ଟ୍ରମ୍ପଙ୍କ ବିଜୟ ପରେ ଏବେ ଏଲନ ମସ୍କଙ୍କ ଉପରେ ବର୍ଷୁଛି ପଇସା, ଥରକରେ ନେଟୱର୍ଥ ୩୦୦ ବିଲିୟନ ପାର

ନୂଆଦିଲ୍ଲୀ ୧୦।୧୧:  ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିବା ପରଠାରୁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଉପରେ ପଇସା ବର୍ଷା ହେଉଛି। ଏଣୁ ତାଙ୍କ ନେଟୱର୍ଥ ଏବେ ଦିନକୁ ଦିଗୁଣା ରାତିକୁ ଚାରିଗୁଣା ବଢିବାରେ ଲାଗିଛି। ଫଳରେ ତାଙ୍କର ମୋଟ ନେଟୱର୍ଥ ୩୦୦ ବିଲିୟନ ଡଲାର ପାର କରିଯାଇଛି। ଗତ ୨୪ ଘଣ୍ଟାରେ ମସ୍କଙ୍କ ସମ୍ପତ୍ତିରେ ୧୭.୪ ବିଲିୟନ ଡଲାର ଅର୍ଥାତ ୧.୪୬ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବୃଦ୍ଧି ହୋଇଛି। ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁସାରେ ୧୭.୪ ବିଲିୟନ ଡଲାରର ତାଜା ବୃଦ୍ଧି ସହିତ ଏଲନ ମସ୍କଙ୍କ ମୋଟ ସମ୍ପତ୍ତି ୩୧୪ ବିଲିୟନ ଡଲାର ପାର କରିଯାଇଛି। ତାଙ୍କ ନେଟୱର୍ଥ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଲଗାତାର ବଢିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ପରଦିନ ଏଲନ ମସ୍କଙ୍କ ନେଟୱର୍ଥରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଅଭିବୃଦ୍ଧି ଦେଖାଯାଇଥିଲା। ଏଲନ ମସ୍କଙ୍କ ନେଟୱର୍ଥରେ ଏପରି ବୃଦ୍ଧି ପଛରେ ତାଙ୍କ ଇଲେକ୍ଟ୍ରିକ୍ କାର କମ୍ପାନୀ ଟେସ୍ଲାର ଯୋଗଦାନ ଉଲ୍ଲେଖନୀୟ ରହିଛି।ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚିତ ହେବା ପରଠାରୁ ଟେସ୍ଲା କାରର ସେୟାର ଝଡ ବେଗରେ ଦୌଡିବାରେ ଲାଗିଛି। ମାତ୍ର ୫ ଦିନରେ ସେୟାର ମୂଲ୍ୟରେ ୩୧.୪୬ ପ୍ରତିଶତ ବୃଦ୍ଧି ହେଲାଣି ଓ ଏହାର ଗୋଟିଏ ଗୋଟିଏ ସେୟାରର ମୂଲ୍ୟ ଏହି ଅବଧିରେ ୭୬.୮୮ ଡଲାର  

ଟ୍ରମ୍ପଙ୍କ ବିଜୟ ପରେ ଏବେ ଏଲନ ମସ୍କଙ୍କ ଉପରେ ବର୍ଷୁଛି ପଇସା, ଥରକରେ ନେଟୱର୍ଥ ୩୦୦ ବିଲିୟନ ପାର

ନୂଆଦିଲ୍ଲୀ ୧୦।୧୧:  ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିବା ପରଠାରୁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଉପରେ ପଇସା ବର୍ଷା ହେଉଛି। ଏଣୁ ତାଙ୍କ ନେଟୱର୍ଥ ଏବେ ଦିନକୁ ଦିଗୁଣା ରାତିକୁ ଚାରିଗୁଣା ବଢିବାରେ ଲାଗିଛି। ଫଳରେ ତାଙ୍କର ମୋଟ ନେଟୱର୍ଥ ୩୦୦ ବିଲିୟନ ଡଲାର ପାର କରିଯାଇଛି। ଗତ ୨୪ ଘଣ୍ଟାରେ ମସ୍କଙ୍କ ସମ୍ପତ୍ତିରେ ୧୭.୪ ବିଲିୟନ ଡଲାର ଅର୍ଥାତ ୧.୪୬ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବୃଦ୍ଧି ହୋଇଛି। 

ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁସାରେ ୧୭.୪ ବିଲିୟନ ଡଲାରର ତାଜା ବୃଦ୍ଧି ସହିତ ଏଲନ ମସ୍କଙ୍କ ମୋଟ ସମ୍ପତ୍ତି ୩୧୪ ବିଲିୟନ ଡଲାର ପାର କରିଯାଇଛି। ତାଙ୍କ ନେଟୱର୍ଥ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଲଗାତାର ବଢିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ପରଦିନ ଏଲନ ମସ୍କଙ୍କ ନେଟୱର୍ଥରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଅଭିବୃଦ୍ଧି ଦେଖାଯାଇଥିଲା। ଏଲନ ମସ୍କଙ୍କ ନେଟୱର୍ଥରେ ଏପରି ବୃଦ୍ଧି ପଛରେ ତାଙ୍କ ଇଲେକ୍ଟ୍ରିକ୍ କାର କମ୍ପାନୀ ଟେସ୍ଲାର ଯୋଗଦାନ ଉଲ୍ଲେଖନୀୟ ରହିଛି।

ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚିତ ହେବା ପରଠାରୁ ଟେସ୍ଲା କାରର ସେୟାର ଝଡ ବେଗରେ ଦୌଡିବାରେ ଲାଗିଛି। ମାତ୍ର ୫ ଦିନରେ ସେୟାର ମୂଲ୍ୟରେ ୩୧.୪୬ ପ୍ରତିଶତ ବୃଦ୍ଧି ହେଲାଣି ଓ ଏହାର ଗୋଟିଏ ଗୋଟିଏ ସେୟାରର ମୂଲ୍ୟ ଏହି ଅବଧିରେ ୭୬.୮୮ ଡଲାର  ଅର୍ଥାତ ପାଖାପାଖି ୬,୪୮୭ଟଙ୍କା ପର୍ଯ୍ୟନ୍ତ ବଢିଗଲାଣି। କେବଳ ଏତିକି ନୁହେଁ ଟେସ୍ଲା ଷ୍ଟକ୍ ଲମ୍ପ ମାରି ନୂଆ ଅଲଟାଇମ ହାଇ ଲେବୁଲ କୁ ବି ପହଞ୍ଚିଛି, ଯାହା ୩୨୮.୭୧ଡଲାର ପ୍ରତି ସେୟାର ରହିଛି। 

ତେବେ ପ୍ରଶ୍ନ ଉଠୁଛି ଟ୍ରମ୍ପଙ୍କ ବିଜୟ ସହ ଟେସ୍ଲା ସେୟାର ମୂଲ୍ୟରେ ଏପରି ବୃଦ୍ଧି କାହିଁକି ହେଉଛି? ଉଲ୍ଲେଖଯୋଗ୍ୟ ଯେ ଏଥିରେ ଚୀନ୍‌ ବି ସାମିଲ ରହିଛି। ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ଚୀନ୍‌ ଉପରେ ଅନେକ ପ୍ରକାର କଟକଣା ଲଗାଇଥିଲେ। ଏଥିରେ ଲୋକେ ଏବେ ଏହି ଆଶା କରୁଛନ୍ତି ଏଥର ଟ୍ରମ୍ପ ସେଲ୍ଫ-ଡ୍ରାଇଭିଂ ଚାଇନିଜ୍ ଇଲେକ୍ଟ୍ରିକ ଭେଇକ୍ଲରେ ବ୍ୟାନ ଲଗାଇବା ଭଳି କୌଣସି ନିଷ୍ପତ୍ତି ନେଇ ପାରନ୍ତି। ଯଦି ଏପରି କିଛି ହୁଏ ତେବେ ଟ୍ରମ୍ପଙ୍କ ଇଲେକ୍ଟ୍ରିକ ଭେଇକ୍ଲ କାରବାର ଦିନକୁ ଦୁଇଗୁଣା ହାରରେ ବୃଦ୍ଧି ପାଇବାରେ ଲାଗିବ। ଏହି ସମ୍ଭାବନାକୁ ନେଇ ଟ୍ରମ୍ପଙ୍କ ବିଜୟ ପରେ ଲୋକେ ଟେସ୍ଲା ସେୟାରରେ ବାଜି ଲଗାଉଛନ୍ତି। 

ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଉପରେ ନଜର ପକାଇଲେ ଗତ ୨୪ ଘଣ୍ଟାରେ ଏଲନ ମସ୍କଙ୍କ ସମେତ ଯେଉଁ ବିଲେନିୟରଙ୍କୁ ଫାଇଦା ହୋଇଛି ସେତିରେ ଲ୍ୟାରି ଏଲିସନ ମଧ୍ୟ ଅଛନ୍ତି। ଲ୍ୟାରୀଙ୍କ ନେଟୱର୍ଥ ୩.୮୦ ବିଲିୟନ ଡଲାର ଅର୍ଥାତ ପାଖାପାଖି ୩୨,୦୬୫ କୋଟି ଟଙ୍କା ବଢି ଯାଇଛି। ଏହି ଅଭିବୃଦ୍ଧି ସହିତ ଲ୍ୟାରି ଏଲିସନଙ୍କ ମୋଟ ସମ୍ପତ୍ତି ୨୦୨ ବିଲିୟନ ଡଲାର ହୋଇଯାଇଛି ଓ ସେ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତିରେ ପରିଣତ ହୋଇଛନ୍ତି। ଏହା ଛଡା ବିଲଗେଟସଙ୍କ ନେଟୱର୍ଥରେ ୫୬୧ ମିଲିୟନ ଡଲାର ଏବଂ ୱାରେନ ବଫେଙ୍କ ସମ୍ପତ୍ତିରେ ୧.୫୯ ବିଲିୟନ ଡଲାର ବୃଦ୍ଧି ହୋଇଛି।