ଜାମିନ ମିଆଦ ବଢ଼ାଇବା ପାଇଁ ସୁପ୍ରିମକୋର୍ଟ ଗଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୨୮ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ଅନ୍ତରୀଣ ଜାମିନ ମିଆଦକୁ ୭ ଦିନ ବଢ଼ାଇବା ନିମନ୍ତେ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପିଇଟି-ସିଟି ସ୍କାନ୍ ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ତାଙ୍କୁ ଅଧିକ ସମୟ ଆବଶ୍ୟକ ବୋଲି କେଜ୍ରିଓ୍ବାଲ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ କେଜ୍ରିଓ୍ବାଲଙ୍କୁ ଇଡି ଗିରଫ କରିଥିଲା। ଲୋକ ସଭା ନିର୍ବାଚନରେ ପ୍ରଚାର ପାଇଁ ସୁଯୋଗ ଦେବା ନିମନ୍ତେ ମେ’ […] The post ଜାମିନ ମିଆଦ ବଢ଼ାଇବା ପାଇଁ ସୁପ୍ରିମକୋର୍ଟ ଗଲେ କେଜ୍ରିଓ୍ବାଲ appeared first on Dharitri Odia News.
ନୂଆଦିଲ୍ଲୀ,୨୮ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ଅନ୍ତରୀଣ ଜାମିନ ମିଆଦକୁ ୭ ଦିନ ବଢ଼ାଇବା ନିମନ୍ତେ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପିଇଟି-ସିଟି ସ୍କାନ୍ ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ତାଙ୍କୁ ଅଧିକ ସମୟ ଆବଶ୍ୟକ ବୋଲି କେଜ୍ରିଓ୍ବାଲ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ କେଜ୍ରିଓ୍ବାଲଙ୍କୁ ଇଡି ଗିରଫ କରିଥିଲା। ଲୋକ ସଭା ନିର୍ବାଚନରେ ପ୍ରଚାର ପାଇଁ ସୁଯୋଗ ଦେବା ନିମନ୍ତେ ମେ’ ୧୦ରେ ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଜୁନ୍ ୧ରେ ନିର୍ବାଚନ ଶେଷ ହେବା ପରେ ୨ ତାରିଖରେ ଜେଲରେ ଆତ୍ମସମର୍ପଣ କରିବା ନିମନ୍ତେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। କେଜ୍ରିଓ୍ବାଲ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ, ଗିରଫ ପରେ ସେ ୭ କେଜି ଓଜନ ହରାଇଛନ୍ତି। ତାଙ୍କ କେଟୋନ୍ ସ୍ତର ବହୁତ ଅଧିକ ରହିଛି, ଯାହା ଗୁରୁତର ରୋଗର ଲକ୍ଷଣ।
The post ଜାମିନ ମିଆଦ ବଢ଼ାଇବା ପାଇଁ ସୁପ୍ରିମକୋର୍ଟ ଗଲେ କେଜ୍ରିଓ୍ବାଲ appeared first on Dharitri Odia News.