଏହି ଆକ୍ଟ ସର୍ବ ପ୍ରଥମେ ୧୯୫୪ରେ ଅଣାଯାଇଥିଲା। ଏହା ପରଠାରୁ ଏଥିରେ ଅନେକ ସଂଶୋଧନ ହେଲାଣି। 

ତେବେ ଆମେ ଯେଉଁ ସଂଶୋଧନ ଆଣିବାକୁ ଯାଉଛୁ ତାହା ୱାକଫ ଆକ୍ଟ ୧୯୫୫ର ୨୦୧୩ରେ ହୋଇଥିବା ଆମେଡମେଣ୍ଟର ଦିଆଯାଇଥିବା କ୍ଷମତା ଯୋଗୁ ଆମକୁ ଆମେଡମେଣ୍ଟ ଆଣିବାକୁ ପଡୁଛି। ଉଲ୍ଲେଖଯୋଗ୍ୟ ଯେ ସଂସଦକୁ ଏକ ଏପରି ଏଜେନ୍ସୀର ଆବଶ୍ୟକତା ପଡୁଛି ଯାହା ଉପରେ ପୁରା ଗୃହର ଆସ୍ଥା ରହୁଥିବ। ଏଥି ପାଇଁ ସଂସଦୀୟ ସମିତିମାନ ଗଠିତ ହେଉଛି। କୌଣସି ବିଲ ଅଥବା ସରକାରୀ ଗତିବିଧିରେ ଆର୍ଥିକ ଅନିୟମିତତା ମାମଲାର ତଦନ୍ତ ନିମନ୍ତେ ଜେପିସି ଗଠନ କରାଯାଇଥାଏ।