Uber ବୁକ୍ କରିବା ପଡିଲା ମହଙ୍ଗା, ୭.୫ କୋଟିର ବିଲ୍ ପଠାଇଲା କମ୍ପାନୀ

ମୁମ୍ଵାଇ ୦୧।୦୪: ନୋଏଡାର ଜଣେ ବ୍ୟକ୍ତିଙ୍କ ନିକଟକୁ ଅଟୋ ଭଡ଼ା  ବାବଦକୁ ଆସିଛି ସାଢ଼େ ୭ କୋଟିରୁ ଅଧିକ ଟଙ୍କାର  ବିଲ୍‌ । ଉବର କମ୍ପାନୀ ପକ୍ଷରୁ ଦୀପକ ତେଙ୍ଗୁରିଆ  ଏକ ଅଟୋ ଭଡ଼ା ବାବଦ ୬୨ ଟଙ୍କା ବଦଳରେ ୭.୬୬  କୋଟି ଟଙ୍କାର ବିଲ୍‌ ପାଇଛନ୍ତି । ଏଥିଯୋଗୁ ଦୀପକଙ୍କ  ସମେତ ସମ୍ପୃକ୍ତ ଅଟୋ ଚାଳକ ଏବଂ କମ୍ପାନୀ ମଧ୍ୟ ଚକିତ  ହୋଇଯାଇଥିଲେ । ଏ ନେଇ ଦୀପକଙ୍କ ସାଙ୍ଗ ଆଶିଷ ମିଶ୍ର  ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ଦୁଇ  ବନ୍ଧୁ ଉକ୍ତ ଭଡ଼ା ବାବଦରେ କଥା ହେଉଥିବା ଦେଖିବାକୁ  ମିଳିଛି । ପୋଷ୍ଟର କ୍ୟାପ୍‌ସନରେ ଲେଖାଯାଇଛି,  ‘ସକାଳୁ ସକାଳୁ ଉବର କମ୍ପାନୀ ଦୀପକଙ୍କୁ ଏତେ ଧନୀ  କରିଦେଇଛି ଯେ ସେ ଉବରର ଏକ ଶାଖା କିଣିବାକୁ  ବିଚାର କରୁଛନ୍ତି । ସବୁଠୁ ମଜାଦାର କଥା ହେଲା ଉକ୍ତ  ଟ୍ରିପ୍‌ ଏ ପର୍ଯ୍ୟନ୍ତ ବାତିଲ ମଧ୍ୟ ହୋଇନାହିଁ । ୬୨ ଟଙ୍କାର  ଅଟୋ ବୁକ୍‌ କରି ତୁରନ୍ତ କୋଟିପତି ଋଣୀ ବନନ୍ତୁ’ ।   ଦୀପକ ତାଙ୍କ ଫୋନ୍‌ ସ୍କ୍ରିନ୍‌କୁ କ୍ୟାମେରାରେ  ଦେଖାଇଛନ୍ତି । ଏଥିରେ ଦେଖାଯାଇଛି ଯେ, ଟ୍ରିପ୍‌ ପାଇଁ  ତାଙ୍କୁ ୧ କୋଟି ୬୭ ଲକ୍ଷ ୭୪ ହଜାର ୬୪୭ ଟଙ୍କା ବିଲ୍‌ ଆସିଛି । ଅତିରିକ୍ତ ଭାବେ ପ୍ରତୀକ୍ଷା ସମୟ ପାଇଁ ତାଙ୍କୁ  ୫ କୋଟି ୯୯ ଲକ୍ଷ ୯ ହଜାର ୮୯ ଟଙ୍କା ବିଲ୍‌ ମିଳିଛି।  ଏଥିରେ ତାଙ୍କୁ ୭୫ ଟଙ୍କା ପ୍ରମୋସନାଲ ଡିସ୍‌କାଉଣ୍ଟ  ଦିଆଯାଇଛି । ଦୀପକ ମଜାରେ କହିଛନ୍ତି, ଏହା ପୂର୍ବରୁ  ସେ କେବେ ଏତେ ମାତ୍ରାର

Uber ବୁକ୍ କରିବା ପଡିଲା ମହଙ୍ଗା, ୭.୫ କୋଟିର ବିଲ୍ ପଠାଇଲା କମ୍ପାନୀ

ମୁମ୍ଵାଇ ୦୧।୦୪: ନୋଏଡାର ଜଣେ ବ୍ୟକ୍ତିଙ୍କ ନିକଟକୁ ଅଟୋ ଭଡ଼ା  ବାବଦକୁ ଆସିଛି ସାଢ଼େ ୭ କୋଟିରୁ ଅଧିକ ଟଙ୍କାର  ବିଲ୍‌ । ଉବର କମ୍ପାନୀ ପକ୍ଷରୁ ଦୀପକ ତେଙ୍ଗୁରିଆ  ଏକ ଅଟୋ ଭଡ଼ା ବାବଦ ୬୨ ଟଙ୍କା ବଦଳରେ ୭.୬୬  କୋଟି ଟଙ୍କାର ବିଲ୍‌ ପାଇଛନ୍ତି । ଏଥିଯୋଗୁ ଦୀପକଙ୍କ  ସମେତ ସମ୍ପୃକ୍ତ ଅଟୋ ଚାଳକ ଏବଂ କମ୍ପାନୀ ମଧ୍ୟ ଚକିତ  ହୋଇଯାଇଥିଲେ । ଏ ନେଇ ଦୀପକଙ୍କ ସାଙ୍ଗ ଆଶିଷ ମିଶ୍ର  ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ଦୁଇ  ବନ୍ଧୁ ଉକ୍ତ ଭଡ଼ା ବାବଦରେ କଥା ହେଉଥିବା ଦେଖିବାକୁ  ମିଳିଛି । 

ପୋଷ୍ଟର କ୍ୟାପ୍‌ସନରେ ଲେଖାଯାଇଛି,  ‘ସକାଳୁ ସକାଳୁ ଉବର କମ୍ପାନୀ ଦୀପକଙ୍କୁ ଏତେ ଧନୀ  କରିଦେଇଛି ଯେ ସେ ଉବରର ଏକ ଶାଖା କିଣିବାକୁ  ବିଚାର କରୁଛନ୍ତି । ସବୁଠୁ ମଜାଦାର କଥା ହେଲା ଉକ୍ତ  ଟ୍ରିପ୍‌ ଏ ପର୍ଯ୍ୟନ୍ତ ବାତିଲ ମଧ୍ୟ ହୋଇନାହିଁ । ୬୨ ଟଙ୍କାର  ଅଟୋ ବୁକ୍‌ କରି ତୁରନ୍ତ କୋଟିପତି ଋଣୀ ବନନ୍ତୁ’ ।   ଦୀପକ ତାଙ୍କ ଫୋନ୍‌ ସ୍କ୍ରିନ୍‌କୁ କ୍ୟାମେରାରେ  ଦେଖାଇଛନ୍ତି । ଏଥିରେ ଦେଖାଯାଇଛି ଯେ, ଟ୍ରିପ୍‌ ପାଇଁ  ତାଙ୍କୁ ୧ କୋଟି ୬୭ ଲକ୍ଷ ୭୪ ହଜାର ୬୪୭ ଟଙ୍କା ବିଲ୍‌ ଆସିଛି । ଅତିରିକ୍ତ ଭାବେ ପ୍ରତୀକ୍ଷା ସମୟ ପାଇଁ ତାଙ୍କୁ  ୫ କୋଟି ୯୯ ଲକ୍ଷ ୯ ହଜାର ୮୯ ଟଙ୍କା ବିଲ୍‌ ମିଳିଛି।  

ଏଥିରେ ତାଙ୍କୁ ୭୫ ଟଙ୍କା ପ୍ରମୋସନାଲ ଡିସ୍‌କାଉଣ୍ଟ  ଦିଆଯାଇଛି । ଦୀପକ ମଜାରେ କହିଛନ୍ତି, ଏହା ପୂର୍ବରୁ  ସେ କେବେ ଏତେ ମାତ୍ରାରେ ଶୂନର ସାମ୍‌ନା କରି ନ  ଥିଲେ । ଏଥିରେ ଆଶିଷ କହୁଛନ୍ତି, ‘କ’ଣ ତୁମେ ମଙ୍ଗଳ  ଗ୍ରହରୁ ଆସୁଛ କି? ଯଦି ଆପଣ ଚନ୍ଦ୍ରଯାନ ପାଇଁ ଯାତ୍ରା ବା  ଟ୍ରିପ୍‌ ବୁକ୍‌ କରିଥା’ନ୍ତେ ତେବେ ବି ଏତେ ଟଙ୍କା ଭଡ଼ା ଲାଗି  ନ ଥା’ନ୍ତା ।’ ଏହି ପୋଷ୍ଟରେ ଅନେକେ ସୋସିଆଲ ମିଡିଆ  ୟୁଜର ଅନେକ ମଜାଳିଆ କମେଣ୍ଟ ପୋଷ୍ଟ କରିଛନ୍ତି ।