ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ । ଆସନ୍ତାକାଲି ସକାଳ 5 ଟା ରୁ 2 ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିବା ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ବାଲେଶ୍ଵରରେ କର୍ଫ୍ୟୁ ପୌରପାଳିକା ଓ 3ଟି ଥାନା ମଧ୍ୟରେ ଲାଗିଥିଲା । ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଆସନ୍ତାକାଲି ଠାରୁ କର୍ଫ୍ୟୁ ହଟିବ । ଟାଉନ ଥାନା ଓ ସହଦେବ ଖୁଣ୍ଟା ଅଞ୍ଚଳରେ କେବଳ କର୍ଫ୍ୟୁ […] The post ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ appeared first on KNews Odisha.

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ
bls

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ । ଆସନ୍ତାକାଲି ସକାଳ 5 ଟା ରୁ 2 ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିବା ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ବାଲେଶ୍ଵରରେ କର୍ଫ୍ୟୁ ପୌରପାଳିକା ଓ 3ଟି ଥାନା ମଧ୍ୟରେ ଲାଗିଥିଲା । ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଆସନ୍ତାକାଲି ଠାରୁ କର୍ଫ୍ୟୁ ହଟିବ । ଟାଉନ ଥାନା ଓ ସହଦେବ ଖୁଣ୍ଟା ଅଞ୍ଚଳରେ କେବଳ କର୍ଫ୍ୟୁ ବଳବତ୍ତର ରହିବ ଓ ଦିନ 2 ଟା ପରେ ପୁଣି କଡାକଡି ହେବ । ଲିଜ ଲାଇନ୍ ଭଲରେ ଚାଲିଛି ।

ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet କୋହଳ ହେବ ।  ଆମେ ପରିସ୍ଥିତି ସଂପୂର୍ଣ୍ଣ ଭାବରେ ସ୍ୱଭାବିକ କରିବାକୁ ଚେଷ୍ଟା କରୁଛୁ । ବର୍ତ୍ତମାନ କିଛି ଗୁଜବ ପ୍ରଚାର ଚାଲିଛି । ତାହା ସଂପୂର୍ଣ୍ଣ ମିଛ । ବାଲେଶ୍ଵର ସହରବାସୀ ତାକୁ ବିଶ୍ୱାସକୁ ନିଅନ୍ତୁ ନାହିଁ । ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କ ସହ ଯୋଗାଯୋଗରେ ଅଛି । ବର୍ତ୍ତମାନ  ସୁଦ୍ଧା 65 ଜଣଙ୍କୁ ଗିରଫ କରାଯାଇଛି । ଶାନ୍ତି ପ୍ରତିଷ୍ଠା ପାଇଁ ଆମେ ପ୍ରତିଷ୍ଠିତ ଲୋକଙ୍କ ସହ ଯୋଗାଯୋଗରେ ଅଛୁ। ବାଲେଶ୍ଵର ପୌରପାଳିକାରେ ଆସନ୍ତାକାଲି ସ୍କୁଲ ବନ୍ଦ ରଖୁଛୁ। କ୍ଷୀର ଓ ମେଡିସିନ ଦୋକାନ ଖୋଲା ଅଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କହିଛନ୍ତି ।

The post ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ appeared first on KNews Odisha.