୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା
ପଦ୍ମପୁର,୧୫ା୧(ପ୍ରଦୀପ୍ତ ଦାଶ ): ଜିଲା ଗଠନ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକତ୍ୱରେ ମଙ୍ଗଳବାର ପଦ୍ମପୁର ବନ୍ଦ ଡାକରାକୁ ସଫଳ କରିବା ପାଇଁ ସ୍ଥାନୀୟ ଟାଉନ ହଲ୍ଠାରେ ଏକ ପ୍ରସ୍ତୁତି ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ଏଥିରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ଆଇନଜୀବୀ ସନ୍ତୋଷ କୁମାର ଶତପଥୀ, ସଂପାଦକ ଚିନ୍ମୟ କୁମାର ପଣ୍ଡା ଓ ସଂଯୋଜକ ଅଜିତ କୁମାର ଶତପଥୀ ଉପସ୍ଥିତ ଥିଲେ। ପଦ୍ମପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା […] The post ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା appeared first on Dharitri Odia News.
ପଦ୍ମପୁର,୧୫ା୧(ପ୍ରଦୀପ୍ତ ଦାଶ ): ଜିଲା ଗଠନ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକତ୍ୱରେ ମଙ୍ଗଳବାର ପଦ୍ମପୁର ବନ୍ଦ ଡାକରାକୁ ସଫଳ କରିବା ପାଇଁ ସ୍ଥାନୀୟ ଟାଉନ ହଲ୍ଠାରେ ଏକ ପ୍ରସ୍ତୁତି ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ଏଥିରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ଆଇନଜୀବୀ ସନ୍ତୋଷ କୁମାର ଶତପଥୀ, ସଂପାଦକ ଚିନ୍ମୟ କୁମାର ପଣ୍ଡା ଓ ସଂଯୋଜକ ଅଜିତ କୁମାର ଶତପଥୀ ଉପସ୍ଥିତ ଥିଲେ।
ପଦ୍ମପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ପଦ୍ମପୁରକୁ ସ୍ବତନ୍ତ୍ର ଜିଲାର ମାନ୍ୟତା ଦେବାକୁ ଘୋଷଣା କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ତାହା ହୋଇପାରିଲା ନାହିଁ। ତେଣୁ ଏହାର ପ୍ରତିବାଦରେ ଅଞ୍ଚଳବାସୀ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରିବେ। ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ। ସମସ୍ତ ଯାନବାହାନ, ଦୋକାନବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ସ୍କୁଲ କଲେଜ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଅନୁରୋଧ କରିଛି।
The post ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା appeared first on Dharitri Odia News.