ରିଙ୍କୁ ସିଂହ ଓ ପ୍ରିୟା ସରୋଜଙ୍କ ମଧ୍ୟରେ କିଏ ଅଧିକ ଧନୀ...ଜାଣନ୍ତୁ କାହା ପାଖରେ କେତେ ସମ୍ପତ୍ତି
ନୂଆଦିଲ୍ଲୀ: କ୍ରିକେଟର ରିଙ୍କୁ ସିଂହ ଓ ଉତ୍ତର ପ୍ରଦେଶର ମଛଲୀସହରରୁ ସାଂସଦ ପ୍ରିୟା ସରୋଜଙ୍କ ନିର୍ବନ୍ଧ ହୋଇଛି । ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଯୋଗ ଦେଇଥିଲେ । ରିଙ୍କୁ ସିଂହ ନିଜ କ୍ରିକେଟରେ ସଭିଙ୍କୁ ପ୍ରଭାବିତ କୁରଥିବା ବେଳେ ପ୍ରିୟା ସରୋଜ ରାଜନୀତିରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ପ୍ରିୟା ସରୋଜ ପ୍ରଥମ ଥର ୨୦୨୪ରେ ମଛଲୀସହର ଲୋକସଭା ଆସନରୁ ଜିତି ୨୫ ବର୍ଷ ବୟସରେ ସାଂସଦ ହୋଇଥିଲେ । ଦୁହେଁ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ । ତେବେ ଦୁହିଁଙ୍କ ଆୟରେ ଆକାଶ ପାତାଳର ବ୍ୟବଧାନ ରହିଛି ।ରିଙ୍କୁ ସିଂହଙ୍କ ପାଇଁ ୨୦୨୪ ଅନେକ ପରିବର୍ତ୍ତନ ଆଣିଥିଲା । ଏହି ବର୍ଷ ସେ ନିଜ ତାଙ୍କ ବାନ୍ଧବୀ ତଥା ସାଂସଦ ପ୍ରିୟା ସରୋଜଙ୍କୁ ଭେଟିଥିଲେ । ଅନ୍ୟପଟେ ମେଗା ଅକ୍ସନରେ କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ବାର୍ଷିକ ୧୩ କୋଟି ଟଙ୍କାରେ ରିଟେନ୍ କରିଥିଲା । ଏହା ପୂର୍ବରୁ ରିଙ୍କୁ ସିଂହ ୨୦୨୨ରୁ ୨୦୨୪ ଯାଏ ବାର୍ଷିକ କେବଳ ୫୫ ଲକ୍ଷ ଟଙ୍କା ଫି’ ପାଉଥିଲେ, କିନ୍ତୁ ମେଗା ନିଲାମୀ ପରେ ରିଙ୍କୁ ସିଂହଙ୍କ ସମ୍ପତ୍ତି ପ୍ରାୟ ୭ କୋଟି ଟଙ୍କାରୁ ବଢି ବାର୍ଷିକ ୧୮ କୋଟି ଟଙ୍କା ହୋଇଛି । ଏଥିରେ ରିଙ୍କୁ ପ୍ରତିମାସ ଆୟ ବି ଦୁଇ ଗୁଣା ବୃଦ୍ଧି ପାଇଛି ।ଚଳିତ ବର୍ଷ ବିସିସିଆଇ ରିଙ୍କୁ ସିଂହଙ୍କୁ ସି କ୍ୟାଟେଗୋରୀରେ ରଖିଛି । ଏହା ଅନୁସାରେ ତାଙ୍କୁ ୧ କୋଟି ଟଙ୍କା ଫି’ ମିଳିବ । ଏହା ଅନୁସାରେ
ନୂଆଦିଲ୍ଲୀ: କ୍ରିକେଟର ରିଙ୍କୁ ସିଂହ ଓ ଉତ୍ତର ପ୍ରଦେଶର ମଛଲୀସହରରୁ ସାଂସଦ ପ୍ରିୟା ସରୋଜଙ୍କ ନିର୍ବନ୍ଧ ହୋଇଛି । ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଯୋଗ ଦେଇଥିଲେ । ରିଙ୍କୁ ସିଂହ ନିଜ କ୍ରିକେଟରେ ସଭିଙ୍କୁ ପ୍ରଭାବିତ କୁରଥିବା ବେଳେ ପ୍ରିୟା ସରୋଜ ରାଜନୀତିରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ପ୍ରିୟା ସରୋଜ ପ୍ରଥମ ଥର ୨୦୨୪ରେ ମଛଲୀସହର ଲୋକସଭା ଆସନରୁ ଜିତି ୨୫ ବର୍ଷ ବୟସରେ ସାଂସଦ ହୋଇଥିଲେ । ଦୁହେଁ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ । ତେବେ ଦୁହିଁଙ୍କ ଆୟରେ ଆକାଶ ପାତାଳର ବ୍ୟବଧାନ ରହିଛି ।
ରିଙ୍କୁ ସିଂହଙ୍କ ପାଇଁ ୨୦୨୪ ଅନେକ ପରିବର୍ତ୍ତନ ଆଣିଥିଲା । ଏହି ବର୍ଷ ସେ ନିଜ ତାଙ୍କ ବାନ୍ଧବୀ ତଥା ସାଂସଦ ପ୍ରିୟା ସରୋଜଙ୍କୁ ଭେଟିଥିଲେ । ଅନ୍ୟପଟେ ମେଗା ଅକ୍ସନରେ କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ବାର୍ଷିକ ୧୩ କୋଟି ଟଙ୍କାରେ ରିଟେନ୍ କରିଥିଲା । ଏହା ପୂର୍ବରୁ ରିଙ୍କୁ ସିଂହ ୨୦୨୨ରୁ ୨୦୨୪ ଯାଏ ବାର୍ଷିକ କେବଳ ୫୫ ଲକ୍ଷ ଟଙ୍କା ଫି’ ପାଉଥିଲେ, କିନ୍ତୁ ମେଗା ନିଲାମୀ ପରେ ରିଙ୍କୁ ସିଂହଙ୍କ ସମ୍ପତ୍ତି ପ୍ରାୟ ୭ କୋଟି ଟଙ୍କାରୁ ବଢି ବାର୍ଷିକ ୧୮ କୋଟି ଟଙ୍କା ହୋଇଛି । ଏଥିରେ ରିଙ୍କୁ ପ୍ରତିମାସ ଆୟ ବି ଦୁଇ ଗୁଣା ବୃଦ୍ଧି ପାଇଛି ।

ଚଳିତ ବର୍ଷ ବିସିସିଆଇ ରିଙ୍କୁ ସିଂହଙ୍କୁ ସି କ୍ୟାଟେଗୋରୀରେ ରଖିଛି । ଏହା ଅନୁସାରେ ତାଙ୍କୁ ୧ କୋଟି ଟଙ୍କା ଫି’ ମିଳିବ । ଏହା ଅନୁସାରେ ତାଙ୍କ ମାସିକ ଆୟ ୮ ଲକ୍ଷ ଟଙ୍କାରୁ ଅଧିକ । ସେହିପରି ରିଙ୍କୁ ସିଂହ ଅନେକ ବଡ଼ କମ୍ପାନି ପାଇଁ ବିଜ୍ଞାପନ ମଧ୍ୟ କରନ୍ତି । ସେ ଏମଆରଏଫ୍ ସମେତ ପାଞ୍ଚ ବଡ଼ କମ୍ପାନି ସହ ଅନୁବନ୍ଧିତ ଅଛନ୍ତି । ଏଥି ତାଙ୍କୁ ବାର୍ଷିକ ପ୍ରାୟ ୫୦-୬୦ ଲକ୍ଷ ଟଙ୍କା ଫି’ ମିଳୁଛି । ଅର୍ଥାତ୍ ବିଜ୍ଞାପନରୁ ବାର୍ଷିକ ପ୍ରାୟ ତିନି କୋଟି ଟଙ୍କାର ଆୟ କରନ୍ତି । ମୋଟ ଉପରେ ସମସ୍ତ ଉତ୍ସରୁ ରିଙ୍କୁ ସିଂହଙ୍କ ଆୟ ବର୍ତ୍ତମାନ ୧୮ କୋଟି ଟଙ୍କା ରହିଛି । ଗତ ବର୍ଷ ସେ ୩ କୋଟି ଟଙ୍କାରେ ଏକ ବିରାଟ ଘର, ୩ ଏକର ଚାଷ ଜମି ଓ କିଛି ଗାଡ଼ି କିଣିଥିଲେ ।
ରିଙ୍କୁ ସିଂହଙ୍କ ଆୟ ଆଗରେ ପ୍ରିୟା ସରୋଜଙ୍କ ଆୟ ବହୁତ କମ । ସମାଜବାଦୀ ପାର୍ଟି ସାଂସଦଙ୍କ ମୋଟ ସମ୍ପତ୍ତି ୧୧.୨୫ ଲକ୍ଷ ଟଙ୍କା । ତାଙ୍କ ପାଖରେ କୌଣସି ଘର କିମ୍ୱା କାର୍ ନାହିଁ । ତାଙ୍କ ପାଖରେ କେବଳ ୫ ଗ୍ରାମ ସୁନା ରହିଛି । ତେବେ ପ୍ରିୟାଙ୍କ ବାପା ତୁଫାନୀ ସରୋଜଙ୍କ ମୋଟ ସମ୍ପତ୍ତି ୬.୫୫ କୋଟି ଟଙ୍କା ।