ପ୍ରଧାନମନ୍ତ୍ରୀଙ୍କୁ ବଡ଼ ଝଟ୍‌କା, ପଦରୁ ହଟାଇଦେଲେ କୋର୍ଟ

ନୂଆଦିଲ୍ଲୀ, ୧୪।୦୮: ବାଂଲାଦେଶ ପରେ ଥାଇଲାଣ୍ଡର ରାଜନୀତି ଏବେ ହଲଚଲ୍‌ ହୋଇଛି । ପ୍ରଧାନମନ୍ତ୍ରୀ ପଦରୁ ତାଙ୍କ ପଦରୁ ହଟାଇଛନ୍ତି ଥାଇଲାଣ୍ଡ ସାମ଼୍ବିଧାନିକ କୋର୍ଟ । ଏକ ନୈତିକତା ମାମଲାର ଶୁଣାଣି କରି କୋର୍ଟ ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନ୍‌ ପଦ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ଥାଇଲାଣ୍ଡ ରାଜନୀତି ସରଗରମ ହୋଇଛି । ଜଜ୍‌ ଏନେଇ କହିଛନ୍ତି ଯେ ଶ୍ରେଥା ଥାଭିସିନ୍‌ ତାଙ୍କ ମନ୍ତ୍ରିମଣ୍ଡଳରେ ଜଣେ ଅପରାଧୀ ଓକିଲଙ୍କୁ ନିଯୁକ୍ତ କରି ନିୟମର ଉଲଂଘନ […] The post ପ୍ରଧାନମନ୍ତ୍ରୀଙ୍କୁ ବଡ଼ ଝଟ୍‌କା, ପଦରୁ ହଟାଇଦେଲେ କୋର୍ଟ appeared first on Dharitri Odia News.

ପ୍ରଧାନମନ୍ତ୍ରୀଙ୍କୁ ବଡ଼ ଝଟ୍‌କା, ପଦରୁ ହଟାଇଦେଲେ କୋର୍ଟ

ନୂଆଦିଲ୍ଲୀ, ୧୪।୦୮: ବାଂଲାଦେଶ ପରେ ଥାଇଲାଣ୍ଡର ରାଜନୀତି ଏବେ ହଲଚଲ୍‌ ହୋଇଛି । ପ୍ରଧାନମନ୍ତ୍ରୀ ପଦରୁ ତାଙ୍କ ପଦରୁ ହଟାଇଛନ୍ତି ଥାଇଲାଣ୍ଡ ସାମ଼୍ବିଧାନିକ କୋର୍ଟ । ଏକ ନୈତିକତା ମାମଲାର ଶୁଣାଣି କରି କୋର୍ଟ ପ୍ରଧାନମନ୍ତ୍ରୀ ଶ୍ରେଥା ଥାଭିସିନ୍‌ ପଦ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ଥାଇଲାଣ୍ଡ ରାଜନୀତି ସରଗରମ ହୋଇଛି । ଜଜ୍‌ ଏନେଇ କହିଛନ୍ତି ଯେ ଶ୍ରେଥା ଥାଭିସିନ୍‌ ତାଙ୍କ ମନ୍ତ୍ରିମଣ୍ଡଳରେ ଜଣେ ଅପରାଧୀ ଓକିଲଙ୍କୁ ନିଯୁକ୍ତ କରି ନିୟମର ଉଲଂଘନ କରିଛନ୍ତି । ଥାଇଲାଣ୍ଡର ପୂର୍ବ ସରକାରଙ୍କ ଦ଼୍ବାରା ନିଯୁକ୍ତ ପୂର୍ବତନ ସାଂସଦ ସମୂହଙ୍କ ଦ଼୍ବାରା ଏହି ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଥାଉକି, ଏହାର ଏକ ସପ୍ତାହ ପୂର୍ବରୁ କୋର୍ଟ ମୁଖ୍ୟ ବିରୋଧୀ ଦଳକୁ ଭଙ୍ଗ କରିଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଥାଇଲାଣ୍ଡ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି। ଜଣେ କ୍ୟାବିନେଟ ସଦସ୍ୟଙ୍କ ନିଯୁକ୍ତିକୁ ନେଇ ସାମ୍ବିଧାନିକ ଖଣ୍ଡପୀଠ ଶ୍ରେଥାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ ନହେବା ପର୍ଯ୍ୟନ୍ତ କ୍ୟାବିନେଟର ତତ୍ତ୍ୱାବଧାନରେ ସଂସଦ ଚାଲୁରହିବ। ପ୍ରଧାନମନ୍ତ୍ରୀ ପଦବୀରେ ନିଯୁକ୍ତି ପାଇଁ ସଂସଦକୁ କୌଣସି ସମୟ ସୀମା ଦିଆଯାଇ ନାହିଁ।

The post ପ୍ରଧାନମନ୍ତ୍ରୀଙ୍କୁ ବଡ଼ ଝଟ୍‌କା, ପଦରୁ ହଟାଇଦେଲେ କୋର୍ଟ appeared first on Dharitri Odia News.